Advertisment

Weather Update: ତାତିରୁ ମିଳିବ ଆଶ୍ୱସ୍ତି; ଆଜିଠୁ ସପ୍ତାହେ ଯାଏ ଛେଚିବ

ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ  କେନ୍ଦ୍ର।

ଅଦ୍ୟତନ ହୋଇଛି
Rain

Rain

Advertisment

ତାତିରୁ ମିଳିବ ଆଶ୍ୱସ୍ତି। ଆଜିଠୁ ସପ୍ତାହେ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୧୦ ଏବଂ ୧୧ ତାରିଖରେ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ସପ୍ତାହେ ଯାଏ ମଧ୍ୟ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।

Advertisment

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି କାଲି ଉପକୂଳ ଓଡ଼ିଶା ସମେତ ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା,ପବନ ହେବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ଆହୁରି ତିନି ଦିନ ପ୍ରବଳ ବର୍ଷିବ, ନିର୍ଧୁମ ଛେଚିବ..!

ସେହିପରି ୧୦ ଏବଂ ୧୧ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୨ ଏବଂ ୧୩ ତାରିଖରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ଏହା ପ୍ରଭାବରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗତକାଲିଠୁ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଜିଠୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ସାମାନ୍ୟ ଉତ୍ତର ଆଡକୁ ଗତି କରିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଗତକାଲି ୪୦ ଡିଗ୍ରୀ ଉପରେ ରହିଥିଲା ୭ଟି ସହରର ତାପମାତ୍ରା । ୪୨.୭ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହାପଛକୁ ବୌଦ୍ଧରେ ୪୧.୮, ଝାରସୁଗୁଡ଼ାରେ ୪୧.୬, ଟିଟିଲାଗଡ଼ରେ ୪୧.୫, ସୋନପୁରରେ ୪୧.୪, ହୀରାକୁଦରେ ୪୦.୩, ସମ୍ବଲପୁରରେ ୪୦ ଡିଗ୍ରୀ ତାତି ରେକର୍ଡ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ୩୧ ଯାଏଁ ଛେଚିବ ବର୍ଷା ! ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

Weather Odisha Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ