ସଂକ୍ଷେପରେ ଆଜିର ତାଜା ଖବର - Saturday, 15 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସର୍ପ ସଚେତନତା ଶିବିର: ଛାତ୍ରଛାତ୍ରୀ ଜାଣିଲେ ସାପକାମୁଡାର ପ୍ରାଥମିକ ଚିକିତ୍ସା

ଛାତ୍ରଛାତ୍ରୀମାନଙ୍କୁ ସାପମାନଙ୍କର ପ୍ରକାର ଭେଦ, ବିଷଧର ସାପଙ୍କୁ କିପରି ଚିହ୍ନିବ, ସାପକାମୁଡାର ପ୍ରାଥମିକ ଚିକିତ୍ସା, ସାପକାମୁଡାର ଲକ୍ଷଣ, ପରିବେଶରେ ସାପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦି ବିଷୟରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବୁଝାଇଥିଲେ । More

ଡ୍ରେନ୍ ପାଣିରେ ଭାସିଲା ରାଜଧାନୀ, ସ୍ଥିତି ଦେଖି ଖୋଦ୍ ମେୟର ଅସହାୟ

ପଦାରେ ପଡ଼ିଲା ଏକ ନମ୍ବର ସ୍ମାର୍ଟସିଟିର ଅସଲ ଚେହେରା। ବର୍ଷର ପ୍ରଥମ ଲଗାଣ ବର୍ଷାରେ ହିଁ ବେହାଲ ଭୁବନେଶ୍ୱର। More

'ନବଙ୍କୁ ଗୁଣ୍ଡା ସଜେଇ ଦେଇଛି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍'

ବଡ଼ ପ୍ରଶ୍ନ ହେଲା, ନବଙ୍କ ପୁଅ ଓ ପତ୍ନୀ କରୁଥିବା ଏହି ପ୍ରି-ପ୍ଳାନ କିଏ ଓ କେବେ କରିଥିଲା? ବ୍ରଜରାଜନଗରରେ ନବଙ୍କର ବିରୋଧୀ କିଏ ଥିଲେ? ସେମାନଙ୍କୁ ପଚରାଉଚୁରା କରିଛି କି କ୍ରାଇମବ୍ରାଂଚ? More

ରାଜ୍ୟ ସାରା ତୁହାକୁ ତୁହା ବର୍ଷା, ର୍ଦ୍ଦମା ପାଣିରେ ଭାସିଲା ସହର ସହର

ଦିନଟିଏ ବର୍ଷାରେ ଖୋଲିଗଲା ପୌର ପ୍ରସ୍ତୁତିର ପୋଲ୍ । ନର୍ଦ୍ଦମା ପାଣିରେ ଭାସିଲା ସହର । ବକ୍ସ ଡ୍ରେନ୍ କାମ ପାଇଁ କଟକ ଅବସ୍ଥା ସଂଗୀନ । More

ବଙ୍ଗୋପସାଗରରେ ସୃଷ୍ଟି ଆଉ ଏକ ଘୂର୍ଣ୍ଣିବଳୟ ! ୧୯ ଯାଏଁ ପ୍ରବଳ ବର୍ଷିବ

ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । More

କଂଗ୍ରେସରୁ ମୋକିମ୍‌, ଚିରଞ୍ଜୀବ ସସ୍‌ପେଣ୍ଡ

ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍‌ପେଣ୍ଡ କରିଛି । More

ଯୁଆଡ଼େ ଗଲେ ସିଆଡ଼େ 5T ସଚିବଙ୍କୁ କଳାପତାକା ଦେଖାଇଲେ...

ପାଣ୍ଡିଆନ ଯେଉଁ ଯେଉଁ ଅଞ୍ଚଳ ଯାଉଛନ୍ତି ସେଠି ସେଠି ବିକ୍ଷୋଭ ପ୍ରଦର୍ଶନ ହେଉଛି । More

‘ଟେଡି ବିଅର’ ଫେରାଇଦେଲା ପ୍ରମିକା; ରାଗିଯାଇ କଟୁରୀରେ ହାଣିଦେଲା ପ୍ରେମିକ

ଦୁଇ ଦିନ ତଳେ ବଲାଙ୍ଗିର ନିଖିଲନଗର ଅଞ୍ଚଳରେ ରହୁଥିବା ଶେଷାଦ୍ରୀଙ୍କ ଘରକୁ ଯାଇଥିଲା ମିଳନ । ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । More

Today Panchang 15th July 2023: ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ, ଶନିବାର। ଚନ୍ଦ୍ର – ବୃଷ ଅହୋରାତ୍ର, ତିଥି – ୧୩ଶୀ ରାତ୍ରି ୦୮.୩୨ ଗତେ ୧୪ଶୀ,ଘାତ ଚନ୍ଦ୍ର – ବିଛା ଦିବା ୧୧.୨୨ ଗତେ କନ୍ୟା, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ More

ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ! ୧୪ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ । More

ଏଣିକି ଆନନ୍ଦ ବଜାରରେ ରାବିଡ଼ି ବନ୍ଦ, ରୋଷଘରେ ପ୍ରସ୍ତୁତ ଭୋଗ ହିଁ ବିକିପାରିବେ ସୁପକାର

ସୁପକାରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ। More

ବିଦ୍ୟୁତ ନେଲା ୨ ଜୀବନ; ପୁଅକୁ ବଞ୍ଚାଇବାକୁ ଯାଇ ମା’ର ମୃତ୍ୟୁ

ଘର କାମ କରିବା ପାଇଁ ବିଦ୍ୟୁତ ଦ୍ୱାରା ଏକ ମେସିନ୍‌ରେ ରଡ୍‌ କାଟୁଥିଲେ । ହେଲେ ଅସାବଧାନତା କାରଣରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । More

ଭୁବନେଶ୍ୱର-ରାଉରକେଲା ବିମାନ ସେବାରେ ଲାଗିବ କି ବ୍ରେକ୍ ? କ୍ରମାଗତ ବାତିଲ ହେଉଛି ଫ୍ଲାଇଟ୍

ରାଉରକେଲାକୁ ବନ୍ଦ ହୋଇଯିବ କି ଯାତ୍ରୀବାହୀ ବିମାନ ସେବା ? ହକି ବିଶ୍ୱକପ୍ ବେଳେ ୬ ମାସ ତଳର ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହେବନି ତ ? ଏବେ ସ୍ଥାନୀୟ ଲୋକେ ଏମିତି ଆଶଙ୍କା କଲେଣି । More

ରାଜନୈତିକ ବିବାଦରୁ ବାସନ୍ଦ ପରିବାର; ପିଲାଙ୍କୁ ବି ସ୍କୁଲ ଯିବା ମନା

ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନ ଥିବା ଅଭିଯୋଗ ହେଉଥିଲାବେଳେ କମିଟି ସଭାପତି କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । More

ଓଡ଼ିଶା ଦଖଲ ପାଇଁ ବଂଶଲଙ୍କ ୨ ଦିନିଆ ମାନସ ମନ୍ଥନ

ଓଡିଶା ଦଖଲ ପାଇଁ ସୁନୀଲ୍ ବଂଶଲଙ୍କ ଦୁଇ ଦିନିଆ ମାନସ ମନ୍ଥନ । ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍। ଏଥିସହ ଭୋପାଲରେ ବିସ୍ତାରକଙ୍କୁ ମୋଦି ପଢାଇଥିବା ବୁଥ ମାନେଜମେଣ୍ଟ ପାଠ କେମିତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେବ ସେ ନେଇ ବି ବିସ୍ତାରକମାନଙ୍କ ସହ ବୈଠକ କରିଛନ୍ତି ବିଜେପି ରାଜ୍ୟ ସଭାପତି ଏବଂ କ୍ଷେତ୍ରୀୟ ପ୍ରଭାରୀ।... More

ଡେଙ୍ଗୁ ହଟସ୍ପଟ୍ ପାଲଟିଛି ରାଜଧାନୀ; ଅଣାୟତ୍ତ ସ୍ଥିତି, ଏଯାଏଁ ଦେଢ଼ଶହ ଆକ୍ରାନ୍ତ

ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ । More