ସଂକ୍ଷେପରେ ଆଜିର ତାଜା ଖବର - Thursday, 02 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବୈଠକକୁ ଆସିଲେନି ମନୋଜ; ନିରାଶ ହେଲା OFDC

ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ। ତେଣୁ ସମାଧାନ ପ୍ରକ୍ରିୟାର ବଲ୍ ଏବେ ମନୋଜଙ୍କ କୋର୍ଟରେ ବୋଲି କହି ହାତ ଟେକି ଦେଇଛନ୍ତି OFDC ଅଧ୍ୟକ୍ଷ। More

ଟ୍ୟୁସନ୍‌ ଫି ହତ୍ୟାକାଣ୍ତ; ପୋଲିସ ଥିଓରୀକୁ ମାନିଲାନି ପରିବାର..ବାପା କହିଲେ CBI କାଢ଼ିବ ସତ..

ନିଷ୍ପାପ କିଶୋରଟିଏ..ହେଲେ ଏହି ନିରୀହ ପୁଅର କଅଁଳ ଦେହକୁ କିଏ ଯେ, ଖିନଭିନ୍ କରିଦେବ ତୀକ୍ଷ୍ଣଣ ଛୁରୀରେ, ଭାବିଲେ ଲୋମଟାଙ୍କୁରୀ ଉଠିଛି। ଜାଣିଲା ପରଠୁ ପାଦ ତଳୁ ଧସିଯାଇଛି ମାଟି, ମୁଣ୍ଡ ଉପରୁ ସତେଯେମିତି ଖସିପଡ଼ିଛି ଆକାଶ। More

ରେଞ୍ଜ ରୋଭର୍‌ ଆକ୍ସିଡେଣ୍ଟର ପୋଲ୍‌ ଖୋଲିବାକୁ କାହିଁକି ଡରୁଛି ପୋଲିସ ?

ଭୁବନେଶ୍ୱର ରେଞ୍ଜ ରୋଭର ବେପରୱା ଡ୍ରାଇଭିଂ ଘଟଣା ପଛରେ ଅଛନ୍ତି କେଉଁ ପ୍ରଭାବଶାଳୀ। ଘଟଣାକୁ ନେଇ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବରକୁ ନେଇ ଏବେ ଚର୍ଚ୍ଚା। More

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ

ବର୍ତ୍ତମାନ ବିହାର ପାଟନା କୋର୍ଟରେ ବିଚାରପତି ଅଛନ୍ତି ଜଷ୍ଟିସ ଚକ୍ରଧାରୀ। More

ଗାଳ୍ପିକ ଓ ସାମ୍ୱାଦିକ ଅମରେଶ ବିଶ୍ୱାଳ ପାଇବେ ‘ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ୨୦୨୩’

ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅମରେଶ ବିଶ୍ୱାଳ ପେସାରେ ଜଣେ ଟିଭି ସାମ୍ବାଦିକ ହୋଇଥିଲେ ମଧ୍ୟ ଗଳ୍ପ ଏବଂ ଉପନ୍ୟାସ ଲିଖନ କ୍ଷେତ୍ରରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। More

ହାଣ୍ଡିଶାଳରୁ ହୋଟେଲ୍ ମେନ୍ୟୁ, ଟେନସନ୍ ଦଉଛି ମହଙ୍ଗା ପିଆଜ

ପିଆଜ ଦରକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କମ୍ ଦରରେ ଲୋକଙ୍କୁ ପିଆଜ ବିକ୍ରି କଲେଣି ରାଜନେତା। ଏ ଦୃଶ୍ୟ ହେଉଛି ଜୟପୁରର। ଯେଉଁଛି କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତି ଜିଲା କଂଗ୍ରେସ କାର୍ଯ୍ୟାଳୟ ଆଗରେ ୩୦ ଟଙ୍କା ଦରରେ ଲୋକଙ୍କୁ ପିଆଜ ବିକ୍ରି କରୁଛନ୍ତି। More

ବଦଳୁଛି ବିଜେଡିର ସାଂଗଠନିକ ଷ୍ଟ୍ରାଟେଜି, ଦୀର୍ଘଦିନ ଧରି କୋଣଠେସା ସଂଜୟଙ୍କ ସଂଗଠନକୁ ଇନ୍

ସଂଗଠନକୁ ସଞ୍ଜୟ ଇନ୍ । ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଲା ଦଳ। ସେପଟେ ବିବାଦୀୟ ନେତା ପ୍ରତାପ ଜେନାଙ୍କୁ ଭଦ୍ରକରୁ କାଢି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦାୟିତ୍ୱ। ଦୀର୍ଘଦିନ ପରେ ସଞ୍ଜୟ ଦାସବର୍ମା ପୁଣି ଦଳୀୟ ଦାୟିତ୍ୱ ନେଇଥିବାରୁ ଏବେ ଚର୍ଚ୍ଚା ଜୋର। More

ଦୁର୍ଘଟଣା ଘଟାଇଥିବା ଦାମୀ ଲ୍ୟାଣ୍ଡରୋଭର କାହାର ?

କାହିଁକି ଜବତ ଦାମୀ ଗାଡ଼ିର ନମ୍ବର ବଦଳାଇଥିଲା ପୋଲିସ ? ପ୍ରେସରିଲିଜରେ ଭୁଲ ନମ୍ବର ଦେବା ପଛରେ ଉଦ୍ଦେଶ୍ୟ କଣ ? More

ଟିଉସନ୍‌ ଫି’ ପାଇଁ ନାବାଳକକୁ କରାଯାଇଛି ହତ୍ୟା; ଡିସିପି

ପ୍ରେସମିଟରେ ଭୁବନେଶ୍ୱର ଡିସିପି ଆହୁରି କହିଛନ୍ତି ଯେ, ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ୍‌ ହେଉଥିଲେ । ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା । More

ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି; କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍‌

ମାହାଙ୍ଗା ଡବଲ ମର୍ଡର ମାମଲାରେ ଗତ ୩୧ ତାରିଖ ହାଇକୋର୍ଟ ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । More

ନବମ ଶ୍ରେଣୀ ଛାତ୍ରଙ୍କୁ ଘରେ ପଶି ଛୁରାମାଡ଼, କାରଣ ଅସ୍ପଷ୍ଟ

ଦିନ ଦିପହରରେ ଘରେ ପଶି ନବମ ଶ୍ରେଣୀ ଛାତ୍ରକୁ ଛୁରାମାଡ଼ ହୋଇଛି । ଯେଉଁଥିରେ ନାବାଳକର ମୃତ୍ୟୁ ହୋଇଛି । More

ପୂର୍ବତନ ପୁରୀ ବିଧାୟକ ମହେଶ୍ବର ମହାନ୍ତି ଅସୁସ୍ଥ

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଭାବେ ଅସୁସ୍ଥ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଚାଲିଛି ଚିକିତ୍ସା । More

Panchang Today 2nd Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୫ମୀ ରାତ୍ରି ୦୯.୫୨ ଗତେ ୬ଷ୍ଠୀ । ଜାଣନ୍ତୁ ଆଜି କେଉଁ ସମୟ ରହିଛି ଆପଣଙ୍କ ପାଇଁ ଶୁଭ.... More

ଗରିବଙ୍କୁ ମୋହରା, ଧଳା ପାଲଟୁଛି କଳା ନୋଟ୍

୨ ହଜାର ଟଙ୍କିଆ ନୋଟ୍ ବଦଳ ପଛରେ କିଏ? ଏ କଳାଧନ କାହାର ? ଏହା ପଛରେ କେଉଁ ରାକେଟ୍ କାମ କରୁଛି ? More

ଅନ୍ଧାରରେ ପିଲାଙ୍କ କ୍ୟାରିୟର; ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ

ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ପିଲାଙ୍କୁ ଅନ୍ଧାରରେ ରଖି କଲେଜ କର୍ତ୍ତୃପକ୍ଷ କରାଉଛନ୍ତି ଆଡମିଶନ । କ୍ୟାରିୟର ସହ ଚାଲିଛି ଖେଳ । ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । କାରଣ ବିଭାଗର ନାକ ନିଶ ତଳେ ଚାଲିଛି ଏଭଳି ବେଆଇନ୍ କାରବାର । More

ବାରମ୍ବାର ବେଆଇନ୍‌ ବାଣ ନେଉଛି ଜୀବନ; କେବେ ଚେତିବ ପ୍ରଶାସନ ?

ବେଆଇନ୍ ବାଣ ତିଆରି ଓ ବିକ୍ରି କରିବା କେତେ ଯେ ବିପଦପୂର୍ଣ୍ଣ ଇଏ ତାର ଏକ ଜ୍ୱଳନ୍ତ ଉଦାହରଣ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ, ଆଶଙ୍କା । More

ଶ୍ରୀମନ୍ଦିରରେ ଶଙ୍ଖ ବାଜେନି, ସତ ନା ଗୁଜବ ?

ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ ହେବା ପରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏମିତି ଗୀତ ଗୋବିନ୍ଦ ଗାଉଥିଲେ ପରସ ମଣି । More

ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଆବର୍ଜନାର ପାହାଡ଼ ପାଲଟିଛି ସୈନିକ ସ୍କୁଲ ପଛ

ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ ଗୋରୁ, କୁକୁର ଏବଂ ପଶୁପକ୍ଷୀଙ୍କ ବି ଏହା ମଶାଣି ପାଲଟିଛି । More

କାହାର ଏ ୨ହଜାର ନୋଟ୍‌ ? RBI ସାମ୍ନାରେ ଲାଗୁଛି ଲାଇନ୍, ଆକ୍ସନ୍ ମୋଡରେ EOW ଏବଂ ED

ସକାଳ ୮ଟା ବେଳେ ଭୁବନେଶ୍ୱର RBI ସାମ୍ନାରେ ଗତକାଲି ଭଳି ଆଜି ବି ଲୋକଙ୍କ ଲମ୍ବା ଲାଇନ୍ । ହେଲେ ଆଜି କିନ୍ତୁ ବଦଳି ଯାଇଥିଲା ନୋଟ୍ ବଦଳର ତରିକା । କାଲି ଲାଇନ ଲଗାଇଥିବା ଅଧିକାଂଶ ଲୋକଙ୍କ ହାତରେ ୨ ହଜାର ଟଙ୍କିଆ ନୋଟ୍ ନଥିଲା । RBI ଗେଟ୍ ପାଖରେ ସେମାନେ ପହଞ୍ଚିବା ପରେ ଦୂରରେ ଛିଡ଼ା ହେଉଥିବା ଏଜେଣ୍ଟମାନେ ସେମାନଙ୍କୁ ଟଙ୍କା ବଢ଼ାଇ ଦେଉଥିଲେ । More