ସଂକ୍ଷେପରେ ଆଜିର ତାଜା ଖବର - Wednesday, 19 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାଲକାନଗିରିରେ 'ପୁଷ୍ପା': ସୋସିଆଲ ମିଡିଆରେ ଅଲ୍ଲୁଙ୍କ ଫଟୋ ଭାଇରାଲ

ଲିଡ୍ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ସହ ପହଁଚିଛନ୍ତି ଫିଲ୍ମର ପୁରା ଟିମ୍ More

ଆଗରୁ ହଜିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ଗାଏବ

ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ । More

ମହାନଦୀ ଜଳ ବିବାଦ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ

ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ । More

୧୪ ଜିଲ୍ଲାରେ ଚକ-ଅଖ ସବୁ ଠପ୍ ! ତୁଷ୍ଟୀକରଣ ନୀତି ଛାଡ଼ନ୍ତୁ ରାଜ୍ୟ ସରକାର କହିଲା ବିଜେପି

VHPର ବନ୍ଦ ଡାକରା: ୧୪ ଜିଲ୍ଲାରେ ପ୍ରଭାବ । ସମ୍ବଲପୁର ହିଂସା ପ୍ରତିବାଦରେ ବନ୍ଦ ଡାକରା । ବିଜେଡିର ଜବାବ 'ଅହିଂସା ଆମ ମନ୍ତ୍ର' । More

୨୧ ପର୍ଯ୍ୟନ୍ତ ଜଳିବ ଓଡ଼ିଶା; ଭୁବନେଶ୍ୱରରେ ତାପମାତ୍ରା ୪୧.୮ ଡିଗ୍ରୀ

ସାରା ରାଜ୍ୟରେ ବର୍ଷୁଛି ନିଆଁ । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । More

Breaking!! ବୁଢ଼ାବଳଙ୍ଗରେ ଗାଧୋଇଲା ବେଳେ ବୁଡ଼ିଗଲେ ୨ ଭାଇ

ଗାଧୋଇବା ବେଳେ ରେମୁଣା ପତୁକାଶାସନ ଗାଁରେ ଏହି ଅଘଟଣ ଘଟିଛି । More

କୋଟିଆ ସ୍କୁଲ୍‌ରୁ ବିଜୁଳି ସଂଯୋଗ କାଟିଲା ଆନ୍ଧ୍ର; ଗରମରେ ଛଟପଟ କୁନି କୁନି ଛାତ୍ରଛାତ୍ରୀ

ସୁଧୁରୁନି ଆନ୍ଧ୍ରପ୍ରଦେଶ। କୋଟିଆକୁ ନେଇ ପୁଣି ନୂଆ ଚାଲ ଖେଳିଛି ଆନ୍ଧ୍ର। More

'ଶ୍ରଦ୍ଧାଞ୍ଜଳିଙ୍କୁ ଲୁଚାଇ ରଖାଯାଇଛି, ତାଙ୍କୁ ଶୀଘ୍ର ବାହାର କରନ୍ତୁ'

ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ । କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । More

ସ୍ୱାଭିମାନ ଅଞ୍ଚଳରେ ସୁପର ଷ୍ଟାର ଅଲୁ ଅର୍ଜୁନ, ଆରମ୍ଭ ହେଲା ‘ପୁଷ୍ପା-୨’ ସୁଟିଂ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ସୁଟିଂ ଆରମ୍ଭ ହୋଇଛି । କିଛିଦିନ ପୂର୍ବେ ପାନ୍‌ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ ହୋଇଥିଲା। More

ସାରା ରାଜ୍ୟରେ ବର୍ଷୁଛି ନିଆଁ : ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍

ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । More

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ- ‘ଛତିଶଗଡ଼ରୁ ମହାନଦୀ ବାହାରିଛି, ଓଡ଼ିଶାକୁ ସବୁ ପାଣି ଯାଉଛି...ହେଲେ ଆମର ବନ୍ଧ ନାହିଁ’

ମହାନଦୀ ଟ୍ରିବ୍ୟୁନାଲ୍‌ଙ୍କ କ୍ଷେତ୍ର ପରିଦର୍ଶନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଛତିଶଗଡ଼ରୁ ମହାନଦୀ ବାହାରିଛି। ଓଡ଼ିଶାକୁ ସବୁ ପାଣି ଯାଉଛି। ହେଲେ ଆମର ଏଠି କୌଣସି ବନ୍ଧ ନାହିଁ।  More

ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଗୋଟିଏପଟେ ସମ୍ବଲପୁର ସହରରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଅନ୍ୟପଟେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।  More

ଏଠି ଚିକିତ୍ସା, ଔଷଧ ମାଗଣା...ହେଲେ ମେଡିକାଲ୍‌ ପରିସରରେ ଗାଡ଼ି ରଖିଲେ ୧୦ ଟଙ୍କା ଦେବାକୁ ବାଧ୍ୟ

ଗାଡ଼ି ରଖୁ ରଖୁ ୧୦ ଟଙ୍କା ଦିଅ। ଅଧଘଣ୍ଟା ପାଇଁ ଆସ କି ଘଣ୍ଟାକ ପାଇଁ, କିନ୍ତୁ ପାର୍କିଂ ଫି’ ଦିଅ। ଏମ୍‌କେସିଜି ମେଡିକାଲ ପରିସରରେ ଗାଡି ରଖିବା ମାତ୍ରେ ୧୦ ଟଙ୍କା ଦେବାକୁ ବାଧ୍ୟ।  More

୧୪ ଜିଲ୍ଲାରେ VHPର ବନ୍ଦ ଡାକରା: ଦୋକାନ, ବଜାର ସହ ବସ୍ ଚଳାଚଳ ବନ୍ଦ  

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ବି ଆହ୍ୱାନ ଦିଆଯାଇଛି।  More

ଆଜିଠୁ ପୁଣି ୨ ଦିନ ସ୍କୁଲ୍‌ ଛୁଟି, ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ

ଆଜି ‌ଓ ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। More

ତୁଟିବ କି ମହାନଦୀ ଜଳ ବିବାଦ ? ୫ ବର୍ଷ ପରେ କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ଟିମ୍

ଫିଟିବ କି ଓଡିଶା-ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ବାଟ? ପୁଣି ତାଜା ହେଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ। More

ଅନ୍ଧବିଶ୍ୱାସ!! ଲୁଣରେ ପୋତିଦେଲେ ସତରେ କ’ଣ ବଞ୍ଚିଯାଏ ମୃତ ଶିଶୁ ?

ଦେଢ଼ ବର୍ଷିୟ ପିଲାର ମୃତଦେହକୁ ଘେରି ରହିଛନ୍ତି ପରିବାର ଲୋକେ । ମୁଣ୍ଡକୁ ଛାଡ଼ି ବେକରୁ ପାଦ ଯାଏଁ ପୋତି ଦିଆଯାଇଛି ଲୁଣରେ। ଆଉ ତାହାରି ଚାରିକଡ଼େ ଅପେକ୍ଷାରତ ସମ୍ପର୍କୀୟ । ସମସ୍ତଙ୍କ ମନରେ ଆଶା, ହୁଏତ ପିଲାଟି ବଞ୍ଚିଯିବ, ମରଣଶେଯରୁ ଉଠି ଆସିବ । More

Breaking: ବଢ଼ିଲା ଛୁଟି ! ୧୯ ଓ ୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଥିଲା । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା । More

ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ VHPର ବନ୍ଦ ଡାକରା

ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । More

ସାରା ରାଜ୍ୟରେ ଲାଗି ରହିିଛି ନିଆଁ ବର୍ଷା, ୪୨ ଡିଗ୍ରୀ ତାତିରେ ସିଝିଲେ ରାଜଧାନବାସୀ

୨୧ ଯାଏଁ ନିଦାଘରୁ ନିସ୍ତାର ନାହିଁ: ପାଣିପାଗ ବିଭାଗ । ଅସହ୍ୟ ଗୁଳୁଗୁଳିରେ ଡାକ୍ତରଖାନାରେ ଛଟପଟ ରୋଗୀ, ସଂପର୍କୀୟ । More