ସଂକ୍ଷେପରେ ଆଜିର ତାଜା ଖବର - Thursday, 24 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଗକୁ ଦଶମ-ଦ୍ୱାଦଶରେ ୨ଟି ବୋର୍ଡ ପରୀକ୍ଷା, ଅଧିକ ମାର୍କ ହେବ କାଉଣ୍ଟ

ଏଥିସହ ସେମିଷ୍ଟର ବ୍ୟବସ୍ଥା ବି ନୂଆକରି ଲାଗୁ ହେବ। ତାସହ କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍ ଛାତ୍ରଛାତ୍ରୀ ନିଜ ପସନ୍ଦର ଯେ କୌଣସି ବିଷୟ ନେଇ ପାରିବେ । More

5-T ସଚିବଙ୍କ ଗଂଜାମ ଗସ୍ତ ପୂର୍ବରୁ ବଢୁଛି ବିରୋଧ, ସଭାସ୍ଥଳରୁ କାନ୍ଥବାଡ଼ ସବୁଠି ବିରୋଧାତ୍ମକ ଲେଖା

ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ । More

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା; ତେଜୁଛି ବିବାଦ, NHRCଙ୍କୁ ଭେଟିଲା ବିଜେପି

କାହିଁକି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ? ଏଭଳି ପ୍ରଶ୍ନ ଉଠାଇବା ସହ ସୈରିନ୍ଦ୍ରୀଙ୍କ କ୍ଷେତ୍ରରେ ମାନବାଧିକାରର ଖୋଲା ଉଲଂଘନ ହୋଇଥିବା କହିଛନ୍ତି ମାନବାଧିକାର କର୍ମୀ । More

ସୂର୍ଯ୍ୟ ଉପରେ ଇସ୍ରୋର ଆଖି; ସେପ୍ଟେମ୍ବର ଆରମ୍ଭରେ ଆଦିତ୍ୟ-L1 ଲଞ୍ଚ ପାଇଁ ପ୍ରସ୍ତୁତି

ମିଶନ ଗଗନାୟନ ପରେ ରହିଛି ଭାରତର ଦ୍ୱିତୀୟ ମଙ୍ଗଳୟାନ ବା ମାର୍ସ ଅର୍ବିଟର ମିଶନ-୨ । ୨୦୨୪ କିମ୍ବା ୨୫ରେ ଏହି ମିଶନ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆସନ୍ତାବର୍ଷ ଶୁକ୍ର ଗ୍ରହର ରହସ୍ୟ ଉପରୁ ପରଦା ହଟାଇବାକୁ ଅଭିଯାନ ପାଇଁ ଇସ୍ରୋ ଯୋଜନା କରିଛି। More

ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା; NHRCଙ୍କୁ ଭେଟି ଫେରାଦ ହେଲା ରାଜ୍ୟ ବିଜେପି

NHRCଙ୍କୁ ଭେଟି ଲିଖିତ ଫେରାଦ ହେଲା ରାଜ୍ୟ ବିଜେପି । ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ପ୍ରମୁଖ ଭେଟି NHRCଙ୍କୁ ଭେଟି ଲିଖିତ ଫେରାଦ ହୋଇଛନ୍ତି । More

କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି ପ୍ରଣବ ପଟ୍ଟନାୟକ । ଡେଙ୍ଗୁରେ ଆକ୍ରାନ୍ତ ପରେ ସୁସ୍ଥ ହୋଇଥିବା ପତ୍ନୀଙ୍କ ସୂଚନା ଦେଇଛନ୍ତି । More

ବିଷ ପିଇଦେଲେ ମହିଳା SI, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଗୁରୁତର SIଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର,ବିଳମ୍ବିତ ରାତିରେ ସଇଁତଳା ସ୍ଥିତ ଭଡ଼ାଘରେ ବିଷପାନ ସୂଚନା More

Today Panchang 24th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଦ ) ଶୁକ୍ଲ ପକ୍ଷ। ଇଂରାଜୀରେ ୨୪ ତାରିଖ, ଗୁରୁବାର। ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ... More

ହୋମଗାର୍ଡଙ୍କୁ ନିର୍ଯାତନା ମାମଲା; ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

DIG ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା ପରେ ଏବେ ଘନଉଛି ବିବାଦ। କାହିଁକି ଏବଂ କେଉଁ ପରିସ୍ଥିତିରେ ଦିଆଗଲା ନିର୍ଯାତନା, ନିଜ ଆଡୁ ମାମଲା ରୁଜୁ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ। More

ନନ୍ଦନକାନନ ହେବ ନାଇଟ୍‌ ଆଉଟେଡ୍‌ ଜୁ’; ରାତିରେ ହାଉଯାଉ ହେବେ ପର୍ଯ୍ୟଟକ

ଆଗକୁ ରାତିରେ ମଧ୍ୟ ଖୋଲିବ ନନ୍ଦନକାନନ । ରାତିରେ ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ପର୍ଯ୍ୟଟକ । ବଢିବ ନନ୍ଦନକାନନ କଳେବର । ଚିଡ଼ିଆଖାନା ସୀମା ଅଢ଼େଗୁଣା ବୃଦ୍ଧି ପାଇଁ ଦିଆଯାଇଛି ପ୍ରସ୍ତାବ । More

ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ : ଠିକା ସଂସ୍ଥା ଉଠାଇଲେ, ପୁଣି ସେହି ବ୍ୟବସ୍ଥା କିଆଁ?

ଗତବର୍ଷ ଅକ୍ଟୋବରରେ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଘୋଷଣା କରି ବାଃ ବାଃ ସାଉଁଟି ଥିଲେ ରାଜ୍ୟ ସରକାର । କିନ୍ତୁ ପୁଣି ଥରେ ସେହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । More

ରାଜ୍ୟରେ ଅଣାୟତ୍ତ ଡେଙ୍ଗୁ ସ୍ଥିତି; BMC ଅଫିସରେ ମଶା ଧୂଆଁ ଦେଲେ ବିଜେପି ନେତା

ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି ଡେଙ୍ଗୁ । ରୋଗୀଙ୍କ ସଂଖ୍ୟା ୨୫ଶହ ଡେଇଁଲାଣି । ଭୁବନେଶ୍ୱରରେ ତ ସ୍ଥିତି ଉଦବେଗଜନକ । ଏଠାରେ ରୋଗୀ ସଂଖ୍ୟା ୧୨୦୦ ଛୁଇଁଲାଣି । More

ଶଙ୍କରାଚାର୍ଯ୍ୟ କହିଲେ ଚନ୍ଦ୍ରପୃଷ୍ଠରେ ରହିଛି ଦିବ୍ୟ ଶକ୍ତି, ମନୁଷ୍ୟ ରହିବା ସମ୍ଭବପର ନୁହେଁ !

ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତିକ୍ରିୟା । ଚନ୍ଦ୍ରପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିବ କି ନାହିଁ ଜଣାପଡ଼ିବ । ମହାକାଶ ବିଜ୍ଞାନକୁ ନୂତନ ଦିଗ ଦେଖାଇବ ଚନ୍ଦ୍ରୟାନ-୩ । More