ସଂକ୍ଷେପରେ ଆଜିର ତାଜା ଖବର - Wednesday, 31 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୁନି କୁନି ପିଲା ଦେଉଛନ୍ତି ସଡ଼କ ସୁରକ୍ଷାର ବାର୍ତ୍ତ

କେନ୍ଦ୍ରୀୟ ବିଦ୍ୟାଳୟର କୁନି କୁନି ପିଲାମାନେ, ଲୋକଙ୍କୁ ସଚେତନ କରିବା ପାଇଁ ବାହାରି ପଡ଼ିଛନ୍ତି । ରାସ୍ତାକଡ଼ରେ ନାଚ ଗୀତ ଓ ନଟକ ମଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି ।  More

IPS ଅଧିକାରୀ ବି. ରାଧିକାଙ୍କୁ ମିଳିଲା ଅବସର ଅନୁମତି

୮୯ ବ୍ୟାଚ୍‌ର IPS ଅଧିକାରୀ ବି. ରାଧିକାଙ୍କୁ ଅବସର ଅନୁମତି ମିଳିଛି । ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । More

ଜଙ୍ଗଲରେ ମାଓ ସୁଡ଼ଙ୍ଗ, ମାଟି ତଳେ ମାଓବାଦୀଙ୍କ ଭୟଙ୍କର ଷଡ଼ଯନ୍ତ୍ର !

ଛତିଶଗଡ଼ ଜଙ୍ଗଲରେ ହମାସ ଷ୍ଟାଇଲର ଟନେଲ୍ । ଦାନ୍ତେୱାଡ଼ାରେ ଲାଲବାହିନୀର ବିଶାଳ ସୁଡ଼ଙ୍ଗ ଠାବ । More

ନୂଆ ଓ' ପାଇଁ ୨ ମାସ ହେଲା କ୍ୟାମ୍ପସ ପାଠ ପଢ଼ା ଠପ୍

ସେଲିବ୍ରିଟି ଓ ନେତା ସାମିଲ ନେଇ ତେଜିଲା ରାଜନୀତି । କେଉଁଠି ଆଲବମ୍ ଗୀତରେ ଠୁମକା ତ କେଉଁଠି ଗୋଷ୍ଠୀ ବିବାଦ । More

ପୁଣି ବଢ଼ିଲା ପ୍ରଦୀପଙ୍କ ଅଡ଼ୁଆ; ଚାର୍ଜଫ୍ରେମ୍ ଦାଖଲ କଲା ଭିଜିଲାନ୍ସ

ପୂର୍ବରୁ ୨୦୨୩ ଏପ୍ରିଲ୍‌ ୨୨ ତାରିଖରେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସ୍ପେଶାଲ କୋର୍ଟ ଭିଜିଲାନ୍ସରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ । More

ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ଆପାର୍ଟମେଣ୍ଟ !

ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ କରିବା ସହ ଘର ମାଲିକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛି। ତେବେ ଲୁଟେରାଙ୍କ ବାବଦରେ ପୋଲିସ ଏଯାଏଁ ଟେର ପାଇନାହିଁ । More

ଏଥର ବି ରାଜ୍ୟସଭା ଆଶାରେ ପାଟ୍ଟଶାଣୀ ! କହିଲେ ଏଥର କଥା ରଖିବେ CM

ପୁଣି ଥରେ ରାଜ୍ୟସଭା ନେଇ ଆଶାବାଦୀ ପ୍ରସନ୍ନ ପାଟ୍ଟଶାଣୀ । ଏଥର ନବୀନ ବାବୁ ପ୍ରତିଶ୍ରୁତି ପାଳନ କରିବେ କହିଲେ । More

ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ବୀରମିତ୍ରପୁରରେ ସ୍ୱାଗତ କରିବ କଂଗ୍ରେସ

ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ। More

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ଡିଜିଟାଲ ଯୁଗରେ ଚାଲିଛି ଅନ୍ଧାରୀ ଚିକିତ୍ସା

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଲାଇଟରେ ଚିକିତ୍ସା କରାଯାଉଥିବା ନେଇ ଦେଖିବାକୁ ମିଳିଛି । More

Panchang Today 31st January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୩୧ ତାରିଖ ବୁଧବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୫ମୀ ଦିବା ୧୧.୩୬ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। More

ଭୁବନେଶ୍ୱରରେ ବୁଲିଲା ଖଣ୍ଡା, ଭୁଜାଲି; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଏକ ଖାଦ୍ୟ ଷ୍ଟଲକୁ ପାଣ୍ଡରା ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଖାଇବାକୁ ଯାଇଥିଲେ । ଏହି ସମୟରେ ଅପର ଗୋଷ୍ଠୀର ବ୍ୟକ୍ତି ଅଚାନକ ଆକ୍ରମଣ କରିଦେଇଥିଲେ। More

ଏଯାଏଁ ଆସିଲାନି RERA ନିୟମ, 4 BHK ଫ୍ଲାଟ୍‌ କିଣି ବି ଘରେ ରହି ପାରୁନାହାନ୍ତି ମାଲିକ !

୨୦୨୩ ଜୁନରେ ସରକାର ଏନେଇ ଅଧ୍ୟାଦେଶ ଆଣିଥିଲେ ବି ଏଯାଏଁ ନିୟମ ଲାଗୁ ହୋଇପାରୁନି। ଯେଉଁଥିପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ। More

ମଝି ରାସ୍ତାରେ ହାର୍ଟଆଟାକ୍‌ : ଷ୍ଟିଅରିଂ ଛାଡିଲେନି, ୬୫ ଯାତ୍ରୀଙ୍କୁ ନୂଆ ଜୀବନ ଦେଲେ !

ମଝି ରାସ୍ତାରେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ଷ୍ଟିଅରିଂ ଉପରେ ଜୀବନ ଯିବା ପୂର୍ବରୁ ଅଟକାଇଦେଲେ ବସ୍। ବଞ୍ଚିଗଲା ୬୫ ପର୍ଯ୍ୟଟକଙ୍କ ଜୀବନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଏ କାହାଣୀ, ସତ ଡ୍ରାଇଭରଙ୍କ ସତସାହସ। More

ବଜେଟ୍ ୨୦୨୪, କେତେ ସୁହାଇବ ସାଧାରଣ ଲୋକଙ୍କୁ ?

ସୁଲଭ ମୂଲ୍ୟରେ ଉନ୍ନତ ଚିକିତ୍ସା, ଆୟକର ସୀମାରେ କୋହଳ ଓ ଯାତାୟାତ ରିହାତିର ପୁନଃପ୍ରଚଳନ ଲାଗି ବୟସ୍କଙ୍କ ଆଶା ରହିିଛି। More

ଡାକି ଡାକି ଆସିଲେନି ନିଶାରେ ଚୁର୍ ଡାକ୍ତର, ରୋଗୀ ମୃତ୍ୟୁ ପରେ ପିଟିଲେ ସଂପର୍କୀୟ

ଭଗବାନଙ୍କ ଦ୍ୱିତୀୟ ଅବତାର ଯେବେ ନିଜ ଦାୟିତ୍ୱ ଭୁଲିଯାନ୍ତି। ନିଶାରେ ଚୁର ହୋଇ ଗୁରୁତର ରୋଗୀ ପାଖକୁ ନ ଆସନ୍ତି। ତାହାଲେ ରୋଗୀ କ’ଣ ଆଉ ବଞ୍ଚିବ ? More

ପକେଇଲା ଛେପ ଢୋକିଲେ ରାଜ୍ୟ ସରକାର, ପ୍ରତ୍ୟାହାର କଲେ ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ନିଷ୍ପତ୍ତି

ରାଜ୍ୟ ସରକାରଙ୍କୁ ଘାରିଲା କି ଆଦିବାସୀ ଭୋଟ୍ ବ୍ୟାଙ୍କ୍ ଭାଙ୍ଗିବା ଭୟ ? ପକେଇଥିବା ଛେପକୁ ଢୋକିଲେ ସରକାର। ପ୍ରତ୍ୟାହାର କଲେ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି। More