ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗରିବଙ୍କ ପେଟକୁ ଲାତ, ସରକାରୀ ଚାଉଳ ଚଳୁ

ଢୋଲ ଭିତରେ ମୂଷା । ଗରିବଙ୍କ ପେଟକୁ ଲାତ । ବାବୁ ଖାଇଗଲେ ପିଡିଏସ୍ ଚାଉଳ । କାରସାଦି କରି ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ହଡପ୍ କରି ନେଇଛନ୍ତି ଶହ ଶହ କ୍ୱିଣ୍ଟାଲ ସରକାରୀ ଚାଉଳ । More

ଆମ ସାର୍‌ ନାହାନ୍ତି, ଚିକ୍କଣ ଚେୟାର ଟେବୁଲ କ’ଣ ଆମକୁ ପାଠ ପଢ଼ାଇବ ?

ଫାଇଭ୍ ଟି ସ୍କୁଲର ପୋଲ ଖୋଲିଲେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ହେଲେ ଶିକ୍ଷକ ନଥିବାରୁ ଏଯାଏଁ ସିଲାବସ ସରିନି । More

କେଉଁଠୁ, କାହିଁକି ଓ କେମିତି ବ୍ୟାପିଲା ହଇଜା ? ୬ ନୁହେଁ, ନେଲାଣି ୧୩ ଜୀବନ !

ସରକାର କହୁଛନ୍ତି, ରାଉରକେଲା ଝାଡ଼ାବାନ୍ତିରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି । ଆଉ ଏ ସଂଖ୍ୟା ବଢ଼ି ଚାଲିଛି । More

ସ୍ତ୍ରୀଠୁ ମୁକ୍ତି ପାଇଁ ପୁଅକୁ ଅପହରଣର ନାଟକ; ଗୋଟେ ଦିନରେ ଗୋଲ୍‌ କରିଦେଲା ପୋଲିସ..

କାଲି ସୁନ୍ଦରଗଡ଼, ଆଜି ଭୁବନେଶ୍ୱର..କାଲି ପିହୁ ଆଜି ଆଶୁତୋଷ । ଦୁଇ ଦିନରେ ଦୁଇ ଦୁଇଟି ଶିଶୁର ଜୀବନ ସହ ଖେଳ । More

ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନ୍ୟୁଡ୍‌ କଲ୍‌ କରାଇ ଲୁଟୁଥିଲା କୋଟି କୋଟି ଟଙ୍କା

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା । More

ବଢୁଛି ହଇଜା ମୃତ୍ୟୁ ସଂଖ୍ୟା; ୬ ନୁହେଁ ୧୩ ମୃତ୍ୟୁ !

ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ସୂଚନା ମିଳିଛି । More

ଟ୍ୱିଷ୍ଟ.. ପଟିଆ ଷ୍ଟେସନ ନିକଟରୁ ଶିଶୁ ଅପହରଣ ଘଟଣାରେ ବାପା ମୁଖ୍ୟ କଳାକାର !

ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। More

ପଟିଆ ଷ୍ଟେସନ୍‌ରୁ ଅପହରଣ କରିଥିଲେ, କଟକରୁ ମିଳିଲା ଶିଶୁ

ତେବେ ଶିଶୁ ଅପହୃତର କାରଣ ସ୍ପଷ୍ଟ ହୋଇନାହିଁ । ଏପଟେ ଅପହର୍ତ୍ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । More

ଜେଜେମା’ଙ୍କ ହାଣ୍ଡିଆ ଭରସାରେ ଦୁଇ କୁନି ଝିଅଙ୍କ ଭବିଷ୍ୟତ..! ଗୋଟିଏ ପଖାଳ କଂସାରେ ଦୁହିଁଙ୍କ ଆଖି

ଅଣ୍ଟା ନଇଁ ଗଲାଣି । ହେଲେ ଦଇବ ଦେଇଥିବା ଦାୟିତ୍ୱର ବୋଝକୁ ସେ ବୋହି ଚାଲିଛନ୍ତି ।  ଟିକେ ବି ଉଁ କି ଚୁଁ ହେଉନାହାନ୍ତି । More

ଆସ ଜିରୋ ନେଟଓ୍ୱାର୍କ ଏରିଆରେ ପିକନିକ୍ କରିବା.. ମୋବାଇଲ ନେଟଓ୍ୱାର୍କଠୁ ଦୂରରେ ଦିନ କାଟିବା

ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା । ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ କଥା । More

କଳିଙ୍ଗ ଷ୍ଟାଡିୟମ୍ ନିକଟ ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ସର୍ଟସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି। More

ସମ୍ବଲପୁରରେ ଫାୟାରିଂ ! ବ୍ୟବସାୟୀ‌‌‌ଙ୍କୁ ଗୁଳିମାଡ଼...

ଲକ୍ଷ୍ୟଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ । କ୍ଷେତରାଜପୁର ଥାନା ପୋଦ୍ଦାର କଲୋନୀରେ ଫାୟାରିଂ More

ମହାପ୍ରଭୁଙ୍କୁ ୧.୭୫ କେଜି ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜରାଟର ଭକ୍ତ

ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଥିବା କୁହାଯାଉଛି । ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। More

ମିମିକ୍ରିରେ ଉପରାଷ୍ଟ୍ରପତିଙ୍କୁ ବିଦ୍ରୁପ କଲେ TMC ସାଂସଦ, ମୋବାଇଲରେ ସୁଟିଂ କଲେ ରାହୁଲ ଗାନ୍ଧି

ଗୃହ ଭିତରେ ଓ ବାହାରେ ହାଇଡ୍ରାମା ! ଲଜ୍ଜାଜନକ କହିଲେ ଖୋଦ୍ ଉପରାଷ୍ଟ୍ରପତି । More

ନାଟକୀୟ ଭାବେ ପିହୁର ଅପହରଣ, ଆଶ୍ଚର୍ଯ୍ୟଜନ ଢଙ୍ଗରେ ଉଦ୍ଧାର

ଗତକାଲି  ଦେବଗଡରୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଭୋରରୁ ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର ହୋଇଥିଲା କୁନି ଝିଅ । More

ଖୋଲିବ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ବୁଖାରୀର କଳାଚିଠା

ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ STF । ବୁଖାରୀକୁ ପଚରାଉଚରା ପାଇଁ ଭୁବନେଶ୍ୱରରେ IB । More

୨୦୨୪ ଫେବ୍ରୁଆରୀରେ ୩ ଦିନ ଧରି ହେବ ଭାଷା ସମ୍ମିଳନୀ

ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ସମ୍ମିଳନୀ ଆୟୋଜନ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ମିଳନୀ ହେବ । More