ସଂକ୍ଷେପରେ ଆଜିର ତାଜା ଖବର - Wednesday, 23 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ହୋମଗାର୍ଡଙ୍କୁ ନିର୍ଯାତନା ମାମଲା; ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

DIG ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା ପରେ ଏବେ ଘନଉଛି ବିବାଦ। କାହିଁକି ଏବଂ କେଉଁ ପରିସ୍ଥିତିରେ ଦିଆଗଲା ନିର୍ଯାତନା, ନିଜ ଆଡୁ ମାମଲା ରୁଜୁ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ। More

ନନ୍ଦନକାନନ ହେବ ନାଇଟ୍‌ ଆଉଟେଡ୍‌ ଜୁ’; ରାତିରେ ହାଉଯାଉ ହେବେ ପର୍ଯ୍ୟଟକ

ଆଗକୁ ରାତିରେ ମଧ୍ୟ ଖୋଲିବ ନନ୍ଦନକାନନ । ରାତିରେ ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ପର୍ଯ୍ୟଟକ । ବଢିବ ନନ୍ଦନକାନନ କଳେବର । ଚିଡ଼ିଆଖାନା ସୀମା ଅଢ଼େଗୁଣା ବୃଦ୍ଧି ପାଇଁ ଦିଆଯାଇଛି ପ୍ରସ୍ତାବ । More

ରାଜ୍ୟରେ ଅଣାୟତ୍ତ ଡେଙ୍ଗୁ ସ୍ଥିତି; BMC ଅଫିସରେ ମଶା ଧୂଆଁ ଦେଲେ ବିଜେପି ନେତା

ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି ଡେଙ୍ଗୁ । ରୋଗୀଙ୍କ ସଂଖ୍ୟା ୨୫ଶହ ଡେଇଁଲାଣି । ଭୁବନେଶ୍ୱରରେ ତ ସ୍ଥିତି ଉଦବେଗଜନକ । ଏଠାରେ ରୋଗୀ ସଂଖ୍ୟା ୧୨୦୦ ଛୁଇଁଲାଣି । More

ଶଙ୍କରାଚାର୍ଯ୍ୟ କହିଲେ ଚନ୍ଦ୍ରପୃଷ୍ଠରେ ରହିଛି ଦିବ୍ୟ ଶକ୍ତି, ମନୁଷ୍ୟ ରହିବା ସମ୍ଭବପର ନୁହେଁ !

ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତିକ୍ରିୟା । ଚନ୍ଦ୍ରପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିବ କି ନାହିଁ ଜଣାପଡ଼ିବ । ମହାକାଶ ବିଜ୍ଞାନକୁ ନୂତନ ଦିଗ ଦେଖାଇବ ଚନ୍ଦ୍ରୟାନ-୩ । More

ନନ୍ଦନକାନନରେ ନାଇଟ୍‌ ଟ୍ରିପ୍ ! ପର୍ଯ୍ୟଟକଙ୍କ ପାଇଁ ଅଙ୍କା ହେଉଛି ମାଷ୍ଟର ପ୍ଲାନ୍‌

କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ୧୦୪୩ ହେକ୍ଟରକୁ କଳେବର ବଢ଼ିବ । More

ପରୀକ୍ଷା ଦେବାକୁ ଆସିଲେନି ଛାତ୍ରୀ, ଖାତାରେ ଉତ୍ତର ଲେଖି ବନ୍ଧା ହେଲେ ଅଧ୍ୟାପିକା...

ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ଅଧ୍ୟାପିକା ଗିରଫ ହୋଇଛନ୍ତି। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ଗିରଫ ହୋଇଛନ୍ତି। More

ଓଡ଼ିଶା ସରକାରଙ୍କ ଘୋଷଣା- ପୂରଣ ହେବ ୨୦ ହଜାର ଶିକ୍ଷକ ପଦବୀ

ରାଜ୍ୟରେ ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ, ୨୦ ହଜାର ଶିକ୍ଷକଙ୍କୁ ମିଳିବ ଯୋଜନା ଭିତ୍ତିକ ନିଯୁକ୍ତି। ୭ ବର୍ଷ ପରେ ଏହି ନିଯୁକ୍ତି ହେଉଥିବା ଗଣଶିକ୍ଷା ବିଭାଗ ସୂଚନା ଦେଇଛି। More

ଉତୁରିଗଲା ଚୋରା ପୀରତି ନିଶା: ପ୍ରେମୀ ଯୁଗଳଙ୍କୁ ବାହାର ପଟୁ ତାଲା ପକାଇ ବାଜା ବଜାଇଲେ ଗାଁ ଲୋକେ...

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି। ୧୦ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ବନ୍ଦ ରହିଲେ ପ୍ରେମୀ ଯୁଗଳ। ଆଉ ବାହାର ପଟୁ ପଡ଼ିଥିଲା ତାଲା। More

Today Panchang 23 August 2023: ଶୁଭ ସମୟ ଦେଖି ଘରୁ ଗୋଡ଼ କାଢ଼ନ୍ତୁ..

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୩ ଗତେ ବିଛା । ତିଥି – ୭ମୀ ରାତ୍ରି ୦୩.୩୧ ଗତେ ୮ମୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – କର୍କଟ । ପୁଷ୍କର ଦୋଷ – ୧ ପାଦ-ପଶୁ ସମ୍ପଦ । ନାଶ-ଅନ୍ନ ଦାନ ଦିବା ୦୮.୦୭ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୩୧ ଗତେ ୧ ପାଦ-କୁଟୁମ୍ବ ହାନି - ତିଳକାଞ୍ଚନ ଦାନ । More

ଅଡିଓ ଭାଇରାଲ ହେବା ପରେ ହଇଚଇ; ନେତାଙ୍କ ସହ ସାର୍‌ ଗିରଫ୍‌

ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିଲେ, ଆଜି ବନ୍ଧା ହେଲେ । ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ନିଲମ୍ବିତ ବିଜେଡି ନେତା ଶରତ ନାୟକ । More

ଡୁପ୍ଲିକେଟ୍ ବିଲ୍ଡିଂ ପ୍ଲାନ୍ ଦେଇ କୋଟି କୋଟି ଲୁଟ୍

ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ନାଁରେ ଠକେଇ । ଡୁପ୍ଲିକେଟ୍ ପ୍ଲାନ୍ ଦେଇ ଲୁଟୁ ଥିଲେ କୋଟି କୋଟି ଟଙ୍କା । ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ-SDAରେ ଚାଲିଥିବା ଏଭଳି ଏକ ବଡ଼ ଧରଣର ଠକେଇ ସିଣ୍ଡିକେଟର ପର୍ଦ୍ଦାଫାସ୍ କରିଛି ସମ୍ବଲପୁର ପୋଲିସ । More

ସ୍ତ୍ରୀ ନିର୍ଯାତନା ଦେଉଥିଲା, ସ୍ୱାମୀ ଦଣ୍ତ ପାଇଲା

ମହଙ୍ଗା ପଡ଼ିଲା ମହିଳା ହୋମଗାର୍ଡଙ୍କ ନିର୍ଯାତନା ଅଭିଯୋଗ । ଉତ୍ତର କେନ୍ଦ୍ରାଞ୍ଚଳ DIG ବ୍ରିଜେଶ ରାଏଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । More

ବିଜେଡି ଫୋକସରେ SHG ମହିଳା, ଆଗେ ସ୍କୁଟି ଏବେ ସ୍ମାର୍ଟ ପରିଚୟପତ୍ର !

ଏସ୍ଏଚ୍‌ଜିଙ୍କ ପାଇଁ ସ୍ମାର୍ଟ ପରିଚୟପତ୍ର ବ୍ୟବସ୍ଥା । କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ବି ଦିଆଯିବ ଦରମା । More

ଟ୍ୱିନ୍ ସିଟିରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ; ବେଡ୍ ଅଭାବରୁ ଚଟାଣରେ ଶୋଉଛନ୍ତି ରୋଗୀ

ହୁ ହୁ ହୋଇ ମାଡ଼ିଲାଣି ଡେଙ୍ଗୁ । ଟ୍ୱିନ୍ ସିଟିରେ ସ୍ଥିତି ଅସମ୍ଭାଳ । କ୍ୟାପିଟାଲ୍ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ । More