Advertisment

Heat Wave: ଅସମ୍ଭାଳ ତାତି; ସାଢ଼େ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଟପିଲା ପାରଦ

ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ଏହି ସମୟରେ ଝାରସୁଗୁଡ଼ା ୩୩.୬ ଡିଗ୍ରୀ ଥିଲା।

ଅଦ୍ୟତନ ହୋଇଛି
Weather

Weather

Advertisment

ଅସମ୍ଭାଳ ତାତି। ସୂର୍ଯ୍ୟକୋପରେ ଜଳୁଛି ପୂରା ଓଡ଼ିଶା। ଉପକୂଳରୁଠୁ ଉପାନ୍ତ ଯାଏ ସବୁଠି ହେଉଛି ନିଆଁ ବର୍ଷା। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସପ୍ତାହେ ହେଲାଣି ଏଭଳି ଅବସ୍ଥା ଜାରି ରହିଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୭ ଟପିଛି ପାରଦ। ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ଏହି ସମୟରେ ଝାରସୁଗୁଡ଼ା ୩୩.୬ ଡିଗ୍ରୀ ଥିଲା।

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ନିଆଁ ବର୍ଷା! ରାଜଧାନୀର ତାତି ୩୫ ଡିଗ୍ରୀ ପାର୍‌ କଲା

Advertisment

ସୂଚନାଯୋଗ୍ୟ, ଆସନ୍ତା ଦୁଇଦିନ ରାଜ୍ୟରେ ନିଆଁ ବର୍ଷା ହେବ। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା। କାଲି ଓ ତା’ ପଅର ଦିନ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ଆଜି ବି ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ହେବ। ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିସହ ଆସନ୍ତା ୪ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ତାତି।

Advertisment

ଅଧିକ ପଢ଼ନ୍ତୁ: ୨ଦିନ ନିଆଁ ବର୍ଷା; ସତର୍କ କରାଇଲା ପାଣିପାଗ କେନ୍ଦ୍ର

Weather Odisha Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ