ସଂକ୍ଷେପରେ ଆଜିର ତାଜା ଖବର - Monday, 09 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ହକିକୁ ନେଇ ପୁଣି ତୁତୁ-ମେଁମେଁ; ବିରୋଧି କହିଲେ ହକି ନାଁରେ ଆତ୍ମପ୍ରଚାର !

ପିଲାଙ୍କୁ ହକି ବିଷୟରେ ଜ୍ଞାନ ଦେବା ଉଦ୍ଦେଶ୍ୟ କମ୍, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଉଦ୍ଦେଶ୍ୟ ଅଧିକ ବୋଲି କହିଛନ୍ତି ବିରୋଧୀ । ବିଜେପି କହିଛି ହକି ଆଳରେ ଶ୍ରେୟ ନେବାକୁ ସ୍କୁଲ୍ ହତାକୁ ବି ଛାଡୁନି ଶାସକ ଦଳ । More

CMO ସହ ଆଲୋଚନା ପରେ ବି ତୁଟିଲାନି ଲକ୍ଷ୍ମୀ ବସ୍ କେଁ..!

୧୨ରେ ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କରିବେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ । ବିରୋଧୀ କହିଲେ ଗାଁ ଲୋକଙ୍କୁ ଭୋଟ୍ ଥୋପ । More

ଶ୍ରୀମନ୍ଦିର ଗଲେ କ'ଣ ପିନ୍ଧିବେ ?

ଜାନୁଆରୀ 1 ତାରିଖରୁ ସିଂହଦ୍ୱାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ କରିବେ ତଦାରଖ । More

ବଡ଼ଦାଣ୍ଡରୁ ସିଂହଦ୍ୱାର ଭିତରେ ନାହିଁ ଶୌଚାଳୟ; ହନ୍ତସନ୍ତ କାଳିଆ ଭକ୍ତ

ଖାଲି ଶ୍ରୀମନ୍ଦିର ପାଖ ନୁହେଁ, ପୁରୀ ବସଷ୍ଟାଣ୍ଡରୁ ମନ୍ଦିର ଯାଏଁ ରାସ୍ତା ମଝିରେ ବି କୌଣସି ଜାଗାରେ ସାଧାରଣ ଭକ୍ତଙ୍କ ପାଇଁ ଟୟଲେଟ୍ ଟିଏ ନାହିଁ । More

ବିଚ୍‌ ରାସ୍ତାରେ BJP-BJP ବାଡ଼ିଆବାଡ଼ି

ଗଣ୍ଡୋଗଳ ସ୍ଥଳରେ ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ବି ଦେଖିବାକୁ ମିଳିଥିଲା ।  More

ସାବଧାନ!! ଏଣିକି ନିୟମ ନମାନିଲେ ଫାଇନ୍‌ ନୁହେଁ, ସିଧା ପଠାଯିବ କୋର୍ଟ

ରଙ୍ଗରୁଟ୍ ସହ ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କ ଉପରେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । More

କାଲି ଘରୋଇ ବସ୍ ଗଡ଼ିବ ନା ଧର୍ମଘଟ ହେବ ?

ଆଲୋଚନା ନେଇ ଆମେ ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ । ତା’ପରେ ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁସାରେ ଆମେ ଚୂଡ଼ାନ୍ତ ପଦକ୍ଷେପ ନେବୁ । ତେବେ ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର ବୋଲି କହିଛନ୍ତି ସଂଘ ସଂପାଦକ । More

ଉଲଗ୍ନ ଅବସ୍ଥାରେ ମହିଳାଙ୍କ ଉଦ୍ଧାର ଘଟଣା; ମିଳିଲା ମା’-ଝିଅଙ୍କ ଠିକଣା

ମହିଳାଙ୍କ ଘର ଛତିଶଗଡ଼ ତପକରା ଥାନା ଖାରିବାହାଲରେ ହୋଇଥିବା ଜଣାପଡ଼ିଛି । ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅକୁ ଜେରା କରଛି ପୋଲିସ । More

Today Panchang 9th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର More

ମନ୍ତ୍ରୀଙ୍କ ଅଞ୍ଚଳରେ ନାହିଁ ବିଜୁଳି; ଗରିବ ଆଦିବାସୀ ଆନ୍ଧାରରେ ଆଉ କେତେଦିନ ?

ସନ୍ଧ୍ୟା ହେଲେ ଅନ୍ଧାର ରାଜ୍ । ରାୟଗଡ଼ା ଜିଲ୍ଲାରେ ଆଜି ବି ଲୋକ ବିଜୁଳି ଯୋଗାଣ ଭଳି ମୌଳିକ ସୁବିଧାରୁ ବଞ୍ଚିତ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ , ଆଦିବାସୀ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବାସଭବନ ଠାରୁ ୨ କିଲୋମିଟର ଦୂରରେ ଥିବା ଚାଞ୍ଚଡ଼ାମୁଣ୍ଡୀ ଗାଁର ଦେଖିବାକୁ ମିଳିଛି ଏପରି କିଛି । ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢା ସାରି ଦିଅନ୍ତି । More

ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ! ସ୍କୁଲ ଆଗରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ଖେଳ ଛୁଟି ପରେ ବିଦ୍ୟାଳୟର ଅଫିସ୍ କୋଠରୀରେ ଦଶମ ଶ୍ରେଣୀର ଛାତ୍ର ସୁମନ କୁମାର ଦାସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗତକାଲି ସୁମନ ଓ ଶିକ୍ଷକ ମନୋରଂଜନଙ୍କ ପୁତୁରା ସୂର୍ଯ୍ୟକାନ୍ତଙ୍କ ସହ ଗଣ୍ଡଗୋଳ ହୋଇଥିଲା । More

ଆସନ୍ତାକାଲିଠୁ ବସ୍ ଧର୍ମଘଟ; ଚେତାବନୀ ପରେ ବି ଶୁଣିଲେନି ସରକାର

ଲକ୍ଷ୍ମୀ ବସ୍ ଗଡ଼ିବା ପରିପ୍ରେକ୍ଷୀରେ ଗତ ମାସ ୨୭ ତାରିଖ ବୈଠକ କରି ରାଜ୍ୟ ସରକାର ସେମାନଙ୍କ ଦାବି ନଶୁଣିଲେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ରଖିବାକୁ ଧମକ ଦେଇଥିଲେ । More

କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି; ବିନା ଭିତ୍ତିଭୂମିରେ କେମିତି ଖର୍ଚ୍ଚ ହେବ ଅନୁଦାନ ?

ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ? More

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା: CBI ତଦନ୍ତ ଦାବି କଲେ ମମିତାଙ୍କ ମା’

ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି। More

ସାବାଡ୍ ହେବେ ନିୟମର ଧଜ୍ଜିଆ ଉଡ଼ାଉଥିବା ଡ୍ୟାନ୍ସ ବାର୍, ରାତିଅଧିଆ ରେଡ୍ କରିବେ ୩ଟି ସ୍ପେଶାଲ ଟିମ୍

ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ। More

SOPରେ ସତ୍କାର ହେବ ଟ୍ରେନ ଟ୍ରାଜେଡିର ୨୮ ଅଜଣା ମୃତଦେହ, ଅନ୍ତିମ ସଂସ୍କାର ପାଇଁ BMCର ପ୍ରସ୍ତୁତି

ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି। More

ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମହିଳା ବଖାଣିଲେ ଜଘନ୍ୟ କାହାଣୀ, କହିଲେ ‘ଦୁଷ୍କର୍ମ କରୁଥିଲା ଦିଅର’

ଝାଡ଼ଖଣ୍ଡର କଳଙ୍କ । ସୁନ୍ଦରଗଡ଼ରେ କମ୍ପନ। ଦୋହଲାଇଦେଇଛି ସାରା ରାଜ୍ୟକୁ। ସଭ୍ୟ ସମାଜର ମୁଣ୍ଡ ନୁଆଇଁ ଦେଇଛି ଉଲଗ୍ନ ଅବସ୍ଥାରେ ୨ ମହିଳା ଚାଲିବା ପଛର କାହାଣୀ। କାରଣ, ମାଇଲ ମାଇଲ୍ ଧରି ଉଲଗ୍ନ ଅବସ୍ଥାରେ ଚାଲିବା ସତ୍ତ୍ୱେ ଫୁଙ୍ଗୁଳା ଶରୀର ଉପରକୁ କେହି କନା ଖଣ୍ଡେ ଯେ ଫୋପାଡ଼ିଲେନି ତା’ନୁହେଁ, ବରଂ ଲୁଟ୍ ହୋଇଛି ୨ ମହିଳାଙ୍କ ଇଜ୍ଜତ୍, ମହତ୍। More