ସଂକ୍ଷେପରେ ଆଜିର ତାଜା ଖବର - Monday, 10 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିକଶିତ ହେବ ଉତ୍ତରକାଶୀର ଶ୍ରୀଜଗନ୍ନାଥ ମନ୍ଦିର, ଧର୍ମେନ୍ଦ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ଧାମିଙ୍କ ଆଲୋଚନା 

ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି। More

ଶ୍ରୀକ୍ଷେତ୍ରରୁ ସିଲିଭର ସିଟିକୁ ଗଡ଼ିବ ମେଟ୍ରୋ : ପ୍ରକଳ୍ପ ଲାଗି ଆରମ୍ଭ ହେଲା ସର୍ଭେ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ। ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ପଡ଼ିବ ଭିତ୍ତିପ୍ରସ୍ତର More

ପାଣ୍ଡିଆନଙ୍କୁ ନେଇ ଅକଳରେ ବିଜେଡି, ମୁଖ୍ୟମନ୍ତ୍ରୀ ଚାପରେ ଥିବା ଚର୍ଚ୍ଚା !

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିବା ପରେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ବିଜେଡି ଆଉ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହା ବି କହିଛନ୍ତି, ଫାଇଭ୍ ଟି ସଚିବ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେଉଥିଲେ, ଏବେ ସାମ୍ନାକୁ ଆସିଲେଣି। More

ଆର୍ଥିକ ଅନଟନ ଓ ରୋଗ ଦୁଃଖରେ ଷଢୁଛନ୍ତି ବିଜୁବାବୁଙ୍କ ପୁତୁରା ଓ ଝିଆରୀ

କଟକ ଆନନ୍ଦ ଭବନର ଦୁଇଟି ଚିତ୍ର। ଗୋଟିଏ ପଟ ବିଜୁ ବାବୁଙ୍କ ଆନନ୍ଦ ଭବନ ଆଉ ଗୋଟିଏ ପଟ ହେଉଛି ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ଏବେ ସଂଗ୍ରହାଳୟ ହୋଇଯାଇଛି ହେଲେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢିଥିବା ଆନନ୍ଦ ଭବନ ଏବେ ପରିତ୍ୟକ୍ତ ଅବସ୍ଥାରେ। More

OTP ଶେୟାରିଂ ମାମଲା: ମାଷ୍ଟରମାଇଣ୍ଡ ପାଖକୁ ଟଙ୍କା ପଠାଇଥିବା ମାନିଲା ଅଭିଯୁକ୍ତ ଅଭିଜିତ

ପାକ୍ ଆତଙ୍କୀ ଲିଙ୍କ୍ ମାମଲାରେ ଅଭିଜିତ ଜମ୍ବୁରେକୁ NIA ଜେରା କରିଛି। OTP ଶେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେରକୁ ଏନ୍‌ଆଇଏ ଜେରା କରିଛି। More

‘ବିଜେଡିର ସାଧା ଟିକେଟ୍‌ ପାଣ୍ଡିଆନଙ୍କ ହାତରେ, ଦସ୍ତଖତ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ୍‌ ପାଣ୍ଡିଆନଙ୍କ ହାତରେ ଅଛି।’ More

Panchang Today 10th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ..

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ  ସୋମବାର, ଚନ୍ଦ୍ର – ମୀନ ଅହୋରାତ୍ର, ତିଥି – ୮ମୀ ସନ୍ଧ୍ୟା ୦୬.୪୪ ଗତେ ୯ମୀ, ଘାତ ଚନ୍ଦ୍ର – ଧନୁ ରାଶିର ସନ୍ଧ୍ୟା ୦୬.୫୯ ଗତେ ମେଷ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି More

ଜଳ ଲାଗି ପୂର୍ବରୁ ଚାଲିଗଲା ଜୀବନ, ମନ୍ଦିରରେ କାଉଡ଼ିଆଙ୍କ ମୃତ୍ୟୁ

ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ ବୋଲ୍‌ବମ୍‌ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଦେବଗଡ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି।  More

ଚାହୁଁ ଚାହୁଁ ଜଳିଗଲା ସରକାରୀ ଔଷଧ ଗୋଦାମ, ଚାରିଆଡ଼େ ଖାଲି ଧୂଆଁମୟ...

ଚାହୁଁ ଚାହୁଁ ଜଳିଗଲା ଔଷଧ ଗୋଦାମ। ଗତକାଲି ରାତିରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। More

ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମେଡିସିନ୍ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ : ଚାହୁଁଚାହୁଁ ଜଳିଗଲା ସବୁ ପୂରା ଗୋଦାମ ଘର

ନିଆଁ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବିଭାଗ ପହଂଚି ଥିଲା । ହେଲେ ସେତେବେଳକୁ ଔଷଧ ଗୋଦାମଟି ସମ୍ପୂର୍ଣ୍ଣ  ଜଳିଯାଇଛି । ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି । More

ଓଡ଼ିଶାକୁ ଭେଟି ଦେଲା ରାଜ୍ୟର ପ୍ରଥମ AI ନ୍ୟୁଜ୍ ଆଙ୍କର: ଓଡ଼ିଆ ଓ ଇଂଲିଶରେ ନ୍ୟୁଜ୍ ପଢିବେ AI ଆଙ୍କର 'ଲିସା'

ଲିସା... ସତସତିକା ମଣିଷ ନୁହଁନ୍ତି, ହେଲେ ମଣିଷଠୁ ବି କିଛି କମ୍ ନୁହଁନ୍ତି। କଥାବାର୍ତ୍ତା, ମୁଖଭଙ୍ଗୀ, ଖବର ପରିବେଷଣ । ଅବିକଳ ଉପସ୍ଥାପିକାଙ୍କ ଭଳି। ଲିସା ଏକ ଭର୍ଚୁଆଲ୍ ରୋବଟ୍ ଭଳି। More

'ଆହାର' ଉପରେ ଦରବୃଦ୍ଧିର ପାହାର ! ଆଳୁ ଓ ଭଣ୍ଡାକୁ ଛାଡ଼ି ଡାଲମାରୁ ଉଭାନ ଅନ୍ୟ ପରିବା

ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା। More

ରାଜ୍ୟରେ ମରୁଡ଼ି ଶଙ୍କା ଜଳ ଜଳ: ଶୀଘ୍ର ବର୍ଷା ନହେଲେ ଜଳିଯିବ ଧାନ ତଳି

ସ୍ଥିତି ଆହୁରି ସଂଗୀନ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ, ଏଠି ତ ଶହ ଶହ ଏକର ଜମିରେ ଏଯାଏଁ ହଳ ବି ପଶିନି। ହିଡ଼ ମୁଣ୍ଡରେ ବର୍ଷାକୁ ଚାହିଁ ଚାହିଁ ଚାଷୀର ନିଦ ହଜିଗଲାଣି। More

ଓଟିପି ସେୟାରିଂ ମାମଲାରେ ଚାଞ୍ଚଲ୍ୟକର ସୁରାଗ୍

ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା। More

କ୍ରିପ୍ଟୋ କରେନ୍ସି କିଣୁଥିଲେ ସାବଧାନ ! ଆକାଉଣ୍ଟ ହୋଇଯିବ ଖାଲି..

ସାଇବର ଲୁଟେରାଙ୍କ ମାୟା ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର। କ୍ରିପ୍ଟୋ କରେନ୍ସି ଲୋଭ ଯୋଗୁ ଖାଲି ହୋଇଗଲା ଆକାଉଣ୍ଟ। More