Advertisment

୨୭ ଯାଏଁ ତାତିରୁ ନିସ୍ତାର ନାହିଁ ! ଆହୁରି ୪ ଦିନ ଜଳିବ

୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ। ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ଜଳୁଛି ସାରା ରାଜ୍ୟ। ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ଆଗାମୀ ୪ ଦିନ ଯାଏଁ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ। ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ ଜାରି ରଖିବାକୁ କୁହାଯାଇଛି।

Advertisment

ପାଣିପାଗ ବିଭାଗ କହିଛି ୨୭ ଯାଏଁ  ତାତିରୁ ନିସ୍ତାର ନାହିଁ ! ଆହୁରି ୪ ଦିନ ଜଳିବ। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ଏନେଇ ସୂଚନା ଦେଇଛନ୍ତି। ୨୪, ୨୫ରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ। ୨୬ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୧ ଜିଲ୍ଲାକୁ, ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି।

ତେବେ ଆର୍ଦ୍ରତା ଅଧିକ ରହିବାରୁ ଭୀଷଣ ଗୁଳୁଗୁଳି ଅନଭୂତ ହେବ। ବିଶେଷ କରି ଉପକୂଳବର୍ତ୍ତୀ ଏବଂ ତା ଆଖପାଖ ଜିଲ୍ଲାରେ ଗୁଳୁଗୁଳି ହେବ। ଏହାପରେ ୨୫ ତାରିଖରୁ ପୁଣି ଥରେ ତାପମାତ୍ରା ବଢ଼ିବ ବୋଲି ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ପ୍ରଚଣ୍ଡ ଖରାରେ ସିଝିଥିଲା ସାରା ଓଡ଼ିଶା। ୪୩.୮ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର।

Advertisment

ଗତକାଲି ରାଜ୍ୟର ୧୭ ସହରରେ ୪୦ ଡିଗ୍ରୀ କିମ୍ବା ତା ଉପରେ ପାରଦ ରେକର୍ଡ ହୋଇଥିଲା। ସେପଟେ ଚଳିତ ବର୍ଷ ୧୬ ଜିଲ୍ଲାରୁ ଆସିଲାଣି ଅଂଶୁଘାତଜନିତ ସୂଚନା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ତରଫରୁ ସୂଚନା ମିଳିଛି। ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ମେଡିକାଲରେ ଭର୍ତ୍ତି ହୋଇସାରିଲେଣି।

ସେଥିମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୪୧, ଖୋର୍ଦ୍ଧାରୁ ୧୨, ଅନୁଗୁଳରୁ ୯ ସହ ଝାରସୁଗୁଡାରୁ ୭, ସମ୍ବଲପୁରରୁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆସନ୍ତା ୨ ଦିନ ଅର୍ଥାତ୍ ୨୩ ଓ ୨୪ ତାରିଖରେ ହିଟୱେଭ୍ ନରହିଲେ ବି ଖରା ଓ ଗୁଳୁଗୁଳି ଜୀବନଯାତ୍ରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ସମସ୍ତ ଉପକୂଳବର୍ତ୍ତୀ ଓ ଆଖପାଖ ଜିଲ୍ଲାରେ ଖରା ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment

ସେପଟେ ଗ୍ରୀଷ୍ମ ପ୍ରବାହରେ ନିର୍ବାଚନ ପ୍ରଚାରକୁ ନେଇ ଏବେ ବଢ଼ିଛି ଚିନ୍ତା। ଭାରତୀୟ ପାଣିପାଗ ବିଭାଗ ସହ ନିର୍ବାଚନ କମିଶନ ପ୍ରତିଟି ସ୍ଥିତି ଉପରେ ନଜର ରଖିଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ବିଭିନ୍ନ ରାଜ୍ୟର ପାଣିପାଗ ଓ ସ୍ଥିତି ସମ୍ପର୍କରେ IMD ସୂଚନା ଦେଉଛି।

Odisha Weather Heat Wave Temperature Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ