ସଂକ୍ଷେପରେ ଆଜିର ତାଜା ଖବର - Friday, 04 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରତିବର୍ଷ କାହିଁକି ଜଳବନ୍ଦୀ ଜୀବନ ବିତାଉଛନ୍ତି ରାଜଧାନୀବାସୀ?

ଅକଥନୀୟ, ଅକଳ୍ପନୀୟ ଦୁର୍ଦ୍ଦଶାରେ ଦିନ ଦିନ ଧରି ଘାଣ୍ଟି ହେଉଛି ସହରୀଜୀବନ । More

ଓଡ଼ିଶା ଦଖଲ ପାଇଁ ମନମୋହନଙ୍କ ‘ଟିମ୍‌ ୨୪’

ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ମୁଖିଆ ମନମୋହନଙ୍କ ନୂଆ ଟିମରେ ନୂଆ ଚେହେରା । ବହୁ ନେତା ସାମିଲ, ଅନେକ ବି ପଡ଼ିଲେ ବାଦ୍  ବିଜେପି ଚାଣକ୍ୟ ଅମିତ ଶାହଙ୍କ ଗସ୍ତର ଠିକ୍ ପୂର୍ବରୁ ଏବଂ ରାଜ୍ୟ ସଭାପତି ଦାୟିତ୍ୱ ନେବାର ୪ ମାସ ପରେ ଆଜି ୩୫ ଜଣିଆ ଟିମର ତାଲିକା ଜାରି କରିଛନ୍ତି ମନମୋହନ ସାମଲ । More

ବାଦ୍ ପଡ଼ିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କଧାରୀ

ଯୁକ୍ତ ଦୁଇ ଆଡମିଶନରେ ବଡ଼ ହେରଫେର୍ । ବାଦ ପଡିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କ ଧାରୀ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ, ସାମ୍ସର ସ୍ୱଚ୍ଛତା ଉପରେ ସାଂଘାତିକ ପ୍ରଶ୍ନଚିହ୍ନ ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜରୁ ଆସିଛି ଏଭଳି ଅଭିଯୋଗ । More

ମହାନଦୀରୁ ଦେବୀ, ବୈତରଣୀରୁ ବ୍ରାହ୍ମଣୀ ନଦୀ: ନଈରେ ପାଣି କମୁଥିଲେ ବି ବଢ଼ି ଘେରରେ ଶହ ଶହ ଗାଁ 

ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ଖସିଥିଲେ ବି ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଭାବିତ ହୋଇଛି ଧାମନଗର, ଭଣ୍ଡାରୀପୋଖରୀ, ତିହିଡ଼ି, ଚାନ୍ଦବାଲି ବ୍ଲକ। ବନ୍ୟାରେ ନିଖୋଜ ଧାମନଗର ବ୍ଲକର ଜଣେ ନାବାଳକ ଓ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଥିବାବେଳେ ଭଣ୍ଡାରୀପୋଖରୀ ବ୍ଲକରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। More

ହଠାତ ମାଡ଼ିଆସିଲା ବନ୍ୟାଜଳ: ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଉଛନ୍ତି ବନ୍ୟା ଦୁର୍ଗତ

ସକାଳେ ହଠାତ ବନ୍ୟାଜଳ ମାଡ଼ି ଆସିବାରୁ ଘର ଦ୍ୱାର ଛାଡ଼ି ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ବନ୍ୟା ଦୁର୍ଗତ। ତେରମାଣପୁର ଗାଁର ମୁଖ୍ୟ ରାସ୍ତାରେ ଏବେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଛାତିଏ ପାଣି। More

ପଡ଼ିଲା ମୂଳଦୁଆ; ଖୋଲିବ ମହାପ୍ରଭୁ ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର !

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇଲେବଲ ଟିମ୍ ଗଠନ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି । More

ବର୍ଷକର ଦାନା ଭସେଇ ନେଲା ବଢ଼ିଲା ନଈ: ଗଛରେ ଥାଇ ସଢ଼ୁଛି କଞ୍ଚା ପରିବା

ବୁଡ଼ି ଯାଇଛି ଚାଷ ଜମି, ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି। ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀ। More

ନୂଆ ଦାୟିତ୍ୱ ସହ ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା

ଦୀର୍ଘ ୭ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଗତ ଜୁନ୍ ୨୯ତାରିଖରେ ପଦରୁ ଇସ୍ତଫା ଦେଇଥିବା ସୁବ୍ରତ ବାଗଚୀଙ୍କୁ ରାଜ୍ୟ ସରକାର ଆଜି ପୁଣିଥରେ ଥଇଥାନ କରିଛନ୍ତି । More

OTV ଅଫିସ୍ ପରିସରରେ ହେଲଥ୍ କ୍ୟାମ୍ପ ଆୟୋଜନ

ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ଓଟିଭିର ସମସ୍ତ କର୍ମଚାରୀ । ଓଟିଭି-କେୟାର୍ ହସ୍ପିଟାଲ୍ ସହଭାଗିତାରେ ହେଲ୍ଥ କ୍ୟାମ୍ପ ଆୟୋଜିତ ହୋଇଛି । More

ବୁଧବାର ହିଁ ହେବ ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିର ପରିଚାଳନା କମିଟି

ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି କରାଯିବ । More

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ବନକଲାଗି ବିଭ୍ରାଟ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ନେଇ ଏଜେଣ୍ଡାରେ ସ୍ଥିର ହୋଇନି । ତେବେ ସଭାପତିଙ୍କ ଅନୁମତି କ୍ରମେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ କି ନାହିଁ, ତାକୁ ଅପେକ୍ଷା ରହିଛି । More

ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ଟ୍ରକ୍‌; ଡ୍ରାଇଭର ମୃତ

ଆଲୁମିନିୟମ ବୋଝେଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ । ଆଜି ଭୋର ୪ଟା ସମୟରେ ଦୁଇଟି ଯାକ ଟ୍ରକ କୋଲକାତା ଅଭିମୁଖେ ଯାଉଥିବା ବେଳେ ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇ ଆଲୁମିନିୟମ ବୋଝେଇ ଟ୍ରକଟି ଜଳିଯାଇଛି । More

Today Panchang 4th August 2023: ଜାଣନ୍ତୁ କେଉଁ ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କରିବେ...

ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...କେଉଁ ସମୟରେ ଆରମ୍ଭ କରିବେ ଶୁଭ କାର୍ଯ୍ୟ More

ବନ୍ୟାପାଣିରେ ଉବୁଟୁବୁ ଭଦ୍ରକ; ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ

ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି । More

Flood: ବିପଦ ସଂକେତ ଉପରେ ବହୁଛି ବୈତରଣୀ

ଧୁଷୁରୀ, ଅସୁରାଳି, କଶିମପୁର, ହାସନାବାଦ, ପଙ୍ଗଟା, ଫଳପୁର, ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । More

ଯୁଆଡ଼େ ଦେଖିବ ଖାଲି ପାଣୀ ! ନୟାଗଡ଼-ବୌଦ୍ଧ-ସୋନପୁରରେ ବୁଡ଼ିଲାଣି ଗାଁ

ଉତ୍ତରବାଙ୍କୀ ଓ ତିଗିରିଆ ବ୍ଲକର ୯ଟି ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ନୟାଗଡ଼ ଜିଲ୍ଲାରେ ଗାଁ ସହିତ ବିଲବାଡ଼ି, ରାସ୍ତାଘାଟ, ପୋଲ ବି ବୁଡ଼ିଛି । More

ଆସୁଛନ୍ତି ଶାହ ! କାର୍ଯ୍ୟକର୍ତ୍ତାଙ୍କଠାରୁ ନେବେ ହିସାବ...

ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା। More

ଏପଟେ ବଢ଼ୁଛି ହୀରାକୁଦର ଜଳସ୍ତର, ସେପଟେ ମହାନଦୀରେ ୨୦ ଫୁଟର ଘାଇ

ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି।  More

ବଞ୍ଚିଥିଲା ବେଳେ ପଚାରିଲେନି; ମଲା ମାଆ ମୁହଁରେ ମୁଖାଗ୍ନି ଦେବାକୁ ମନା କଲା ବାପା

ବାପା, ମା’ଙ୍କୁ ହତାଦର କରିଥିବା ସନ୍ତାନଙ୍କୁ ସବକ୍ ଶିଖାଇଲେ ବାପା । ମା’ର ଦେହାନ୍ତ ପରେ ମୁଖାଗ୍ନି ଦେବାରୁ ବଞ୍ଚିତ କଲେ ନିଜ ୩ ପିଲାଙ୍କୁ । More

ବର୍ଷା ଜନିତ ବନ୍ୟା ଯୋଗୁଁ ୧.୨୦ ଲକ୍ଷ ଲୋକ ପ୍ରଭାବିତ: SRC

୯୦ଟି ବ୍ଲକର ୭୬୨ ଗାଁ ଓ ୧୭ଟି ସହରାଞ୍ଚଳର ୬୬ ୱାର୍ଡ ପ୍ରଭାବିତ More

ଯିଏ ଯାହା ପାଇଲା ରାସ୍ତାକଡ଼ରେ ବିକିଲା; ଖାଦ୍ୟର ମାନ ପରଖୁଛି କିଏ ?

ବାହାରେ ମିଳୁଥିବା ଚଟପଟା ଫାଷ୍ଟଫୁଡ୍ କେତେ ସ୍ୱାସ୍ଥ୍ୟକର ? More

କମ୍ ପଡୁଛି ଅଙ୍ଗଦାତାଙ୍କ ସଂଖ୍ୟା: ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଚିନ୍ତା ପ୍ରକଟ

ଗତ ବର୍ଷ ମେ ୧୫ରେ ୧୫ ବର୍ଷର ଝିଅ ସାଇସମୃଦ୍ଧିକୁ ହରାଇଥିଲେ। ହେଲେ ଆଶ୍ୱାସନା ଏତିକି ନିଜର ପ୍ରଥମ ସନ୍ତାନର ଜୀବନ୍ତ ସ୍ମୃତିକୁ ପାଇବାର ସୌଭାଗ୍ୟ ମିଳିଛି। କାହିଁକି ନା ମୃତ୍ୟୁ ପରେ ନିଜର କିଡନୀ ଦେଇ ଆଉ ଜଣଙ୍କୁ ଜୀବନ ଦେଇ ଯାଇଛନ୍ତି ସାଇସମୃଦ୍ଧା। More

୧୯ ଦିନର ଟଣାଓଟରା ପରେ ଖୋଲିଲା ମାର୍କେଟ୍ ବିଲଡିଂ; ବସିପାରିବେନି ଅସ୍ଥାୟୀ ବ୍ୟବସାୟୀ

ପୁଣି ଚଳଚଂଚଳ ହୋଇଛି ରାଜଧାନୀର ବ୍ୟସ୍ତ ବହୁଳ ବଜାର। More