ସଂକ୍ଷେପରେ ଆଜିର ତାଜା ଖବର - Friday, 28 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୋରାପୁଟର ଶ୍ରାବଣ ଛତୁ: କିଲୋ ପିଛା ଦୁଇ ହଜାର ଛୁଇଁ ଥିଲେ ବି ପ୍ରବଳ ଚାହିଦା

ଶ୍ରାବଣ ମାସରୁ ଆରମ୍ଭ ହୋଇ ମାତ୍ର କିଛି ଦିନ ବଜାରରେ ମିଳୁଥିବାରୁ ଏହାର ଚାହିଦା ବି ଢେର ଅଧିକା। ବାଲି ଛତୁ କିଲୋ ୪ ଶହରୁ ୬ ଶହ ଥିଲା ବେଳେ ବଡ଼ା ଛତୁ କିଲୋ ପିଛା ହଜାରେ ଟଙ୍କା ଯାଏଁ ବିକ୍ରି ହେଉଛି। More

ପ୍ରଯୋଜକଙ୍କ ବିରୋଧରେ ଆଗଧାଡ଼ିର ନାୟିକାଙ୍କ ଏତଲା, ଅନ୍ତରଙ୍ଗ ମୁହୁର୍ତ୍ତକୁ ଭାଇରାଲ୍ ସହ ବ୍ଲାକମେଲିଂ ଅଭିଯୋଗ

ପୁଣି ହଲଚଲ୍ ଓଲିଉଡ, ପୁଣି ଓଲିଉଡରେ ଚାଞ୍ଚଲ୍ୟ। ଏଥର ନା କାଷ୍ଟିଂ କାଉଚ୍ ନା ପ୍ରେମକୁ ନେଇ କୌଣସି ବିବାଦ, ବରଂ ସିଧାସଳଖ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ଭାଇରାଲ୍ କରି ବ୍ଲାକମେଲ୍ ଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ପୁଣି କୌଣସି ଅର୍ଡ଼ିନାରୀ ଅଭିନେତ୍ରୀ ନୁହଁନ୍ତି, ରୂପେଲି ପରଦାର ଆଗଧାଡ଼ିର ଜଣେ ନାୟିକା ଆଣିଛନ୍ତି ସଂଗୀନ ଅଭିଯୋଗ। More

ରାଜ୍ୟସଭାରେ ୫୦ % ସଂରକ୍ଷଣ କଥା ଉଠାଇ ଅଡ଼ୁଆରେ ଶଙ୍ଖ ଦଳ

କଂଗ୍ରେସ କହିଛି ବିଜେଡିର ଯଦି ଆନ୍ତରିକତା ଅଛି, ସଂସଦର ସାଂପ୍ରତିକ ସ୍ଥିତିର ଫାଇଦା ନେଉ।  ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ ପାଇଁ ପ୍ରତିଶ୍ରୁତି  ନମିଳିଲେ ବିଜେପି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁ। More

ପାତ୍ରପଡ଼ାରେ ତିଆରି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନୂଆ ଘର

ସାହିପଡିଶାଙ୍କ ସହ କଥା ହେବା ସହ ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ । ପାଖାପାଖି ୧୦ ମିନିଟ ଯାଏ ସେ ପାତ୍ରପଡ଼ାରେ ରହି ଘର କାମର ଅନୁଧ୍ୟାନ କରିଥିବା ଜଣାପଡିଛି। More

ଅନ୍ଧାଧୁନିଆ ପ୍ରୋଟିନ୍ ଖାଉଛନ୍ତି କି ଜିମ୍ ଯାଉଥିବା ଯୁବପିଢି ? ହୋଇପାରେ ହୃଦଘାତ କିମ୍ବା କିଡନୀ ଫେଲୱେର

ଜିମ୍ ଏବଂ ଫିଟନେସ ପ୍ରତି ବଢୁଥିବା ଯୁବପୀଢ଼ୀଙ୍କ ଆଗ୍ରହ ପାଇଁ ପ୍ରୋଟିନ୍ ସୋ ରୁମ, ଏବେକାର ବିଜନେସର ନୂଆ ଟ୍ରେଣ୍ଡ୍। ହେଲେ ଅଭିଯୋଗ ହେଉଛି ଏଭଳି ପ୍ରୋଟିନ ସୋ ରୁମ ଭିତରୁ ଅଧିକାଂଶଙ୍କର ନା ଏଥିପାଇଁ ଲାଇସେନ୍ସ ଅଛି। ନା ଏମାନଙ୍କ ପାଖରେ ପୋଷଣ ତତ୍ତ୍ବ ଉପରେ ଜ୍ଞାନ ଥିବା କେହି ନ୍ୟୁଟ୍ରିସିଆନ୍ ଅଛନ୍ତି। ନା ଡାଏଟ୍ରି ଉପରେ ସର୍ବନିମ୍ନ ଜ୍ଞାନ ଅଛି।  More

ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦିଆଯିବ ଦଣ୍ଡ

ଯେଉଁମାନେ ମହିଳାଙ୍କୁ ବାରଣ କରୁଥିବେ, ଇ-ଚାଲାଣ କଟାଯିବ। ବସ୍‌ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ।  More

ଯୋଡ଼ି ହେଲା ନୂଆ ଫର୍ଦ୍ଦ ! ‘ଗୋପାଳକୁ ମନୋଜ କହିଥିଲେ ଦାଦା ତୁମ ଉପରେ ରାଗିଛନ୍ତି’

ପୂର୍ବରୁ ୨ ଥର ନବଙ୍କୁ ହତ୍ୟା ଉଦ୍ୟମ କରି ସେ ବିଫଳ ହୋଇଥିବା ଜଣାପଡ଼ିଛି । More

‘ରାଜ୍ୟରେ ଭର୍ଚୁଆଲ ସରକାର ଚାଲିଛି, ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ୱ ନାହିଁ’

ସାଂସଦ ଭାବେ ଖୁବଶୀଘ୍ର ତାହା ତଦନ୍ତ କରି କଥା ସାମ୍ନାକୁ ଆଣିବି ବୋଲି ଅପରାଜିତା ଚେତାବନୀ ଦେଇଛନ୍ତି । More

ସାବଧାନ ! ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ...

ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ରେ ପ୍ରବଳ ବର୍ଷିବ । More

ବୁଧବାର ହେବ ବନକଲାଗି ନୀତି, ବୈଠକରେ ହେଲା ନିଷ୍ପତ୍ତି

ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ । More

ଓଡ଼ିଆ ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ- ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ଫଟୋ ଭାଇରାଲ୍‌ କରୁଛନ୍ତି ଏହି ପ୍ରଯୋଜକ...

ପୁରୁଷ ବନ୍ଧୁ ତଥା ପ୍ରଯୋଜକଙ୍କ ନାଁରେ ଅଭିନେତ୍ରୀ ଜଣକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ପ୍ରଯୋଜକ ଭାଇରାଲ୍ କରୁଥିବା ସମ୍ପୃକ୍ତ ଅଭିନେତ୍ରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। More

ଜଙ୍ଗଲକୁ ଚଢ଼ାଉ ପାଇଁ ଯାଇଥିଲେ, ଖଣ୍ଡାରେ ହାଣି ପକାଇଲେ ମଦ ମାଫିଆ...

ରେଡ୍‌ ବେଳେ ମଦ ମାଫିଆଙ୍କ ଆକ୍ରମଣ। ଖଣ୍ଡାରେ ଆକ୍ରମଣ କରିବା ସହ ସହ ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମଦ ମାଫିଆ। More

ମହାପ୍ରଭୁଙ୍କୁ ଅବହେଳା ! ଏଯାଏଁ ହେଲାନୀ ବନକଲାଗି ନୀତି

ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନି । More

ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା: ମୁଖ୍ୟ ରାସ୍ତା ଚକାଚକ୍, ସାହି ଭିତରକୁ ପଶିଲେ ଅସଲ ସ୍ମାର୍ଟ ସିଟିର ଚେହେରା ପଦାରେ ପଡ଼ିଯିବ...

ଆପଣ କେବେ ଭୁବନେଶ୍ୱରର ସାହି ରାସ୍ତାରେ ଯାଇଛନ୍ତି ? ମୁଖ୍ୟ ରାସ୍ତା ଚକାଚକ୍ କିନ୍ତୁ ଏଠି ସାହି ଭିତରକୁ ପଶିଲେ ଅସଲ ସ୍ମାର୍ଟ ସିଟିର ଚେହେରା ପଦାରେ ପଡ଼ିଯିବ। କେଉଁଠି ଖାଲଖମା ତ ପୁଣି କେଉଁଠି ପାଚେରି ଉପରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି ଲୋକେ। More

ଖଣ୍ଡା ଦେଖାଇ ଲୁଟିଲେ, ବୋମାମାଡ଼ କଲେ...କଲ୍‌ କରି ଠିକାଦାରଙ୍କୁ ଦାଦାବଟି ମାଗିଲେ

ଠିକାଦାରଙ୍କୁ ଦାଦା ବଟି ମାଗିଲେ ଓ ତା’ପରେ ବୋମାମାଡ଼ କଲେ। ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଲେ। More

Panchang Today 28th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୭.୦୭ ଗତେ ବିଛା । ତିଥି- ୧୦ମୀ ଦିବା ୦୨.୫୧ ଗତେ ୧୧ଶୀ । ଆଜି ଆପଣ କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି କି ? ଜାଣିନିଅନ୍ତୁ ସମୟ.... More

ଏ କେମିତିକା ମା’ ! ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଛୁଆକୁ ବିକ୍ରି କରିଦେଲା

ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’। More

ଷ୍ଟାଡିୟମରେ ପାଲ ଢାଙ୍ଗିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦାୟୀ କଲା ବିଜେପି

ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ମହାମହିମ୍ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିତିଗଲାଣି ୨୪ ଘଣ୍ଟା । ଆଇନଜୀବୀ ଓ କଟକ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଆଉ ସମାଲୋଚନା ପରେ ବି ଷ୍ଟାଡ଼ିୟମ ଛାତର ଅବସ୍ଥା ଯଥା ପୂର୍ବଂ ତଥା ପରଂ । More

ରାଜ୍ୟରେ ପିଏମ୍ -କିଷାନ୍ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା କେତେ ?

ଯୋଜନାରେ ଚାଷୀଙ୍କୁ ଆଜି ୨ ହଜାର ଟଙ୍କା ଲେଖାଁଏ ସହାୟତା ମିଳିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି । More

ଇତିହାସରେ ପ୍ରଥମ ଥର ! ୭ ମାସ ଆଗରୁ ମାଟ୍ରିକ୍‌ ପରୀକ୍ଷା ଘୋଷଣା

ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପ୍ରତିବର୍ଷ ଏକାସଙ୍ଗେ ଅନୁଷ୍ଠିତ ହେବ। ତେବେ ବିସ୍ତୃତ ପରୀକ୍ଷା କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି କହିଛି ବୋର୍ଡ। More

‘ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ, ବ୍ୟକ୍ତି ବଦଳିଲେ ବଦଳିବ ସମାଜ’

ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ବି ସେ ବଖାଣିଥିଲୋ। ଏହା ପୂର୍ବରୁ ସେ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ । More

ମନୋରଞ୍ଜନ ସାଜିଛି କି ମରଣଯନ୍ତା; ରିଲ୍‌ସ ଯୋଗୁଁ ଚାଲିଗଲା ଯବାନଙ୍କ ଜୀବନ !

ମନୋରଞ୍ଜନର ମାଧ୍ୟମ ସାଜିଛି କି ମରଣଯନ୍ତା ? ରିଲ୍ସ ବା ସର୍ଟ ଭିଡିଓ ନେଉଛି କି ଜୀବନ ? ଯୁବପିଢିଙ୍କ ପାଇଁ ସର୍ଟ ଭିଡିଓ ସାଜିଛି କି ସାଇଲଣ୍ଟ କିଲର ? ଭିଡିଓ ସୁଟ୍ ବେଳେ ଆସାବଧାନତା ସାଜୁଛି କି କାଳ ? କାର୍ଗିଲ ବିଜୟ ଦିବସରେ ଜଣେ ଯବାନଙ୍କ ଅକାଳ ମୃତ୍ୟୁ ଘଟିଛି ଏଭଳି ରିଲସ୍ ନିଶା ଯୋଗୁଁ । More