Advertisment

Weather Update: ଜାଡ଼ ଗାଏବ; ୧୦ଟି ସହରରେ ୩୫ ଡିଗ୍ରୀ ଡେଇଁଲା ପାରଦ

ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହୁଥିବାରୁ, ଉପକୂଳ ଓଡ଼ିଶାରେ କ୍ରମାଗତ ଭାବେ ଘନ କୁହୁଡି ଦୃଶ୍ୟମାନ ହେଉଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Weather

Weather

Advertisment

ଫେବ୍ରୁଆରୀ ଆରମ୍ଭରୁ ଲଗାତର ଉପରମୁହାଁ ପାରଦ। ସପ୍ତାହେରୁ ଅଧିକ ସମୟ ହେଲା ତାତି ବଢିଥିବା ବେଳେ, ୩୬ ଡିଗ୍ରୀ ଛୁଇଁଲାଣି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Advertisment

ଗତକାଲି ୧୦ଟି ସହରରେ ୩୫ ଉପରେ ଥିଲା ପାରଦ। ମାଲାକାନଗିରି ଓ ବଲାଙ୍ଗିରରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୩୫.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିପରି ହୀରାକୁଦ ଓ ଭବାନୀପାଟଣାରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହୁଥିବାରୁ, ଉପକୂଳ ଓଡ଼ିଶାରେ କ୍ରମାଗତ ଭାବେ ଘନ କୁହୁଡି ଦୃଶ୍ୟମାନ ହେଉଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିବ। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ହେବା ଯୋଗୁ ଲୋକମାନେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବେ।

ଅଧିକ ପଢ଼ନ୍ତୁ: ଜଗନ୍ନାଥ ମନ୍ଦିରରୁ ଚୋରି; ନେଇଗଲେ ମହାପ୍ରଭୁଙ୍କ ସୁନା,ରୁପା ମୁକୁଟ ଓ ଦାନବାକ୍ସ

Advertisment
Weather Odisha Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ