ସଂକ୍ଷେପରେ ଆଜିର ତାଜା ଖବର - Saturday, 13 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସମ୍ବଲପୁରରୁ ଲଢିବେ କି ପ୍ରଣବ ପ୍ରକାଶ ଦାସ ? ରୋହିତ ପୂଜାରୀଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚ୍ଚା

ରୋହିତ ପୂଜାରୀ କହିଛନ୍ତି, ଯଦି ପ୍ରଣବ ପ୍ରକାଶ ଦାସ ଲଢନ୍ତି ଆମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ସହ ଆଖପାଖ ସମସ୍ତ ଲୋକସଭା ଆସନ ଜିତିବୁ। More

‘ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି'

ଗୁଆ ଦେଇ ନିମନ୍ତ୍ରଣ କରାଯାଏ, କିନ୍ତୁ ଏଠି ଗୁଆ ନେଇ ନିମନ୍ତ୍ରଣ ହେଉଛି। ଏହା କି ପ୍ରକାର ନିମନ୍ତ୍ରଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। More

ରାଜ୍ୟ ନୁହେଁ, କେନ୍ଦ୍ର ଦେଉଛି ମାଗଣା ଚାଉଳ: ଅଶ୍ୱିନୀ ବୈଷ୍ଣବ

ନୀଳଗିରିରେ ପାସେଞ୍ଜର ଟ୍ରେନ୍ ଲୋକାର୍ପଣ ପାଇଁ ଆସିଥିବାବେଳେ ଅଶ୍ୱିନୀ ଏହା କହିଛନ୍ତି । ମୁଣ୍ଡ ପିଛା ମାଗଣା ୫ କେଜି ଚାଉଳ ପଠାଉଛି କେନ୍ଦ୍ର । More

ଓଟିଭି ଫୋରସାଇଟ-୨୦୨୪; ରାଜନୀତି, ଅର୍ଥନୀତି, ମହିଳା ସଶକ୍ତିକରଣ ଓ ସାମ୍ବାଦିକତା ଉପରେ ଜୋରଦାର ଚର୍ଚ୍ଚା

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥର ପ୍ରମୁଖ ମୁଦ୍ଦା କଣ ରହିଛି ନିର୍ବାଚନରେ ? ଗ୍ରାମୀଣ ଭାରତର କେଉଁ କେଉଁ ପ୍ରସଙ୍ଗ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇବ ? More

‘ଓଡ଼ିଶାରେ ବିଜେପି ସରକାର କରିବ, ମୁଁ ଶପଥ ଉତ୍ସବକୁ ଆସିବି’

ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ବିଜେପିକୁ ୩୮ ପ୍ରତିଶତ ଭୋଟ୍ ମିଳିଲା କିପରି ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱଶର୍ମା । ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁ ନାହାନ୍ତି, ତା’ହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ୍ ଆସିବାକୁ କେତେ ସମୟ ଲାଗିବ। More

ସରିଲା ଅଙ୍କୁରାରୋପଣ ବିଧି, କାଲି ଅଙ୍କୁରପୂଜନ ସହ ହେବ ଯଜ୍ଞ ଅଧିବାସ

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ । ଏ More

ବିଜେପି-ବିଜେଡି ଟାର୍ଗେଟରେ ନୂଆ ଭୋଟର, ୨୫ରେ ଦେଶବ୍ୟାପୀ ନବ ମତଦାତା ସମ୍ମିଳନୀ କରିବ ବିଜେପି

ନିର୍ବାଚନ ପୂର୍ବରୁ ନୂଆ ଭୋଟରଙ୍କୁ ନିଜ ପକେଟକୁ ନେବାକୁ ବିଜେପି-ବିଜେଡି ମଧ୍ୟରେ ଫାଇଟ୍। ବିଜେପିର ନବ ମତଦାତା ସମ୍ମିଳନୀ ବନାମ ବିଜେଡିର ନୂଆ ଓ ଆଉ ସୋସିଆଲ ମିଡିଆ ପ୍ରତିଯୋଗିତା। More

ମୋଦିଙ୍କ ନେତୃତ୍ୱରେ ସବୁ ଅସମ୍ଭବ ସମ୍ଭବ ହେବାରେ ଲାଗିଛି; ବିଶ୍ୱଶର୍ମା

ଦେଶର ବିକାଶ ଯାତ୍ରାରେ ଆଉ ଲାଷ୍ଟ ମାଇଲ ହୋଇ ରହିନାହିଁ ନର୍ଥ ଇଷ୍ଟ ରାଜ୍ୟ । ବିଗତ ୯ ବର୍ଷରେ ଦ୍ରୁତ ବଦଳିଛି ଉତ୍ତର ପୂର୍ବାଞ୍ଚଳର ଛବି । ଓଟିଭିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓଟିଭି ଫୋରସାଇଟ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । More

ଭୁବନେଶ୍ୱରରେ ବାବା ରାମଦେବ; ଓଟିଭି ଫୋର୍‌ସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେବେ..

ଆଜି ଓଟିଭି ଫୋରସାଇଟ୍-୨୦୨୪। ରାଜନୀତିରୁ ଅର୍ଥନୀତି, ସାମ୍ବିଦକତାରୁ ମହିଳା ସଂଶକ୍ତିକରଣ, ଗ୍ରାମୀଣ ଭାରତର ବିକାଶଠୁ ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବ ଚିନ୍ତନ ଓ ମାନସ ମଥନ। More

ପୁରଣ ହେଲା ସ୍ୱପ୍ନ ! ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ୍ 

ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରତିଦିନ ନୀଳଗିରିରୁ ବାଲେଶ୍ବର ଟ୍ରେନ ୩ ଥର ଚାଲିବ । More

ଖୋଲାମଞ୍ଚରେ ସୂରଜଙ୍କ ‘ଉଲଗ୍ନ ରାଜା’ ଉପାଖ୍ୟାନ, କାଉଣ୍ଟର କଲେ ସପ୍ତଗିରି

ବିଜେପି MLA ସୂର୍ଯ୍ୟବଂଶୀ ଓ କଂଗ୍ରେସ MP ସପ୍ତଗିରିଙ୍କ ମନ୍ତବ୍ୟ । ଜାତୀୟ ଯୁବ ଦିବସ ସମ୍ମିଳନୀ ମଞ୍ଚରେ ‘ଉଲଗ୍ନ ରାଜା’ ଉପାଖ୍ୟାନ । More

Panchang Today 13th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୩ ତାରିଖ ଶନିବାର। ଚନ୍ଦ୍ର- ମକର ରାତ୍ରି ୧୧.୩୫ ଗତେ କୁମ୍ଭ, ତିଥି- ୨ୟା ଦିବା ୧୧.୧୧ ଗତେ ୩ୟା, ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୧୧.୩୫ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୧.୧୧ ଗତେ ୧ ପାଦ-କୃଷିହାନି-ଭୂମିଦାନ More

OTV Foresight 2024ରେ ରାଜନୀତିରୁ ଅର୍ଥନୀତି, ସାମ୍ବିଦକତାରୁ ମହିଳା ସଂଶକ୍ତିକରଣ

TV 9 ନେଟୱର୍କର ଏମଡି ବରୁଣ ଦାସ ପ୍ରମୁଖ ସାମିଲ ହେବେ । ଯୋଗଗୁରୁ ବାବା ରାମଦେବ ବି ଆଜିର କାର୍ଯ୍ୟକ୍ରମରେ ଯୋଗଦେବେ । More

ବିଜେଡି ଫୋକସ୍‌ରେ କଲେଜ୍‌ ଷ୍ଟୁଡେଣ୍ଟ ! ରିଲ୍ସ କରିବେ ପିଲା, ଟଙ୍କା ଦେବେ ସରକାର

ଏଥର ଡିଜିଟାଲ ନୂଆ-ଓ । ପିଲା କରିବେ ରିଲ୍ସ ସହ ଆକର୍ଷଣୀୟ ଭିଡ଼ିଓ । ଥିମ୍ ରହିବ ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ ଓଡ଼ିଶା ରୂପାନ୍ତରୀକରଣ । More

ପିଲାଙ୍କ ଭବିଷ୍ୟତ ସହ ବିଜେଡି ଖେଳୁଛି ସାଙ୍ଘାତିକ ଖେଳ ! ନୂଆ-ଓ ପାଇଁ ପରୀକ୍ଷା ବନ୍ଦ

ପିଲାଙ୍କ କ୍ୟାରିୟର ଆଗ ନା ସରକାରୀ କାର୍ଯ୍ୟକ୍ରମ ? ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ନା ସରକାରଙ୍କ ପ୍ରୋଗ୍ରାମ ? ସମ୍ବଲପୁର ଜିଏମ୍ ୟୁନିଭର୍ସିଟିର ଏକ ଅଜବ ନିଷ୍ପତ୍ତି ପରେ ଏବେ ଏଭଳି ପ୍ରଶ୍ନ ସବୁ ଛାତ୍ରଛାତ୍ରୀଙ୍କ ମନରେ । More

କେନ୍ଦ୍ରୀୟ ଢାଞ୍ଚାରେ ନିର୍ବାଚନ ଲଢ଼ିବ ରାଜ୍ୟ ବିଜେପି; ପଦ୍ମ ନଜରରେ ଅସନ୍ତୁଷ୍ଟିଆ ବିରୋଧି

ବିଜେପି ଫୋକସରେ ବିରୋଧୀ ଦଳଙ୍କ ବିଦ୍ରୋହୀ ନେତା । ଅନ୍ୟ ଦଳର ଯେଉଁ ଅସନ୍ତୁଷ୍ଟ ନେତାଙ୍କର ବିଜୟ ସମ୍ଭାବନା ରହିଛି ସେମାନଙ୍କୁ ଆଣି ବିଜୟ ସମ୍ଭାବନା ବଢାଇବା ଲାଗି ବିଜେପି ପ୍ରସ୍ତୁତ କରିଛି ରଣନୀତି । More

ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା; ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ହିମନ୍ତ ବିଶ୍ୱଶର୍ମା । ଆସନ୍ତାକାଲି ଓଟିଭିର ବାର୍ଷିକ ଫୋରସାଇଟ୍ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । More

ମୁଣ୍ତ ଉପରେ ଲୋକାର୍ପଣ; ଏଯାଏଁ ସରିନି ପ୍ରକଳ୍ପ କାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଯେଉଁଠି ଆଜି ସୁଦ୍ଧା କାମ ସରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ସେଠି ଏବେ ଆହୁରି ଅନେକ କାମ ବାକି ରହିଛି । More