ସଂକ୍ଷେପରେ ଆଜିର ତାଜା ଖବର - Monday, 17 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ୱର ଛାତି ଉପରେ ଥିବା ୟୁନିଟ୍-ଟୁ ମାର୍କେଟ୍ ବିଲ୍ଡିଂରେ ତାଲା

ରାଜଧାନୀର ହାର୍ଟ ଅଫ୍ ମାର୍କେଟ୍- ୟୁନିଟ-୨ମାର୍କେଟ୍ ବିଲ୍ଡିଂ। ଯେଉଁଠି ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି ବ୍ୟବସାୟୀ ଓ ଉଠାଦୋକାନୀ। ଦୋକାନ ବନ୍ଦ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାକୁ ଓହ୍ଲାଇଛି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସଏନ୍। More

ଆଖି ନାହିଁ କିନ୍ତୁ ଜନ୍ମରୁ ହୃଦୟରେ ମହାଦେବ

ସେମିତି ଶରୀରକୁ କଷ୍ଟ ଦେଇ ଶିବ ଭକ୍ତିରେ ତଲ୍ଲୀନ ଇଏ ଆଉ ଜଣେ ଅନନ୍ୟ ଭକ୍ତ ଅନନ୍ତ ବୈରାଗୀ। ଏମିତି ଦଣ୍ଡ ପ୍ରଣାମ କରି କରି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ବାବାଙ୍କୁ ନିଜ ଦୁଃଖ ଜଣାଇବାକୁ ବାହାରିଛନ୍ତି। More

ଚାରି ଦ୍ୱାରରେ ଏଣ୍ଟ୍ରି ଅନୁମତି କେବେ ? ଅବଢ଼ା ପାଇଁ ବି ଓଳିଏ ଛିଡ଼ା ହେବାକୁ ପଡ଼ୁଛି ଲାଇନ୍‌ରେ...

ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା। More

Odisha Politics: ଜଗନ୍ନାଥ ସଂସ୍କୃତି ଆଳରେ ଏଣ୍ଟ୍ରି ମାରୁଛି କି ଧର୍ମ ରାଜନୀତି ?

‘ନବୀନ ଓଡ଼ିଶା’ ସ୍କିମକୁ ଅସ୍ତ୍ର କରିଛି କି ଶଙ୍ଖ ଦଳ? ଧାର୍ମିକ ଭାବାବେଗକୁ ଧରି ଗାଁ ଭୋଟ୍ ଟାଣିବାକୁ ଫନ୍ଦି କହିଲା ବିଜେପି  । More

୫୫ ବର୍ଷର ପୁରୁଣା ସ୍କୁଲକୁ କାହିଁକି ବନ୍ଦ କରିବେ ସରକାର ?

ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି। More

+୨ ପଢ଼ି ସାଜିଥିଲେ ଡାକ୍ତର; ଲୋକଙ୍କ ଜୀବନ ସହ ଖେଳୁଥିଲେ ଖେଳ

ଶୁଭ୍ରଜିତ ସେଭଳି କୌଣସି ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିନାହାଁନ୍ତି । ପାଠ ପଢ଼ିଛନ୍ତି ମାତ୍ର ପ୍ଲସ ଟୁ ଯାଏଁ । ସାନଖେମୁଣ୍ଡିରେ କ୍ଲିନିକ୍ କରି ନିଜ ନାଁ ସହ ଯୋଡ଼ିଛନ୍ତି ଲମ୍ବା ଚଉଡ଼ା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା । କେବଳ ସାନଖେମୁଣ୍ଡି ନୁହେଁ, କଟକ ରାଣୀହାଟରେ ବି ଗତ ୨ ବର୍ଷ ହେଲା କ୍ଲିନିକ୍ କରିଛନ୍ତି । More

ଆନ୍ଦୋଳନ ବେଳେ ବେହୋସ ହୋଇଗଲେ ଛାତ୍ରୀ, ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରୁଥିଲେ...

ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ। More

ମୂଳରୁ ପୋଖରୀ ନାହିଁ, ପଚାରିବାରୁ ଅଜବ ଯୁକ୍ତି ବାଢ଼ିଲେ ସରପଞ୍ଚ

ପୋଖରୀ ନଥିଲେ ସୁଦ୍ଧା ଖନନ ଓ ତୁଠ ବାବଦକୁ ଟଙ୍କା ବିଲ୍ ହୋଇଯାଇଛି । More

ନକଲି ଡାକ୍ତର ଗିରଫ, +୨ ପଢ଼ି ରୋଗୀଙ୍କ ଚିକିତ୍ସା କରୁଥିଲେ...ନେଉଥିଲେ ମୋଟା ଅଙ୍କର ଫିସ୍‌

ରୋଗୀଙ୍କ ଜୀବନ ସହ ଖେଳ। ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । ସେ +୨ ପାଠ ପଢ଼ି ମେଡିସିନ୍‌ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ। More

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ

ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିରେ ମାର୍କେଟ ବନ୍ଦ ରଖାଯାଇଛି..ଦୀର୍ଘଦିନ ହେଲା ସ୍ଥାୟୀ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ଲାଗିଛି.. More

ବିସ୍ଫୋରଣରେ କଟିଗଲା ହାତର ୪ ଆଙ୍ଗୁଠି

ବିସ୍ଫୋରଣରେ କଟିଗଲା ହାତ ଆଙ୍ଗୁଠି। କିଛି ବାରୁଦକୁ ନାବାଳକ ଜଣ ହାତରେ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା। More

Panchang Today 17th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ଅହୋରାତ୍ର, ତିଥି – ଅମାବାସ୍ୟା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – କନ୍ୟା ରାତ୍ରି ୧୦.୩୨ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ନିଶାନ୍ତ ୦୫.୧୧ ପର୍ଯ୍ୟନ୍ତ More

ଉଠା ଜଳସେଚନ ପ୍ରକଳ୍ପ କାମରେ ଦୁର୍ନୀତି ! ଲକ୍ଷ ଲକ୍ଷ ଖର୍ଚ୍ଚ ହେଲା, ହେଲେ ଜମିକୁ ମାଡ଼ୁନି ପାଣି

୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ତିଆରି ହେଲା ଉଠା ଜଳସେଚନ ପ୍ରକଳ୍ପ, ହେଲେ ଚାଷୀଙ୍କ କାମରେ ଲାଗୁନି । More

ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ପ୍ରବଳ ବର୍ଷା ଆଶଙ୍କାରେ ଆଜି ରାଜ୍ୟର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। More

ଅତିଷ୍ଟ କଲାଣି ଟୁଇନ ସିଟିର ଡ୍ରେନ୍ ସମସ୍ୟା: ଏ ବର୍ଷ ବି ଜୀବନ ନେଲା ମୁକୁଳା ଡ୍ରେନ୍‌

ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ। More

ମିଶନ୍ ପଶ୍ଚିମ ପାଇଁ ଶଙ୍ଖ-ପଦ୍ମ କସରତ: ବିଜେପିକୁ ଚେକ୍ ଦେବାକୁ ଶାସକ ଦଳର ପ୍ୟାକେଜ୍ ଷ୍ଟ୍ରାଟେଜି

ବିଜେଡିର ମିଶନ୍ ପଶ୍ଚିମ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି। ହେଲେ ବାଧକ ସାଜିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ପଶ୍ଚିମରେ ଭୋଟ୍ ଟାଣିବାକୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ଆଶାତିତ ସଫଳତା। More

ମନ ଜିଣୁଛି ଜେଜେମା’ଙ୍କ ହାତ ରନ୍ଧା; ୟୁଟୁବରେ ହୁ ହୁ ବଢୁଛନ୍ତି ଫ୍ୟାନ୍, ଫଲ୍ଲୋଅର..

କାଠ ଚୁଲା, ଲୁହା କଡେଇ ଆଉ ଜେଜେମାଆ ହାତର ରନ୍ଧା । ଶିଳ ବଟା ମସଲାରେ ପୂରା ଦେଶୀ ଷ୍ଟାଇଲ ଛୁଙ୍କ । ଆଜିକା ପିଜା-ବର୍ଗର ଯୁଗରେ ଏସବୁର କମ୍ବିନେସନର ନିହାତି ବିରଳ । ଯାଜପୁର ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ । More

କଂଗ୍ରେସରେ ରାଜନୀତି ଝଡ଼; ମୋକିମ୍-ଚିରଞ୍ଜୀବ ବିଜେଡି ମୁହାଁ !

ନିଲମ୍ବନ ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଗତି କୁଆଡେ ? ଦୁହେଁ ବିଜେଡି ଆଡକୁ ଢଳୁଛନ୍ତି କି ? ଦଳ ଉପରେ ଏହାର କି ପ୍ରଭାବ ପଡିବ ? ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ ଜୋରଦାର ଚର୍ଚ୍ଚା । More

ଦେବୀ ନଦୀରେ ଅଘଟଣ; ବୁଡ଼ିଯାଇ କାଉଡ଼ିଆ ନିଖୋଜ

ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ ବୁଡ଼ମାରିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । More