ସଂକ୍ଷେପରେ ଆଜିର ତାଜା ଖବର - Wednesday, 03 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଝାରସୁଗୁଡ଼ା ଉପନିର୍ବାଚନ: BJP ପ୍ରାର୍ଥୀଙ୍କୁ ଆକ୍ରମଣ, ପ୍ରଚାରରେ ବାଧା ଦେଲା ବିଜେଡି !

କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ସିଇଓଙ୍କ ପାଖେ ବିଜେପିର ଦାବି । ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ । More

ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର, ଏବେ ସାମ୍ନାକୁ ଆସିଛି ଗ୍ୟାଙ୍ଗଷ୍ଟର ଲିଙ୍କ୍‌...

ଗୁପ୍ତଧନ ଓ ଭୂତ ଛଡ଼ାଇବାର ଭାଣ୍ଡାମି କରି ଲଗାଉଥିଲା ଚୂନା । ସାମ୍ନାକୁ ଆସିଲାଣି ୬ଟି ମାମଲା, ଦେଢ଼ କୋଟିର ମିଳିଛି ହିସାବ । ୪ ଦିନିଆ ପୋଲିସ ରିମାଣ୍ଡରେ ଗଲା ଭଣ୍ଡ ମୌଲାନା କୈଫି ଖାନ୍ । More

ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ଏଣିକି ୨ ବର୍ଷ ଜେଲ୍, ୧୫୦୦୦ ଫାଇନ୍

କଡ଼ା ନିୟମ ନେଇ ଡିଜିପିଙ୍କୁ ପରିବହନ ସଚିବଙ୍କ ଚିଠି । କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ । More

ଜାଗା ମାଫିଆର ଖେଳ ଖତମ୍ ! କବଜାକୁ ଆସିଲା ଶହେ ବାଉନସରଙ୍କ ସର୍ଦ୍ଦାର...

ଦେଢ଼ମାସର ଲୁଚକାଳି ପରେ ରାଘବ ଜେନା ଗିରଫ । ଫୁଙ୍ଗୁଳା ଦେହରେ ଚଲେଇ ଚଲେଇ କୋର୍ଟଚାଲାଣ । More

ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଉଛି ଜନ୍ମମାଟି ରାଇରଙ୍ଗପୁର

ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ । ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି । ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ସେ ଗୋଷାଣୀକୁ ଆସି ପୂଜା କରିଥିଲେ । ହେଲେ ରାଷ୍ଟ୍ରପତି ହେବାପରେ ଏହା ତାଙ୍କର ପ୍ରଥମ ଗସ୍ତ । More

ଘାରିଲାଣି ଖରାଦିନିଆ ବାତ୍ୟା ଆଶଙ୍କା; ରେ ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼

ମେ’ ୩, ୨୦୧୯ । ୪ ବର୍ଷ ତଳେ ଆଜିର ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳକୁ ଛାରଖାର କରିଦେଇଥିଲା ଅତି ପ୍ରବଳ ସାମୁଦ୍ରିକ ଝଡ଼ ଫନି । ଅନେକଙ୍କ ମନରୁ ଏହାର କ୍ଷତ ଏବେବି ଶୁଖିନଥିବା ବେଳେ, ପୁଣି ଘାରିଛି ଆଉ ଏକ ଖରାଦିନିଆ ବାତ୍ୟା ଆଶଙ୍କା । ହେଲେ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ କହିଛି ଭାରତୀୟ ପାଣିପାଗ ବିଭାଗ । More

୫ ଯାଏ ଓଡ଼ିଶାରେ କାଳବୈଶାଖୀ ବର୍ଷା !

ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। More

ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ ଟଙ୍କା

ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। More

ଦାମ ରାଉତଙ୍କ ପୁଅକୁ ହଟାଇ ପାରାଦୀପରୁ ଲଢ଼ିବେ କି ବିଜେଡି ନେତା ଦେବାଶିଷ ସାମନ୍ତରାୟ ?

ପାରାଦୀପ ଆସନ ଉପରେ ଆଖି ରଖିଛନ୍ତି କି ପୂର୍ବତନ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ? ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ହଟାଇ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଆଶାୟୀ ଅଛନ୍ତି କି ଦେବାଶିଷ ? More

ସାବଧାନ ! ଏଣିକି ମଦ ପିଇ ଗାଡି ଚଲାଇଲେ ଗଣିବେ ଏତିକି ଟଙ୍କା ଫାଇନ୍‌, ଲାଇସେନ୍ସ ବି କ୍ୟାନସେଲ୍‌...

ମଦ ପିଇ ଗାଡି ଚଲାଇ ଧରାପଡ଼ିଲେ ଫାଇନ୍‌ ଗଣିବେ। ଖାଲି ଏତିକି ନୁହେଁ ମଦ ପିଇ ଗାଡ଼ି ଚଲାଇ ବେଳେ ଅନ୍ୟକୁ ଧକ୍କା ଦେଲେ ଲାଇସେନ୍ସ ରଦ୍ଧ ହେବ।  More

ଘୋଷଣା ହେଲା "ପ୍ରତିମା ପୁରସ୍କାର ୨୦୨୩"; ଜାଣନ୍ତୁ କିଏ ପାଇବେ

‘ପ୍ରତିମା ଫାଉଣ୍ଡେସନ୍’ ଚଳିତ ବର୍ଷର ସମ୍ମାନ ଜନକ "ପ୍ରତିମା ପୁରସ୍କାର ୨୦୨୩" ଘୋଷଣା କରିଛି। ପ୍ରବନ୍ଧ, ଶିକ୍ଷା ଓ କଳାକ୍ଷେତ୍ର ଅନଦାନ ପାଇଁ ତିନିଜଣ ବିଶିଷ୍ଟ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। More

ବିବାହ ବନ୍ଧନରେ ବାନ୍ଧି ହେଲେ ଚଞ୍ଚଲ-ଅନନ୍ୟା

ଗୌହାଟୀର ଏକ ପଂଚତାରକା ହୋଟେଲରେ ଗତକାଲି ଧୁମଧାମରେ ସରିଛି ମେରେଜ୍ ସେରିମୋନି । ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଞ୍ଚିଥିଲେ କନିଆଁ ପାଖରେ । ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୂର ଦେଇ ସାତଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା । More

ଶୁଣିଲାନି ପ୍ରଶାସନ, ବିକଳ୍ପ ବାଛିଲେ ବାସିନ୍ଦା; ହାତରେ ପାହାଡ଼ କାଟି କଲେ ୮ କିମି ରାସ୍ତା

ହଦଗଡ଼ ପଞ୍ଚାୟତ ମୁଖ୍ୟାଳୟକୁ ପହଞ୍ଚିବାକୁ ହେଲେ ୪ଟି ଗାଁ ଲୋକଙ୍କୁ ଦରକାର ଥିଲା ୮ କିଲୋମିଟର ପାହାଡ଼ କାଟି ରାସ୍ତା ତିଆରି କରିବାର ଅସମ୍ଭବ ଲକ୍ଷ୍ୟ । ତେବେ ସେ ଲକ୍ଷ୍ୟ ହାସଲ କରିବାକୁ ଏକ ନିଆରା ଉପାୟ ପାଞ୍ଚିଥିଲେ ଗାଁ ଲୋକେ । More

ଗୋଟିଏ ଟ୍ରିପ୍, ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଲା

ସେଦିନର ଅସୁସ୍ଥତା ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେଦିନ ସେ ଯେଉଁ ଗାଁରେ ଆଶ୍ରୟ ନେଇଥିଲେ ସେ ଗାଁକୁ ଗାଡ଼ିରେ ଯିବା ପାଇଁ କୌଣସି ରାସ୍ତା ନଥିଲା। ଏହାପରେ ସେ କ’ଣ କରିଥିଲେ ଆସନ୍ତୁ ଜାଣିବା। More

ପୂର୍ବ ପ୍ରାୟୋଜିତ କହି CBI ତଦନ୍ତ ଦାବି କଲା ବିଜେପି, ମୃତ ଚନ୍ଦ୍ରମଣିଙ୍କ ପରିବାରକୁ ଗାଏବ୍ ଅଭିଯୋଗ

ବିଜେପିର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ର ଗ୍ରାଉଣ୍ଡ ଭିଜିଟ୍ । ସମ୍ବଲପୁର ହିଂସାଗ୍ରସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍ । More