ସଂକ୍ଷେପରେ ଆଜିର ତାଜା ଖବର - Tuesday, 09 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁରୀ ବାସିନ୍ଦାଙ୍କ ପାଇଁ ଆଉ କଣ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର ?

ସମସ୍ତଙ୍କ ପାଇଁ ଗୋଟିଏ ପ୍ରବେଶ ପଥ ନିୟମ ହୋଇଥିବାରୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିପାରୁ ନାହାନ୍ତି ପୁରୀ ବାସିନ୍ଦା। ବିଶେଷକରି ଆଗରୁ ଅନ୍ୟ ତିନି ଦ୍ବାର ଦେଇ ପ୍ରତ୍ୟହ କାଳିଆ ଦର୍ଶନ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରଶାସନର ଏ ନିୟମ ଲକ୍ଷ୍ମଣରେଖା ସଦୃଶ ହୋଇଛି। More

'ପୁଷ୍ପା-୨'ରେ ମିଳିଲା ଅଭିନୟର ସୁଯୋଗ: ସୁଟିଂ ଦେଖିବାକୁ ଆସି ବନିଗଲେ ଅଭିନେତା

କୁହାଯାଉଛି, ସ୍ୱତନ୍ତ୍ର ହେଲିକପ୍ଟରରେ ଅଭିନେତା ଅଲ୍ଲୁ ଅର୍ଜୁନ ଏଠାକୁ ଆସିବେ। ତା ସହ ସିନେମାର ଅନ୍ୟ ଅଭିନେତା ଓ ଅଭିନେତ୍ରୀ ଏଠି ଖୁବ୍ ଶୀଘ୍ର ଆସି ପହଞ୍ଚିବେ। ବାସ୍ ନିର୍ଦ୍ଦେଶକ ସୁକୁମାରଙ୍କ ଗୋଟିଏ ଇସାରା ମିଳିଲେ ଆରମ୍ଭ ହେବ ସୁଟିଂ।  More

ରାତି ପାହିଲେ ଲଢେଇ, ମତଦାନ ପାଇଁ ପ୍ରସ୍ତୁତ ବୁଥ୍ ଓ ପୋଲିଂ ପାର୍ଟି

ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ । ମୁକ୍ତ ଓ ଅବାଧ ମତଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ । ୨୪ ପୂର୍ବରୁ ୩ ଦଳ ପାଇଁ ଶକ୍ତି ପରଖିବାର ବଡ଼ ସୁଯୋଗ । More

ବରଗଡ଼ରେ ଲୁଚିଥିଲା କି ଗୁଡ୍ଡୁ ମୁସଲିମ୍ ?

ସୋହେଲାର ସିସିଟିଭି ଫୁଟେଜ ଭାଇରାଲ । ଭିଡିଓରେ ଗୁଡ୍ଡୁ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଭିଡିଓରେ ଥିବା ଲୋକ ଗୁଡ୍ଡୁ ନୁହେଁ, ମୁଁ ଶେଖ ହମିଦ । More

ନବୀନ-ନୀତୀଶ ଭେଟ; JDU ଟୁଇଟର ପୋଷ୍ଟକୁ ନେଇ ବଢ଼ିଲା ସସ୍‌ପେନ୍ସ

ନବୀନ ନିବାସରେ ଦୁଇ ନେତାଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ମେଣ୍ଟ ଆଲୋଚନା ହୋଇନି କହି, କେହି ଖୋଲିଲେନି କାର୍ଡ । ଜେଡିୟୁ ଟୁଇଟର ଆକାଉଣ୍ଟ ପୋଷ୍ଟକୁ ନେଇ ବଢ଼ିଲା ସସ୍‌ପେନ୍ସ । More

ଆଖି ପିଛୁଳାକେ ଅଘଟଣ: ବସ୍ ଧକ୍କାରେ ଆଗପଛ ହୋଇ ଚାଲିଗଲେ ବାପା ଓ ଦୁଇ ଝିଅ

ଦ୍ରୁତ ଗତି ମହାବିପତ୍ତି। ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗ କେତେ କଣ ସଚେତନ କରୁଛି। କଟକଣା ଲଗାଉଛି, ଜୋରିମାନା ବି ଆଦାୟ ହେଉଛି। ହେଲେ ଡ୍ରାଇଭରଙ୍କ ଅବହେଳା ଆଜି ଗୋଟିଏ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି।  More

ଭାଇରାଲ CCTV ଫୁଟେଜ୍‌କୁ ନେଇ ନୂଆ ମୋଡ଼ ! ‘ମୋ ଫଟୋ ଦେଖାଇ କହୁଛନ୍ତି ଗୁଡ୍ଡୁ ମୁସ୍‌ଲିମ୍’

ସେଇ ଦିନ ସେ ନମାଜ ପାଠ କରିବାକୁ ଯାଇଥିଲେ। ତେବେ ଏ ପ୍ରସଙ୍ଗରେ ବରଗଡ଼ ପୋଲିସ ମୁହଁ ଖୋଲିନି । More

ପୋଲିସ ଗୁଳିରେ ୩ ମାଓବାଦୀ ସଫା

କଳାହାଣ୍ଡି ଏସପି ଏମ. ରାମପୁରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡି ପୋଲିସ ଓ ଗୁଇନ୍ଦା ତଥ୍ୟ ଆଧାରରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କିଛି ଦିନର ନୀରବତା ପରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହରି କରିଛି ଲଲବାହିନୀ । More

ନବୀନ ନିବାସରେ ବିହାର ମୁଖ୍ୟମନ୍ତ୍ରୀ; ଚାଲିଛି ନବୀନ-ନୀତିଶ ଆଲୋଚନା

କେନ୍ଦ୍ରର ବିଜେପି ନେତତ୍ୱାଧୀନ ସରକାର ବିରୋଧୀ ଦଳଙ୍କୁ ଏକଜୁଟ କରୁଛନ୍ତି ନୀତିଶ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି । More

କଲବଲ ହେଉଛି ଜୀବନ ! ଗତକାଲିଠୁ ଅଜି ଅଧିକ ତାତି

ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଗତକାଲି ଦିନର ତାପମାତ୍ରା ହିସାବରେ ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ପାର ହୋଇଛି । More

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର

ଆସନ୍ତା ୧୨ ତାରିଖରେ ବାତ୍ୟା ବାଂଲାଦେଶ, ମିଆଁମାର ଉପକୂଳ ଛୁଇଁବ । ଏଥି ପାଇଁ ସମୁଦ୍ର ଅଶାନ୍ତ ରହିବ । ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି IMD ଡିଜି ।ଯେଉଁମାନେ ସମୁଦ୍ରରେ ଅଛନ୍ତି, ତୁରନ୍ତ ଫେରି ଆସିବାକୁ କୁହାଯାଇଛି । More

ଲୋମଟାଙ୍କୁରା ଦୁର୍ଘଟଣା ! ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଲା ବସ୍‌

ବାପା ଓ ୨ ଝିଅଙ୍କୁ ଧକ୍କା ଦେଲା ବସ୍‌, ଘଟଣାସ୍ଥଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କୁ ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଲା More

ଉଦ୍ଧାର କରିବାକୁ ଯାଇଥିଲେ, ହେଲେ ଜୀବନ ନେଇଗଲା ଯମ

ଉଦ୍ଧାର କରିବା ବେଳେ କ୍ରେନ୍ ଡ୍ରାଇଭରଙ୍କ ଜୀବନ ଗଲା More

୧୨ ଘଣ୍ଟିଆ କୋରାପୁଟ ଜିଲ୍ଲା ବନ୍ଦ ଡାକରା

ରାଜ୍ୟ, କେନ୍ଦ୍ରର ଅବହେଳା ଅଭିଯୋଗ କରି ବନ୍ଦ ଡାକରା ଦିଆଯାଇଛି । More

ମା’କୁ ପର କରିଦେଲେ ତିନିତିନିଟା ପୁଅ; ମଲାପରେ କାନ୍ଧରେନେଲା ଝିଅ, ନିଜେ ଦେଲା ମୁଖାଗ୍ନି

ଗତକାଲି ମାଆର ମୃତ୍ୟୁ ହେଲା ବୋଲି ଭାଇମାନଙ୍କୁ ଖବର ଦେବାରୁ ଭାଇମାନେ ଆଡ଼ ଆଖିରେ ବି ଚାହିଁଲେନି । ଗାଁର ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆର ଶେଷକୃତ୍ୟ ସମ୍ପନ୍ନ କଲା ଝିଅ । ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଗାଁକୁ ଯିବାକୁ ଚେଷ୍ଟା କରିଥିଲେ । More

ଚିନ୍ତା ବଢ଼ାଇଲା NCRB ତଥ୍ୟ; ମହିଳା ନିଖୋଜ କ୍ଷେତ୍ରରେ ଦେଶର ୪ର୍ଥ ସ୍ଥାନରେ ଓଡ଼ିଶା

କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ । ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ । More

ପୁଷ୍ପା ଷ୍ଟାଇଲରେ ମାଫିଆଙ୍କ ଆତଙ୍କରାଜ; ଗଛ କାଟି ରାସ୍ତା ଅବରୋଧ, ବନ କର୍ମଚାରୀଙ୍କୁ ଆକ୍ରମଣ କଲେ

ଆଉ ଉପାୟ ନପାଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ରେଞ୍ଜର । ଅଗ୍ନିଶମ ବାହିନୀର ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ କାଠ ଗାଡ଼ିକୁ ବାଟ ମିଳିଥିଲା । More

ଦିନକ ପରେ ଝାରସୁଗୁଡ଼ା ଭୋଟ୍, ପ୍ରଥମ ଥର ପାଇଁ ସବୁ ବୁଥ୍‌ରୁ ୱେବକାଷ୍ଟିଂ

EVM ଓ ଅନ୍ୟ ସରଞ୍ଜାମ ସହ ମତଦାନ କେନ୍ଦ୍ର ମୁହାଁ ପୋଲିଂ ପାର୍ଟି । ଶାନ୍ତି ଶୃଙ୍ଖଳା ରକ୍ଷାରେ ୭ କଂପାନୀ କେନ୍ଦ୍ରୀୟ ବଳ । ରାଜ୍ୟ ପୋଲିସର ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ । More

ବିଜେପି ପରେ ଖୋଦ୍ ଶାସକ ଦଳ MLA ଖୋଲିଲେ ଗୁମର...

ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି । More