ସଂକ୍ଷେପରେ ଆଜିର ତାଜା ଖବର - Friday, 12 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଜ୍ଞାମାଳ ଆସିବା ପରେ ସଂପନ୍ନ ହେଲା ତିନି ରଥର ଚକଡେରା ନୀତି

ଅପେକ୍ଷା ଥିଲା ଭଉଁରୀ ତିଥିକୁ..ଅପେକ୍ଷା ଥିଲା ଆଜ୍ଞାମାଳକୁ । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜିଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆରରେ ସିଧା ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ । More

ସନ୍ତାନ ହେଲେ ବାପା ହେବାକୁ ଇଚ୍ଛା: ଦୂତି ଚାନ୍ଦ

ବାପା ହେବାକୁ ଚାହୁଁଛନ୍ତି ଆନ୍ତର୍ଜିାତିକ ମହିଳା ଆଥଲେଟ୍ ଦୂତି ଚାନ୍ଦ । ନିଜ ବାନ୍ଧବୀଙ୍କୁ ବିବାହ ପରେ ସେ ହେବେ ସ୍ୱାମୀ, ଆଉ ପରବର୍ତ୍ତୀ ସମୟରେ ଉଭୟ ଯଦି କୌଣସି ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ଦୂତି ହେବେ ବାପା । More

ମୋଦିଙ୍କ ବିରୋଧ କରି ରିସ୍କ ନେବାକୁ ଚାହୁଁନାହାନ୍ତି କି ନବୀନ ?

ତୃତୀୟ ସାମ୍ମୁଖ୍ୟକୁ ବିଜେଡି ସୁପ୍ରିମୋଙ୍କ ନା ପରେ ଉଠିଲା ପ୍ରଶ୍ନ More

କିଏ ଜିତିବ ଝାରସୁଗୁଡ଼ା ବାଜି ? ସକାଳ ୮ଟାରୁ ଗଣତି, ୧୪ଟି ଟେବୁଲରେ ୧୯ ରାଉଣ୍ଡ କାଉଣ୍ଟିଂ

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ । More

CBSE Results 2023: ଏଥର ବି ପୁଅଙ୍କୁ ପଛରେ ପକାଇ ବାଜି ମାରିଲେ ଝିଅ

ପ୍ରକାଶ ପାଇଲା CBSE ରେଜଲ୍ଟ । ଉଭୟ ଦଶମ ଦ୍ୱାଦଶରେ ବାଜି ମାରିଲେ ଛାତ୍ରୀ । ଦଶମରେ ପାସ ହାର ୯୩.୧୨% ଥିବା ବେଳେ ଦ୍ୱାଦଶରେ ପାସ ହାର ରହିଛି ୮୭.୩୩% । More

ଛାତ୍ର ଜୀବନରୁ ପଡିଥିଲା ରାଜନୀତିର ମୂଳଦୁଆ; ବିଜୁବାବୁ ସାଜିଥିଲେ ଭାଗ୍ୟ

ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ ଜୀବନ ଥିଲା ବେଶ ସଫଳତା। ଛାତ୍ର ଜୀବନରୁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା। ତାଙ୍କ ସାଂଗଠନିକ ଦକ୍ଷତା ବିଜୁବାବୁଙ୍କୁ କରିଥିଲା ପ୍ରଭାବିତ। ଆଉ ତା’ ପରେ… More

ବାଚସ୍ପତି ଓ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ବଦଳିବ ମନ୍ତ୍ରିମଣ୍ଡଳ

ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ଅଦଳବଦଳ ହୋଇପାରେ More

ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ More

ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ

ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ । More

ବାପା ହେବାକୁ ଚାହୁଁଛନ୍ତି ଦୂତି ଚାନ୍ଦ

ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍‌କୁ ସାକ୍ଷାତକାର ଦେଇ ଏହା କହିଛନ୍ତି। More

Today Panchang 12th may 2023: ଜାଣନ୍ତୁ କେତେବେଳେ ରହିଛି ଶୁଭ ଓ ଅଶୁଭ ସମୟ

ସୌର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶୁକ୍ରବାର। ଚନ୍ଦ୍ର – ମକର ରାତ୍ରି ୧୨.୧୮ ଗତେ ବୃଷ। ଜାଣନ୍ତୁ କେତେବେଳେ ରହିଛି ଶୁଭ ଓ ଅଶୁଭ ସମୟ More

ଦୁଇ ଦିବ୍ୟାଙ୍ଗ ଭାଇ-ଭଉଣୀଙ୍କ ହୃଦୟଭରା କାହାଣୀ: ପିଲାଙ୍କ ପାଇଁ ଯେବେ ମାଟି ହାଣନ୍ତି ବାପା-ମାଆ

ଭଗବାନ କୋଳକୁ ସନ୍ତାନ ସିନା ଦେଇଛନ୍ତି ହେଲେ ଏମିତି ଅବସ୍ଥାରେ, ଯେଉଁମାନେ କିଛି ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ । More

ଛାତ୍ରଛାତ୍ରୀଙ୍କ ବଡ଼ ଦ୍ୱନ୍ଦ୍ୱ!! ଖଲିକୋଟ ସ୍ୱୟଂଶାସିତ କଲେଜ ନା ଖଲିକୋଟ ବିଶ୍ୱବିଦ୍ୟାଳୟ ?

ନାମଫଳକ ବଦଳିଲା, କୁଳପତି ନିଯୁକ୍ତ ହେଲେ। କିନ୍ତୁ ଏହା ଭିତରେ ୟୁନିଭର୍ସିଟି ଗଠନକୁ ଦୁଇ ବର୍ଷ ହେବାକୁ ଯାଉଥିଲା ବେଳେ, ଛାତ୍ରଛାତ୍ରୀଙ୍କ ଅଭିଯୋଗ ନା ଖଲିକୋଟ ବିଶ୍ୱବିଦ୍ୟାଳୟକୁ ଏଯାଏଁ ୟୁଜିସି ସ୍ୱୀକୃତି ମିଳିଛି, ନା ଏନ୍‌ସିଟିଇ ବା ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେନ୍ ତାଲିକାରେ ୟୁନିଭର୍ସିଟିର ନାଁ ଅଛି । More

ଗରିବଙ୍କ ଚାଉଳ ଚଳୁ କରିଦେଲେ ସରକାରୀ ବାବୁ

ଗରିବ ଦୁଃଖୀ ଲୋକଙ୍କ ଚାଉଳ ଚଳୁ କରିଦେଇଛନ୍ତି ସରକାରୀ ବାବୁ । ବସ୍ତେ କି ଦୁଇ ବସ୍ତା ନୁହେଁ ବରଂ ହଜାର ହଜାର କୁଇଣ୍ଟାଲ୍ । ବର୍ଷ ବର୍ଷ ଧରି ବଲାଙ୍ଗିରରେ ଏମିତି ଚାଲିଛି । ଆଉ ଏବେ ଘଟଣା ପ୍ରଘଟ ହେବା ପରେ ଚାଲିଛି ଧରପଗଡ଼ । More

ସାବଧାନ ! ଟ୍ରେଡିଂ କରୁଥିଲେ ସତର୍କ ହୁଅନ୍ତୁ, ଆପ୍ ଜରିଆରେ ଲୁଟର ନୂଆ ଫଣ୍ଡା

୨୦ ଟଙ୍କା ପୈଠର ମିନିଟିକରେ ୮ ଲକ୍ଷରୁ ଅଧିକ ଲୋଭ । ମିଛ ବିଜ୍ଞାପନ ଦେଖାଇ ଚୁନ ଲଗାଉଛନ୍ତି ଲୁଟେରା । ବଲିଉଡ୍ ଷ୍ଟାରଙ୍କ ଫଟୋ ବିଜ୍ଞାପନ ଦେଖାଇ ମହାଠକେଇ । More

ବାତ୍ୟା ସିନା ଆସିଲାନି, ଓଡ଼ିଶାକୁ ଗ୍ରାସିଲା ତାତି ! ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟ

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଗ୍ରୀଷ୍ମପ୍ରବାହ ସ୍ଥିତି । ୩ ସହରରେ ପାରଦ ୪୩ ଡିଗ୍ରୀ ଉପରେ । ଗ୍ରୀଷ୍ମ ପ୍ରବାହ ସ୍ଥିତି ସମୀକ୍ଷା କଲେ ଏସଆରସି । More