ସଂକ୍ଷେପରେ ଆଜିର ତାଜା ଖବର - Monday, 06 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲୁଚାଛପାରେ ବାଣ ଭିଡ଼ାବେଳେ ଭୟଙ୍କର ବିସ୍ଫୋରଣ ! ବାପ-ପୁଅଙ୍କ ସହ ୪ ଜୀବନ ଗଲା

ଦୋଳପୂର୍ଣ୍ଣିମା ଆତସବାଜି ପ୍ରତିଯୋଗିତା ପାଇଁ ଚାଲିଥିଲା ପ୍ରସ୍ତୁତି । କେଉଁଠୁ ଆସୁଥିଲା କଞ୍ଚାମାଲ, କେମିତି ତିଆରି ହେଉଥିଲା, ତଦନ୍ତ ଜାରି । More

କାହା ଭୁଲରୁ ଘଟୁଛି ପ୍ରାଣଘାତୀ ବାଣ ବିସ୍ଫୋରଣ ? ସପ୍ତାହକରେ ଗଲାଣି ୭ ଜୀବନ

​​​​​​​ପୋଲିସ ଓ ପ୍ରଶାସନର ଢିଲାପଣକୁ ନେଇ ଉଠିଲା ପ୍ରଶ୍ନ । ସଠିକ୍ SOP ଅନୁପାଳନ ପାଇଁ ପରାମର୍ଶ । More

​​​​​​​ମାଟ୍ରିକ ପରୀକ୍ଷାକୁ ୩ ଦିନ, କପି ରୋକିବାକୁ ଜୋରଦାର କସରତ

ଭାଇରାଲ୍ ରୋକିବାକୁ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଏକଜାମ୍ ହଲକୁ ମୋବାଇଲ୍ ମନା । ୩୧୬ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର । More

ଓଡ଼ିଶାରେ ଆକ୍ରୋଶ ରାଜନୀତି ! ସରକାରଙ୍କୁ ପ୍ରଶ୍ନ କଲେ ମିଳୁଛି ଜେଲ...

ଦୁଇ ଏବିଭିପି ଛାତ୍ରନେତା ଓ ସାଲୁଜାଙ୍କ ପୁଅ ବି ଗିରଫ ହୋଇ ଜେଲରେ । ରାଜ୍ୟ ସରକାରଙ୍କ ବିରୋଧୀ ଦମନ ଅଭିଯାନକୁ ନେଇ ପ୍ରଶ୍ନ । More

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ

ଓଏଭିଏସ୍ ପ୍ରଧାନଶିକ୍ଷକ ଓ ଶିକ୍ଷକ ପଦ ପାଇଁ ମେଗା ନିଯୁକ୍ତି ଘୋଷଣା କରିଛି। OAVS ଦ୍ୱାରା ପ୍ରକାଶିତ ଏକ ସାଂକେତିକ ବିଜ୍ଞାପନ ଅନୁଯାୟୀ, ବିଭିନ୍ନ ବିଷୟରେ ୧୦୧୦ଟି ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ ହେବେ। More

ନବ ଦାସ ହତ୍ୟା ମାମଲା ନେଇ ଆସିଲା ବଡ଼ ଖବର ! ଗୋପାଳ ଦାସ ପାଗଳ ନୁହେଁ...

ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ । More

ହୃଦୟବିଦାରକ : ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ

ବିସ୍ଫୋରଣରେ ଅନ୍ୟ ୪ ଜଣ ଗୁରୁତର, ହସ୍ପିଟାଲ ସ୍ଥାନାନ୍ତର More

କଲବଲ କରୁଛି ତାତି; ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା

ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଥିବା ବେଳେ ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ତତଲା ସହର ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । More

ସୋରରେ କୁହୁଳୁଛି ବିଜେଡି କଳି ! ଚାଲିଛି ଖୋଲା ଖୋଲି ଚ୍ୟାଲେଞ୍ଜ

ବିଜୁ ବାବୁଙ୍କର ଜୟନ୍ତୀ ଉପଲକ୍ଷେ ବିଜେଡିର ମଧ୍ୟ ଦୁଇଟି ସ୍ଥାନରେ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା । ଗୋଟିଏ ବିଧାୟକ ପର୍ଶୁରାମ ଧଡ଼ାଙ୍କର ଗୋଷ୍ଠୀ ହୋଇଥିବା ବେଳେ ଅନ୍ୟଟି ଥିଲେ ବିଦ୍ରୋହୀ ଗୋଷ୍ଠୀ l More

ପୁଣି ବିଜେଡିକୁ ସୌମ୍ୟଙ୍କ ବାଣ; ପାରାଦୀପରୁ ସରକାରୀ ଦଳକୁ ସିଧାସଳଖ ଟାର୍ଗେଟ୍‌

ବିଜୁ ବାବୁଙ୍କ ଭଳି ଆମକୁ ବି ହେବା ଦରକାର ବୋଲି କହିଛନ୍ତି ସୌମ୍ୟ । କିଛି ଦିନ ତଳେ କଟକ ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ । More

ସବୁ ବିଦାୟରେ ନଥାଏ ବିଷାଦ

ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ । More

ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା ବିମାନ

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । More

ବିଜୁ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି କନ୍ଦଳ

ଟିକଟ ପାଇଁ ଆଶା ଥିବା କଥା କହିଛନ୍ତି ଶୁଭେନ୍ଦୁ । ପୁରୀ ସହରରେ ସମାନ ଅବସ୍ଥା । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ । More

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଲା ବିଜେପି

ସାଲେପୁର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଶାନା ସାଧିଛନ୍ତି । କହିଛନ୍ତି ଲୋକେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ହେଲେ ଶାସନ କିଏ କରୁଛନ୍ତି ରାଜ୍ୟବାସୀ ଜାଣିଗଲେଣି । More

ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜେଡିରେ ଶକ୍ତି ପ୍ରଦର୍ଶନ !

ଗସ୍ତ ସମୟରେ ବିଜେଡି ନବୀନ ଓଡ଼ିଶାର ନାରା ଦେଇଥିବା ବେଳେ ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି । ନବୀନଙ୍କ ଗସ୍ତ ବିକାଶ ପାଇଁ ନୁହେଁ ବରଂ ଭୋଟ୍ ପାଇଁ ବୋଲି ଅଭିଯୋଗ କରିଛନ୍ତି । More