ସଂକ୍ଷେପରେ ଆଜିର ତାଜା ଖବର - Tuesday, 16 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ୧୭ ଓ ୨୨ ତାରିଖରେ ବନ୍ଦ ରହିବ ମଦ ବିକ୍ରି

ଆସନ୍ତାକାଲି ଓ ଆଗାମୀ ୨୨ ତାରିଖରେ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ। More

ଲେଡି କିଲର ସୁଙ୍କି... ରାଗିଗଲେ ମାରୁଛି ମଣିଷ !

ବାଲିଅନ୍ତା ହୋଟେଲ ବ୍ୟବସାୟୀଙ୍କୁ ଲେଡି କେୟାରଟେକର କଲା ହତ୍ୟା । ହତ୍ୟାକାଣ୍ଡର ଗୁମର ଖୋଲିଲା କମିଶନରେଟ୍ ପୋଲିସ । More

‘ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ, ଘୋଷଣା ହେଉ ସରକାରୀ ଛୁଟି’

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ। ଘୋଷଣା ହେଉ ସରକାରୀ ଛୁଟି। ଜୋର୍ ଧରିଲା ଦାବି। More

ଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଦିନ ଗୋଟାଏରୁ ସାଢ଼େ ଗୋଟାଏ ଶୁଭଲଗ୍ନ

ସରି ଆସୁଛି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରତୀକ୍ଷା। ପାଖେଇ ଆସୁଛି ମହାଯଜ୍ଞରେ ପୂର୍ଣ୍ଣାହୂତି ମୂହୁର୍ତ୍ତ। ଆସନ୍ତାକାଲି ବୁଧବାର, ପୌଷ ଶୁକ୍ଳ ସପ୍ତମୀ ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। More

କଣ୍ଟ୍ରୋଲ ଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର୍ ପ୍ରସଙ୍ଗ, ବିଜେଡି ଓ ରାଜ୍ୟ ପୋଲିସ୍‌କୁ ଟାଗେର୍ଟ କଲା ବିଜେପି

ପୋଲିସ୍ ଯେମିତି ରାଜ୍ୟ ସରକାରଙ୍କ ପୋଷ୍ଟରକୁ ସୁରକ୍ଷା ଦେଉଛନ୍ତି ସେ ସବୁ ଦେଖିଲେ ଲାଗୁଛି, ଓଡ଼ିଶା ପୋଲିସ ବିଜୁ ଜନତା ଦଳର ସିକ୍ୟୁରିଟିଗାର୍ଡ ସାଜିଛି। More

ହୋଟେଲ୍ ବ୍ୟବସାୟୀ ବିଶ୍ୱଜିତ ନାୟକ ମୃତ୍ୟୁ ମାମଲା, ଅଭିଯୁକ୍ତ ମହିଳା କେୟାରଟେକର ଗିରଫ

ସୁଙ୍କିର ଘର ଝାରସୁଗୁଡ଼ାରେ। ୨୦୦୫ରେ ନିଜ ଯା’କୁ ହତ୍ୟା କରି ୧୨ ବର୍ଷ ଜେଲ୍ ଯାଇ ଫେରିଥିଲା ସୁଙ୍କି। More

ଆକ୍ସନ ମୋଡ୍‌ରେ ଧର୍ମେନ୍ଦ୍ର ! ନବୀନଙ୍କ ଉପରେ ବର୍ଷିଲେ, ପାଣ୍ଡିଆନଙ୍କୁ ଜବାବ କଲେ...

ମୁଖ୍ୟମନ୍ତ୍ରୀ ମହାପ୍ରସାଦ ଛୁଇଁ କହନ୍ତୁ ହିଂଜିଳିରୁ କେହି ଦାଦନ ଯାଇନାହାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । More

OSSC Recruitment 2024: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶାରେ ସରକାରୀ ଚାକିରି; ହେବେ ଅଫିସର୍

ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ଆପଣଙ୍କ ପାଇଁ ନେଇ ଆସିଛି ସୁବର୍ଣ୍ଣ ସୁଯୋଗ। ଜୁନିଅର ଏନଫୋର୍ସମେଣ୍ଟ ଅଫିସର ଏବଂ ଜୁନିଅର ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ OSSC ଏକ ବିଜ୍ଞପ୍ତି ଜାରି କରିଛି। More

କାର୍‌କୁ ଧକ୍କା ଦେଲା ମୋ ବସ୍‌; ଅଟକ ରଖିଲେ ସ୍ଥାନୀୟ ଲୋକେ

ଦୁର୍ଘଟଣାରେ କାର କ୍ଷତିଗ୍ରସ୍ତ ହୋଇଛି । ‘ମୋ ବସ୍‌’ ଚାଳକ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ବସକୁ ଅଟକ ରଖିଛନ୍ତି । More

ପାଗଳ କଲା ମୋବାଇଲ୍‌ ନିଶା; ବାପା-ମା’ଙ୍କୁ ହାଣିଦେଲା ଝିଅ

ବାଲେଶ୍ୱର ଜିଲ୍ଲା ସୋର ଥାନା ହାତିଗାଡ଼ିଆରେ ଏହି ଘଟଣା ଘଟିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ହେଲେ ରଂଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂ । ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । More

ଘୋଷଣା କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ ! ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ବିକାଶ କେବେ ?

୨୦୧୯ ଫେବୃୟାରୀ ୧ ତାରିଖରେ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ । ଏଥିଲାଗି ଷ୍ଟାଡିୟମର ପାଚେରୀକୁ ଭାଙ୍ଗି ଦିଆଯାଇଥିଲା । ହଜାର ହଜାର ଲୋକଙ୍କ ସମାଗମ ଓ ଟେଣ୍ଟ ପାଇଁ ପଡିଆକୁ ଖୋଳାଖୋଳି ମଧ୍ୟ କରାଯାଇଥିଲା । More

କଲବଲ କରୁଛି କୁହୁଡ଼ି; ମାତ୍ର କିଛି ମିଟର ପରେ ଦେଖାଯାଉନି ରାସ୍ତା

ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିଛି ଜନସାଧାରଣକୁ । ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । More

ଓଡ଼ିଶାରେ ପ୍ରଭୁ ଶ୍ରୀରାମ ରଚିଥିଲେ ଲୀଳା; ବଡମ୍ବାରେ ସ୍ଥାପନ କରିଥିଲେ ତ୍ରିକୁଟ ଧାମ

ପାହାଡ଼ ପର୍ବତ ଭିତରେ ମହାଦେବଙ୍କ ମନ୍ଦିର । ଚାରିପଟେ ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ଜଙ୍ଗଲ ଆଉ ଜଙ୍ଗଲ । ମନ୍ଦିରର ନିର୍ମାଣ ଶୈଳୀ ଦେଖିଲେ ଏହାର ଆୟୁ ଅନୁମାନ କରି ହେଉଥିବ । More

ଉତ୍ସବମୁଖର ଶ୍ରୀକ୍ଷେତ୍ର; ଆଜି ମହାଯଜ୍ଞର ଦ୍ୱିତୀୟ ଦିନ

ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ । ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥଲା । More

Panchang Today 16th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୬ ତାରିଖ ମଙ୍ଗଳବାର ଚନ୍ଦ୍ର- ମୀନ ଅହୋରାତ୍ର ତିଥି - ୬ଷ୍ଠୀ ରାତ୍ରି ୧୧.୫୮ ଗତେ ୭ମୀ More

ବିଶ୍ୱନିଅନ୍ତାଙ୍କୁ ଭିକାରୀ କରିଦେଲା କି ସରକାର ? ଅସନ୍ତୋଷ ବଢ଼ାଉଛି ଅର୍ପଣ ରଥ..

ଗାଁଠୁ ସହର ବୁଲୁଥିବା ଅର୍ପଣ ରଥକୁ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡୁଛି। ଏଦୃଶ୍ୟ ହେଲା ଗଂଜାମ ଜିଲ୍ଲା ଖଲିକୋଟର। ଅର୍ପଣ ରଥ ଗାଡିରେ ନିର୍ମାଣ ପାଇଁ ବ୍ୟବହୃତ ପଟା ଓ ବଲହା ବୁହାଯାଉଛି। More

ବେଦ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ଶ୍ରୀମନ୍ଦିରର ଚଉଦିଗ

ମକର ସଂକ୍ରାନ୍ତିରୁ ତ୍ରିଦିନାତ୍ମକ ଯଜ୍ଞର ଶୁଭାରମ୍ଭ, ବେଦଧ୍ବନିରେ କଂପୁଛି ଚଉଦିଗ । ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି । More

ବାସଗୃହ କ୍ରେତାଙ୍କ ପାଇଁ ଭଲ ଖବର ! ବିନା କୋର୍ଟ ହସ୍ତକ୍ଷେପରେ ହେବ ମାମଲାର ସମାଧାନ...

ଗଠନ ହେଲା କନସିଲିଏସନ୍ ଆଣ୍ଡ ଡିସପ୍ୟୁଟ୍ ରିଜୋଲ୍ୟୁସନ୍ ସେଲ୍ । ସ୍ୱାଗତ କଲା ବିଲଡର୍ ସଂଘ, କାର୍ଯ୍ୟଦକ୍ଷତାକୁ ନେଇ ବିଶେଷଜ୍ଞଙ୍କ ପ୍ରଶ୍ନ । More

ବିଜେପି ଆଡ଼କୁ ଢଳୁଛନ୍ତି କି ଅରିନ୍ଦମ ? ଫଟୋ ଭାଇରାଲ ପରେ ଚର୍ଚ୍ଚା ଜୋର୍‌..

ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତା ଅରିନ୍ଦମ ରାୟ। କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି। More

ପୁରୀକୁ ଜଗିବେ ୧୦୦ ସୁପରଭାଇଜିଂ ଅଫିସର, ୨୫୦ SI ଓ ASI !

ସୁରୁଖୁରୁରେ ସବୁ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ବୋଲି DGP କହିଛନ୍ତି । More