Advertisment

ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ଅବପାତ !

ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି।

ଅଦ୍ୟତନ ହୋଇଛି
Well Marked Low Pressure Area

Well Marked Low Pressure Area

Advertisment

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଛି। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। 

Advertisment

ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୧୨ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। 

Advertisment

୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି। ଆଜି ଅବପାତରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ। ବାତ୍ୟା କେଉଁ ଉପକୂଳ ଛୁଇଁବ ? କେବେ ଛୁଇଁବ ? ସେନେଇ ଆକଳନ କରି ହେବ। ତେବେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି।  

ଅନ୍ୟପକ୍ଷେ, ବାତ୍ୟାକୁ ନେଇ ପୁଣି ଛାନିଆରେ ଚାଷୀ। ପୂର୍ବରୁ ଗଞ୍ଜାମ ଜିଲ୍ଲାବାସୀ ବାତ୍ୟାର ବିଭୀଷିକାରେ ବହୁ କ୍ଷତି ସହିଥିବା ବେଳେ ଏବେ ଆଉ ଏକ ବାତ୍ୟା ଆସୁଥିବାରୁ ଚାଷୀଙ୍କ ମଧ୍ୟରେ ଛନକା ପଶିଛି। ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଅଧିକାଂଶ ଗ୍ରାମର ଚାଷୀ ପନିପରିବା ଚାଷ କରି ରୋଜଗାର କରିଥାନ୍ତି। ପୂର୍ବରୁ ହୋଇଥିବା ଅନେକ ବାତ୍ୟାରେ ହେକ୍ଟର ହେକ୍ଟର ଜମିରେ ପନିପରିବା ଫସଲ ନଷ୍ଟ ହୋଇଥିବାରୁ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିଲେ। ବର୍ତ୍ତମାନ ସମୟରେ କ୍ଷେତରେ ସୁନାର ଫସଲ ଫଳି ଥିବା ବେଳେ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଚାଷୀ ଆଶା କରିଥିଲେ। ଏବେ ବାତ୍ୟା ଆସୁଥିବା ଖବର ଜାଣିଲେ ମଧ୍ୟ ନିଜ ଫସଲକୁ ବଞ୍ଚାଇ ପାରୁନାହାନ୍ତି। 

Advertisment
Cyclone Warning Cyclone Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ