ସଂକ୍ଷେପରେ ଆଜିର ତାଜା ଖବର - Wednesday, 10 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ନେଇ ଚାଷୀ କୂଳ ଖପ୍ପା

ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ। More

ରାଜନୀତିରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ? ମମତା ଓ ନୀତୀଶଙ୍କୁ ଭେଟିବା ପରେ ବି ନିରବ ନବୀନ

ସୁବିଧାବାଦୀ ରାଜନୀତି କହି ବର୍ଷିଲା ବିଜେପି । କଂଗ୍ରେସର ଅଭିଯୋଗ, ବିଜେଡି-ବିଜେପି ଏକ୍ । ସମଦୂରତା କଥା ଦୋହରାଇଲା ବିଜେଡି । More

ନିଆରା ନାଉରିର କାହାଣୀ ! ନଈରେ ବୁଡ଼ିଲା ଡଙ୍ଗା, ଅନ୍ୟଙ୍କୁ ବଞ୍ଚାଇଲେ ନିଜେ ଜୀବନ ହାରିଲେ

ଏବେ ମରି ମରି ବଞ୍ଚୁଛନ୍ତି ଆଳି ବ୍ଲକ ଏକମାଣିଆର ସୁଦର୍ଶନ ସ୍ୱାଇଁଙ୍କ ବିଧବା ପତ୍ନୀ ଓ ପୁଅ । More

ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଏନକାଉଣ୍ଟର, ଟାପରଙ୍ଗ ଜଙ୍ଗଲରେ ୩ ନକ୍ସଲଙ୍କୁ ଗୁଳି

କଳାହାଣ୍ଡି ପୋଲିସକୁ ଖବର ଦେଇ ନଜର ରଖିଥିଲେ ମାଓବାଦୀଙ୍କ ଉପରେ । ତେବେ ସ୍ପେଶାଲ ଅପରେସନ ଗ୍ରୁପ୍ ବା SOର କମାଣ୍ଡୋ ପହଁଚିବା ପୂର୍ବରୁ ସଉଦା କିଣି ଗାଁରୁ ବାହାରିଯାଉଥିଲେ ମାଓବାଦୀ । More

ନୂଆ ରୂପରେ ଫାଷ୍ଟଫୁଡ୍‌: ଖାଆନ୍ତୁ ମାଣ୍ଡିଆରୁ ତିଆରି ସୁଆଦିଆ ସୁପ୍, ନୁଡୁଲ୍ସ ଓ ଗୁପ୍‌ଚୁପ୍‌

ମାଣ୍ଡିଆ ନାଁ ଶୁଣିଲେ, ମନକୁ ଆସେ, ଏହା ଆଦିବାସୀ ତଥା ଦେଶିଆ ଖାଦ୍ୟ। ହେଲେ ବଦଳିଛି ମାଣ୍ଡିଆ ପରଷିବାର ଢାଞ୍ଚା । ଦେଶୀ ମାଣ୍ଡିଆରେ ଲାଗିଛି ଆଧୁନିକତାର ଛାପ। ରୂପ ନୂଆ, ନାଁ ବି ନୂଆ। ସବୁ ବର୍ଗର ଖାଦ୍ୟପ୍ରେମୀଙ୍କୁ ଆଖି ଆଗରେ ରଖି ମାଣ୍ଡିଆଜାତ ଉତ୍ପାଦରେ ପ୍ରସ୍ତୁତ ହେଉଛି ଫାଷ୍ଟଫୁଡ୍। More

ପୁଣି ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂ: ଉପରେ ଅଖା ଭିତରେ ରଖିଥିଲେ କରତ ଗୁଣ୍ଡ, ହେଲେ ଭିତରେ ଥିଲା...

ପୁଣି ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପୁଣି ‘ପୁଷ୍ପା’ ଷ୍ଟାଇଲରେ ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି।  More

ଟଳିଲା ବିପଦ ! ଓଡ଼ିଶାକୁ ନାହିଁ ବାତ୍ୟା ପ୍ରଭାବ

ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। More

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।  More

ଅଧା ବାଟରେ ଟଙ୍କା ବିଡ଼ା ପାଲଟିଗଲା କାଗଜ ବିଡ଼ା ! ବ୍ୟାଙ୍କରୁ ୫୦୦ ଟଙ୍କିଆ ବଣ୍ଡଲ ଧରି ବାହାରି ଥିଲେ, ପରେ...

ବ୍ୟାଙ୍କରୁ ୫୦୦ ଟଙ୍କିଆ ୪ ବଣ୍ଡଲ ଧରି ଏକ ଘରୋଇ ବ୍ୟାଙ୍କ୍‌ର ଜଣେ ଗୋଲ୍ଡ କାଉନ୍‌ସିଲର୍‌ ହିତାଧିକାରୀଙ୍କୁ ଦେବାକୁ ବାହାରି ଥିଲେ।ତେବେ ଅଧା ବାଟରେ ଟଙ୍କା ବିଡ଼ା ସବୁ ତାହା କାଗଜ ବିଡ଼ା ହୋଇଯାଇଥିବା ନେଇ ପରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। More

ଝାରସୁଗୁଡ଼ା ଉପନିର୍ବାଚନ: ଆରମ୍ଭ ହେଲା ମତଦାନ, ସମ୍ବେଦନଶୀଳ ବୁଥ୍‌ରେ ଅଧିକ ଫୋର୍ସ ମୁତୟନ

ସକାଳ ୭ଟାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥ୍‌ରେ ସିସିଟିଭି ଲଗାଯାଇଛି। ଏହାସହ ସମ୍ବେଦନଶୀଳ ବୁଥ୍‌ରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।  More

ପୁରୀ ବାସିନ୍ଦାଙ୍କ ପାଇଁ ଆଉ କଣ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର ?

ସମସ୍ତଙ୍କ ପାଇଁ ଗୋଟିଏ ପ୍ରବେଶ ପଥ ନିୟମ ହୋଇଥିବାରୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିପାରୁ ନାହାନ୍ତି ପୁରୀ ବାସିନ୍ଦା। ବିଶେଷକରି ଆଗରୁ ଅନ୍ୟ ତିନି ଦ୍ବାର ଦେଇ ପ୍ରତ୍ୟହ କାଳିଆ ଦର୍ଶନ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରଶାସନର ଏ ନିୟମ ଲକ୍ଷ୍ମଣରେଖା ସଦୃଶ ହୋଇଛି। More

'ପୁଷ୍ପା-୨'ରେ ମିଳିଲା ଅଭିନୟର ସୁଯୋଗ: ସୁଟିଂ ଦେଖିବାକୁ ଆସି ବନିଗଲେ ଅଭିନେତା

କୁହାଯାଉଛି, ସ୍ୱତନ୍ତ୍ର ହେଲିକପ୍ଟରରେ ଅଭିନେତା ଅଲ୍ଲୁ ଅର୍ଜୁନ ଏଠାକୁ ଆସିବେ। ତା ସହ ସିନେମାର ଅନ୍ୟ ଅଭିନେତା ଓ ଅଭିନେତ୍ରୀ ଏଠି ଖୁବ୍ ଶୀଘ୍ର ଆସି ପହଞ୍ଚିବେ। ବାସ୍ ନିର୍ଦ୍ଦେଶକ ସୁକୁମାରଙ୍କ ଗୋଟିଏ ଇସାରା ମିଳିଲେ ଆରମ୍ଭ ହେବ ସୁଟିଂ।  More

ରାତି ପାହିଲେ ଲଢେଇ, ମତଦାନ ପାଇଁ ପ୍ରସ୍ତୁତ ବୁଥ୍ ଓ ପୋଲିଂ ପାର୍ଟି

ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ । ମୁକ୍ତ ଓ ଅବାଧ ମତଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ । ୨୪ ପୂର୍ବରୁ ୩ ଦଳ ପାଇଁ ଶକ୍ତି ପରଖିବାର ବଡ଼ ସୁଯୋଗ । More

ମୁଖିଆଙ୍କ କଥା ନ ମାନିବାରୁ ନିଆଁ ପାଣି ବନ୍ଦ: ପଡ଼ୋଶୀଙ୍କ ସହ କଥା ହେଲେ ଲାଗୁଛି ଜରିମାନା

ଆଇନର ପଞ୍ଝା ସଶକ୍ତ ହୋଇଥିବା ସତ୍ୱେ ସମାଜରୁ ଏବେ ବି ଲୋପ ପାଇନି ସାମାଜିକ ବାସନ୍ଦ ଭଳି କୁପ୍ରଥା। More

ବରଗଡ଼ରେ ଲୁଚିଥିଲା କି ଗୁଡ୍ଡୁ ମୁସଲିମ୍ ?

ସୋହେଲାର ସିସିଟିଭି ଫୁଟେଜ ଭାଇରାଲ । ଭିଡିଓରେ ଗୁଡ୍ଡୁ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଭିଡିଓରେ ଥିବା ଲୋକ ଗୁଡ୍ଡୁ ନୁହେଁ, ମୁଁ ଶେଖ ହମିଦ । More