ସଂକ୍ଷେପରେ ଆଜିର ତାଜା ଖବର - Monday, 27 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାରକେଡ୍‌ରୁ ବାହାରି ପିଲାଙ୍କୁ ଚକଲେଟ ବାଣ୍ଟିଲେ ମହାମହିମ

ସାଧବାଣୀଙ୍କୁ ବିଦାୟ ଦେଇ ସମୁଦ୍ରରେ ସାଧବପୁଅଙ୍କ ପ୍ରତୀକାତ୍ମକ ଯାତ୍ରା ବେଳର ଦୃଶ୍ୟ ଥିଲା ଖୁବ୍ ଚିତାକର୍ଷକ। More

ଡିସେମ୍ବରରେ ଘାରିଲା ବାତ୍ୟା ଭୟ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ

୧ ତାରିଖ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା । ଦିଗ, ଗତି ଓ ପ୍ରଭାବକୁ ନେଇ ସ୍ପଷ୍ଟ ହୋଇନି ଚିତ୍ର । More

ପୁଣି ବାଣ ମାରିଲେ ଅପରାଜିତା, କ୍ୟାବିନେଟ ନିଷ୍ପତ୍ତି ପଛରେ ଅଛନ୍ତି କି ଅଣଓଡ଼ିଆ ଜମି ମାଫିଆ?

୩୦ ଦିନ ବଦଳରେ କାହିଁକି ମାତ୍ର ୪ ଦିନରେ ବିଧାନସଭାର ଶୀତ ଅଧିବେଶନ ସାରିଦେଲେ ସରକାର। ଏହାକୁ ନେଇ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। More

ପାଣ୍ଡିଆନଙ୍କ ପଲିଟିକାଲ୍ ଲଚିଂ ପରେ ତାଙ୍କୁ ମିଳିବ କେଉଁ ପଦବୀ ? କେତେ ପ୍ରଭାବିତ ହେବ ଦଳ ଓ ରାଜ୍ୟ ରାଜନୀତି ?

ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ପାଣ୍ଡିଆନ୍ ଏବେ ବିଜେଡିରେ ଯୋଗ ଦେଇଥିବାରୁ ଅନେକ ଦାୟିତ୍ୱ ସହ ଚାଲେଞ୍ଜର ସମ୍ମୁଖୀନ ହେବେ। ଯେହେତୁ ସେ ଦଳରେ ଯୋଗ ଦେଇଛନ୍ତି ସୁପ୍ରିମୋ ତାଙ୍କୁ ବଡ଼ ପଦବିରେ ଅବସ୍ଥାପିତ କରିବା ନିଶ୍ଚିତ। More

ରାଜନୀତିରେ ପାଣ୍ଡିଆନଙ୍କ ସଫ୍ଟ ଲ୍ୟାଣ୍ଡିଂ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ

ରାଜନୀତିରେ ପଶୁ ପଶୁ ବିଜେଡି ରାଜନେତା ପାଣ୍ଡିଆନଙ୍କ ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ହମଲା। ଶଙ୍ଖ ଧରୁ ଧରୁ ତାଙ୍କ ଉପରେ ଓଡ଼ିଆ ଅସ୍ମିତାର ତୀର ମାରିଛନ୍ତି ବିରୋଧୀ। More

ନିଆରା ପରମ୍ପରା, ଏଠି ଭିକ୍ଷା ନେବାକୁ ଆଉ ଦାନ ଦେବାକୁ ଲାଗେ ପ୍ରବଳ ଭିଡ଼ !

କିଏ ଚାଉଳ ଦିଏ ତ କିଏ ଟଙ୍କା ପଇସା କିଏ ଖାଇବା ପାଇଁ ବିସ୍କୁଟ ଦିଏ କିଏ ପୁଣି ବସ୍ତ୍ର ଦାନ କରେ।  More

ସାଂସଦ ଅପରାଜିତାଙ୍କ ପ୍ରଶ୍ନ, ଅହେତୁକ ଭୟ ଯୋଗୁଁ ବନ୍ଦ କରିଦେଲେ କି ସରକାର ?

ଅଣ ଓଡିଆ ଜମିମାଫିଆ ଓ କର୍ପୋରେଟ୍‌କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା । More

ଭିଡ଼ ନିୟନ୍ତ୍ରଣ ପାଇଁ ବାଲିଯାତ୍ରାରେ ସ୍ୱତନ୍ତ୍ର ବ୍ୟବସ୍ଥା, ଛୋଟ ପିଲାଙ୍କ ପକେଟ୍‌ରେ ଫୋନ୍‌ ନମ୍ବର ରଖିବାକୁ ପରାମର୍ଶ...

ପିକ୍‌ ଆୱାର ଏବଂ ଛୁଟି ଦିନ ଗୁଡ଼ିକରେ ଯଦି ବରିଷ୍ଠ ନାଗରିକମାନେ କଟକ ବାଲିଯାତ୍ରା ଆସୁଛନ୍ତି ତା’ହେଲେ ସାବଧାନ ରୁହନ୍ତୁ। ବାଲିଯାତ୍ରାକୁ ସୁନା ଅଳଙ୍କାର ପିନ୍ଧି ନ ଆସିଲେ ଭଲ । More

‘ବିଜୁ ବାବୁ ଜଣେ ସ୍ୱାଭିମାନୀ ଓଡ଼ିଆ ଥିଲେ, ତାଙ୍କ ଆତ୍ମା ଏବେ କଷ୍ଟ ପାଉଥିବ’

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା । More

ଡଙ୍ଗା ଭସାଇବା ବେଳେ କେନାଲରେ ଭାସିଗଲେ ଯୁବକ

ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ବୋଇତ ବନ୍ଦାଣ ବେଳେ ଏହି ଅଘଟଣ ଘଟିଛି । More

ବିଜେଡିରେ ଯୋଗଦେବା ପରେ ପାଣ୍ଡିଆନ କହିଲେ- ‘ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ କରିବି’

ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ହୋଇଥିଲା । ବୈଠକ ପରେ ପାଣ୍ଡିଆନ୍ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ । More

ବିଜେଡିରେ ଯୋଗଦେଲେ ଭିକେ ପାଣ୍ଡିଆନ୍

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍ More

Today Panchang 27th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୨.୪୬ ଗତେ ପ୍ରତିପଦ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର More

ବିଜେଡିରେ ଯୋଗଦେବେ କି ପାଣ୍ଡିଆନ୍ ? ନବୀନ ନିବାସରେ ବଡ଼ ବୈଠକ...

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡିରେ ହୋଇପାରନ୍ତି ସାମିଲ... ଏନେଇ ରାଜନୈତିକ ମହଲରେ ଲାଗି ରହିଛି ଚର୍ଚ୍ଚା More

ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି, ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ । More

'ଆ କା ବା ବୈ .. ଆଜି କାର୍ତ୍ତିକ ପୂର୍ଣ୍ଣିମା'

ଆ କା ବା ବୈ .. ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର । More

ଇମ୍ଫା ଶିଳ୍ପଗୋଷ୍ଠୀର ୬୨ତମ ପ୍ରତିଷ୍ଠା ଦିବସ ପାଳିତ

ଇମ୍ଫା ଶିଳ୍ପଗୋଷ୍ଠୀର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱର ଇମ୍ଫା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା BIPF ପରିଚାଳନାରେ ମାଗଣା ସ୍ୱାସ୍ଥ୍ୟ ସେବା ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। More

ଚାଷୀଙ୍କ ଝିଅ ବନିବେ ଟଲିଉଡ୍ ହିରୋଇନ୍, ତେଲୁଗୁ ଫିଲ୍ମ ଗାରାଗାରେ ହିରୋଇନ ବନିଛନ୍ତି MV-75ର ମୋନିକା

କାଲିମେଳାର ଝିଅ, MV-75 ଗାଁର ଯୁବତୀ। ଯାହାଙ୍କ ନାଁ ମୋନିକା ସମାଦ୍ଦାର। ବୟସ ପ୍ରାୟ ୨୦ ବର୍ଷ। ମୋନିକା ହୁଏତ ବଣମଲ୍ଲୀ, କିନ୍ତୁ ଆଗକୁ ମହକିବେ ରୂପେଲି ପରଦାରେ। More

ବିଜେଡି ପାଇଁ ମହଙ୍ଗା ପଡ଼ିପାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା, ଯୋଜନାକୁ ନେଇ ଅଶାନ୍ତ ହେଲାଣି କ୍ୟାମ୍ପସ୍

କେଉଁଠି କଲେଜରେ ତାଲା ପକେଇଲେଣି ଛାତ୍ରଛାତ୍ରୀ ତ କେଉଁଠି ଖୋଲାଖୋଲି ବିରୋଧ କଲେଣି। ଏଭଳି ସ୍ଥିତିରେ ଏହି ଯୋଜନା ମାଧ୍ୟମରେ ବିଜେଡିର କ୍ୟାମ୍ପସ ପଲିଟିକ୍ସ ରଣନୀତି, ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। More

କାଲି କାର୍ତ୍ତିକ ପୂର୍ଣ୍ଣିମା, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ଆସନ୍ତାକାଲି ରାସ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବ। ଯଦିଓ କାର୍ତ୍ତିକ ମାସ ସାରା ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀମନ୍ଦିର ବାହାର ବ୍ୟବସ୍ଥା ବଦଳିଛି ହେଲେ ମନ୍ଦିର ଭିତର ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ। More

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନିର୍ଦ୍ଧାରିତ ସମୟର ୨୦ ମିନିଟ୍ ର୍ପୂବରୁ ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । More