’୧୨ ବର୍ଷରେ ଚଳିତ ଅଗଷ୍ଟ ମାସରେ ସବୁଠାରୁ କମ୍ ବର୍ଷା’

ବିଗତ ୧୨ ବର୍ଷ ମଧ୍ୟରେ ଚଳିତ ବର୍ଷ ଅଗଷ୍ଟ ମାସରେ ସବୁଠୁ କମ୍‌ ବର୍ଷା ରେକର୍ଡ ହୋଇଛି ବୋଲି ଗତକାଲି ଭାରତର ଆଇଏମ୍‌ଡି ବିଭାଗ ପକ୍ଷରୁ କୁହାଯାଇଛି । ଅଗଷ୍ଟ ମାସରେ ୨୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଦୁର୍ବଳ ମୌସୁମୀ ଯୋଗୁଁ ଅଗଷ୍ଟ ୯ରୁ ୧୬ ଅଗଷ୍ଟ ଓ ୨୩ରୁ ୨୭ ଅଗଷ୍ଟ ମଧ୍ୟରେ କମ୍ ବର୍ଷା ହୋଇଥିବା ବିଭାଗ କହିଛି

lowest rainfall

News Summary

କଲବଲ ହେଉଛନ୍ତି ଚାଷୀ

ସୂଚନା ଦେଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା । ନିରାଶ ହେଲେଣି ଚାଷୀ । ବିଗତ ୧୨ ବର୍ଷ ମଧ୍ୟରେ ଚଳିତ ବର୍ଷ ଅଗଷ୍ଟ ମାସରେ ସବୁଠୁ କମ୍‌ ବର୍ଷା ରେକର୍ଡ ହୋଇଛି ବୋଲି ଗତକାଲି ଭାରତର ଆଇଏମ୍‌ଡି ବିଭାଗ ପକ୍ଷରୁ କୁହାଯାଇଛି । ଅଗଷ୍ଟ ମାସରେ ୨୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଦୁର୍ବଳ ମୌସୁମୀ ଯୋଗୁଁ ଅଗଷ୍ଟ ୯ରୁ ୧୬ ଅଗଷ୍ଟ ଓ ୨୩ରୁ ୨୭ ଅଗଷ୍ଟ ମଧ୍ୟରେ କମ୍ ବର୍ଷା ହୋଇଥିବା ବିଭାଗ କହିଛି । ଏହି ସମୟସୀମା ମଧ୍ୟରେ ଭାରତ ଉତ୍ତର ପଶ୍ଚିମ, ମଧ୍ୟ ଭାରତ ତଥା ପଶ୍ଚିମ ତଟରେ କମ୍‌ ବର୍ଷା ହୋଇଥିବା ଜଣାପଡ଼ିଛି ।

ଅଗଷ୍ଟ ୨୦୨୧ ରେ ସାଧାରଣ ବର୍ଷା ପରିମାଣ ଠାରୁ ପ୍ରାୟ ୨୪ ପ୍ରତିଶତ କମ୍‌ ବର୍ଷା ହୋଇଛି । ୨୦୦୯ରୁ ଅର୍ଥାତ ଗତ ୧୨ ବର୍ଷ ମଧ୍ୟରେ ଚିଳତ ଅଗଷ୍ଟରେ କମ୍‌ ବର୍ଷା ରେକର୍ଡ କରାଯାଇଛି । ବିଭାଗର ତଥ୍ୟ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧ରେ ପହଞ୍ଚିବା ପରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ତେବେ ଚଳିତ ବର୍ଷ ଜୁନ୍ ମାସରେ ୧୦ ପ୍ରତିଶତ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଜୁଲାଇ ଏବଂ ଅଗଷ୍ଟରେ ଯଥାକ୍ରମେ ୭ ଏବଂ ୨୪ ପ୍ରତିଶତ ନିଅଣ୍ଟ ବର୍ଷା ରେକର୍ଡ କରାଯାଇଛି ।

ଅଗଷ୍ଟ ମାସରେ ଚଳିତ ବର୍ଷ ଦେଶରେ ସାଧାରଣ ଅପେକ୍ଷା ୨୪ ପ୍ରତିଶତ କମ୍ ବର୍ଷା ହୋଇଛି । ଆଇଏମଡିର ତଥ୍ୟ ଅନୁସାରେ କେନ୍ଦ୍ରୀୟ ଭାରତରେ ୩୯ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି । କମ୍ ବର୍ଷା ହୋଇଥିବା ରାଜ୍ୟ ଗୁଡ଼ିକରେ ମହାରାଷ୍ଟ୍ର, ଗୁଜୁରାଟ, ଗୋଆ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଓଡିଶା ଆଦି ସାମିଲ ଅଛନ୍ତି । ସେହିପରି ଉତ୍ତର-ପଶ୍ଚିମ ଭାରତର ରାଜ୍ୟ ଗୁଡ଼ିକରେ ୩୦ ପ୍ରତିଶତ କମ୍ ବୃଷ୍ଟିପାତ ରେକର୍ଡ କରାଯାଇଛି ।

ସେପଟେ ବର୍ଷାର ଲୁଚକାଳି ଖେଳ ପାଇଁ ଏବେ ହତାଶ ହୋଇ ପଡିଛନ୍ତି ଚାଷୀ । ଚାଷଜମିରେ ଯେଉଁଠି ଦିନେ ଅସରାଏ ବର୍ଷା ହେଲେ ଚାଷୀ ଚାଷ କରି ସୁନାର ଫସଲ ଅମଳ କରୁଥିଲା, ଏବେ ସେଠି ଜମି ଫାଟି ଆଁ କରିଛି । ବର୍ଷାର ଲୁଚକାଳି ଖେଳ ପାଇଁ ହଇରାଣ ହେଉଛନ୍ତି ଚାଷୀ । କିଛି ସ୍ଥାନରେ ମରୁଡ଼ି ଘୋଷଣା ହୋଇସାରିଛି ।