ସଂକ୍ଷେପରେ ଆଜିର ତାଜା ଖବର - Tuesday, 30 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏଯାଏଁ ଆସିଲାନି RERA ନିୟମ, 4 BHK ଫ୍ଲାଟ୍‌ କିଣି ବି ଘରେ ରହି ପାରୁନାହାନ୍ତି ମାଲିକ !

୨୦୨୩ ଜୁନରେ ସରକାର ଏନେଇ ଅଧ୍ୟାଦେଶ ଆଣିଥିଲେ ବି ଏଯାଏଁ ନିୟମ ଲାଗୁ ହୋଇପାରୁନି। ଯେଉଁଥିପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ। More

ମଝି ରାସ୍ତାରେ ହାର୍ଟଆଟାକ୍‌ : ଷ୍ଟିଅରିଂ ଛାଡିଲେନି, ୬୫ ଯାତ୍ରୀଙ୍କୁ ନୂଆ ଜୀବନ ଦେଲେ !

ମଝି ରାସ୍ତାରେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ଷ୍ଟିଅରିଂ ଉପରେ ଜୀବନ ଯିବା ପୂର୍ବରୁ ଅଟକାଇଦେଲେ ବସ୍। ବଞ୍ଚିଗଲା ୬୫ ପର୍ଯ୍ୟଟକଙ୍କ ଜୀବନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଏ କାହାଣୀ, ସତ ଡ୍ରାଇଭରଙ୍କ ସତସାହସ। More

ବଜେଟ୍ ୨୦୨୪, କେତେ ସୁହାଇବ ସାଧାରଣ ଲୋକଙ୍କୁ ?

ସୁଲଭ ମୂଲ୍ୟରେ ଉନ୍ନତ ଚିକିତ୍ସା, ଆୟକର ସୀମାରେ କୋହଳ ଓ ଯାତାୟାତ ରିହାତିର ପୁନଃପ୍ରଚଳନ ଲାଗି ବୟସ୍କଙ୍କ ଆଶା ରହିିଛି। More

ଡାକି ଡାକି ଆସିଲେନି ନିଶାରେ ଚୁର୍ ଡାକ୍ତର, ରୋଗୀ ମୃତ୍ୟୁ ପରେ ପିଟିଲେ ସଂପର୍କୀୟ

ଭଗବାନଙ୍କ ଦ୍ୱିତୀୟ ଅବତାର ଯେବେ ନିଜ ଦାୟିତ୍ୱ ଭୁଲିଯାନ୍ତି। ନିଶାରେ ଚୁର ହୋଇ ଗୁରୁତର ରୋଗୀ ପାଖକୁ ନ ଆସନ୍ତି। ତାହାଲେ ରୋଗୀ କ’ଣ ଆଉ ବଞ୍ଚିବ ? More

ପକେଇଲା ଛେପ ଢୋକିଲେ ରାଜ୍ୟ ସରକାର, ପ୍ରତ୍ୟାହାର କଲେ ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ନିଷ୍ପତ୍ତି

ରାଜ୍ୟ ସରକାରଙ୍କୁ ଘାରିଲା କି ଆଦିବାସୀ ଭୋଟ୍ ବ୍ୟାଙ୍କ୍ ଭାଙ୍ଗିବା ଭୟ ? ପକେଇଥିବା ଛେପକୁ ଢୋକିଲେ ସରକାର। ପ୍ରତ୍ୟାହାର କଲେ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି। More

ଏପଟେ ଜଙ୍ଗଲ ସେପଟେ ନଈ, ମଝିରେ ଆମେ ଅଲୋଡ଼ା ସରକାର ପାଇଁ..!

ରାସ୍ତା ଖଣ୍ଡେ ପାଇଁ କାହିଁ କେଉଁ ବର୍ଷ ପୂର୍ବରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ନା ଶୁଣିଛି ପ୍ରଶାସନ ନା.. ଶୁଣିଲା ସରକାର । More

ଜମିରୁ ହଟାଇ ଠକିଦେଲା ‘ଆଦାନୀ’ କମ୍ପାନୀ ! ନା ଟଙ୍କା ଦେଲା ନା ଚାକିରି...

ବିକାଶ ଲାଗି ଗରିବଙ୍କର ଏଥିଲା ତ୍ୟାଗ । କିନ୍ତୁ ବିସ୍ଥାପିତ ପରିବାର ମାନଙ୍କୁ ଅନୁକମ୍ପା ଦେବେ କହି ଠକି ଦେଲା କମ୍ପାନୀ । More

ଶହେ ଶିବଲିଙ୍ଗର ଗାଁ ! ଯୋଉଠି ଖୋଲିବେ ସେଇଠି ବାହାରିବ ଶିବଲିଙ୍ଗ

ଆମେ କହୁଛୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁ । ଏଇ ପବିତ୍ର ଅଲୌକିକ ଗାଁରେ ଶତାଧିକ ଶିବଲିଙ୍ଗ ବାହାରିବାରୁ ଏହାକୁ ଶହେ ଶିବଲିଙ୍ଗର ଗାଁ ବୋଲି କୁହାଯାଏ । More

ମାଛ ଚାଷ କରି ଲକ୍ଷପତି ! ସ୍ତ୍ରୀଙ୍କ ସହଯୋଗରେ ବନିଗଲେ ମାଛଚାଷୀ

ଲକ୍ଷପତି ମାଛଚାଷୀ ସ୍ୱାମୀ ସ୍ତ୍ରୀଙ୍କ ଏହି ତରିକା, ପରସ୍ପର ପ୍ରତି ସହଯୋଗ ଓ କର୍ମନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । More

ଚାଲୁଥିଲା ବସ, ଆସିଲା ହାର୍ଟ ଆଟାକ...ତଥାପି ଭୁଲିଲେନି କର୍ତ୍ତବ୍ୟ, ବଞ୍ଚାଇଲେ ୫୦ ଜୀବନ

ସେ ମୃତ୍ୟୁର ଗନ୍ଧ ବାରି ସାରିଥିଲେ । କିନ୍ତୁ ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ । More

ମଦ ପିଇ କଲେନି ଚିକିତ୍ସା, ରୋଗୀ ମୃତ...ଡାକ୍ତରଙ୍କୁ ନିର୍ଧୂମ ଛେଚିଲେ ସମ୍ପର୍କୀୟ

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ ମାରିଲେ ସମ୍ପର୍କୀୟ । More

Panchang Today 30 January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୩୦ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୪ର୍ଥୀ ଦିବା ୦୮.୫୪ ଗତେ ୫ମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଜାଣନ୍ତୁ ଆଜି କେଉଁ ସମୟ ଆପଣଙ୍କ ପାଇଁ ଶୁଭ More

ଥମିନି ଅର୍ପଣ ରଥ ଓ ଗୁଆ-ଚାଉଳ କ୍ଷୋଭ !

ପରିକ୍ରମା ପରିଦର୍ଶନକୁ ନେଇ ସାଂଘାତିକ ଅଭିଯୋଗ । ସରକାରୀ ଟଙ୍କାରେ ବିଜେଡି କର୍ମୀଙ୍କୁ ନିଆଯାଉଥିବା ଅଭିଯୋଗ । More

ଏବେବି ରହସ୍ୟରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ! ‘CMଙ୍କ FBI ତଦନ୍ତ ଗଲା କୁଆଡ଼େ..?’

ବର୍ଷେ ପୂରିଲା, ତଥାପି ଅସ୍ପଷ୍ଟ । ଦିପାଳୀ କହିଲେ ଆଇନ ତା ବାଟରେ ଯିବ । More

କିଏ ଯିବେ ରାଜ୍ୟସଭା, ରେସ୍‌ରେ ପାଣ୍ତିଆନ୍‌ !

ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ। ଏପ୍ରିଲ୍ ୩ରେ ସରୁଛି ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ। ଏହି ୩ ଜଣଙ୍କ ସମେତ ୧୫ଟି ରାଜ୍ୟର ମୋଟ୍ ୫୬ ଜଣଙ୍କ କାର୍ଯ୍ୟକାଳ ବି ପୂରୁଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। More

୨୪ ଭୋଟ୍ ପୂର୍ବରୁ ଖଡଗେଙ୍କ ହୁଙ୍କାର, ବିଜେପି-ବିଜେଡି କହିଲେ ଫରକ୍ ପଡ଼ିବନି !

ଜଣେ ଅଫିସରକୁ ବସାଇ ଏଠି ସରକାର ଚାଲିଛି: ଖଡଗେ । ନିଯୁକ୍ତି ଓ ଧନୀ-ଗରିବ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ । More

‘ଆଇନଶୃଙ୍ଖଳା-ଅପରାଧ-ମହିଳାଙ୍କ ସୁରକ୍ଷାକୁ ଦିଆଯିବ ଗୁରୁତ୍ୱ’

ଦାୟିତ୍ୱ ଗ୍ରହଣ କଲେ ନୂଆ ପୋଲିସ କମିଶନର । ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ସଂଜୀବ ପଣ୍ଡା । More