Advertisment

‘ବାତ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ’

ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ। ଏନେଇ ଓଡ଼ିଶା ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Cyclone Forecast For Odisha

IMD Not Any Forecast Regarding 'Cyclone'

Advertisment

ଆସୁଛି ସମ୍ଭାବ୍ୟ ମହାବାତ୍ୟା(Cyclone) ! ବଙ୍ଗୋପସାଗରରେ ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ଏକ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଆମେରିକା ପାଣିପାଗ ପୂର୍ବାନୁମାନ ମଡେଲ୍‌ GFS(Global Forecast System) ଏଭଳି କିଛି ସଙ୍କେତ ଦେଇଛି। ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା The Business Standardରେ ଖବର ପ୍ରକାଶିତ ହୋଇଛି। 

Advertisment

ଅନ୍ୟପକ୍ଷେ, ବାତ୍ୟା ନେଇ ଓଡ଼ିଶା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ପ୍ରତିକ୍ରିୟା ରଖାଯାଇଛି। ଏନେଇ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି ଯେ, ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ। ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇଛି।

Advertisment

କାନାଡାର Saskatchewan ୟୁନିଭର୍ସିଟିରେ ପାଣିପାଗ ଓ ଜଳବାୟୁ ଉପରେ ରିସର୍ଚ୍ଚ କରୁଥିବା ଜଣେ ପିଏଚ୍‌ଡି ଗବେଷକଙ୍କ କହିବା ଅନୁସାରେ, ‘ଅକ୍ଟୋବର ୧୭ ତାରିଖରେ ଏକ ଡିପ୍ରେସନ ସୃଷ୍ଟି ହେବାର ସମ୍ଭାବନା ରହିଛି। କ୍ରମଶଃ ଏହା ଘନୀଭୂତ ହୋଇ ଅକ୍ଟୋବର ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇପାରେ। ସୋମବାର(ଅକ୍ଟୋବର ୧୦) ଦିନ ସେ ଏହି ସୂଚନା ଦେଇଛନ୍ତି। ଯଦି ଏହା ବାତ୍ୟାରେ ପରିଣତ ହୁଏ ତା’ହେଲେ ଏହାର ନାଁ ‘ସିତରଙ୍ଗ(Sitrang)’ ରଖାଯାଇପାରେ ବୋଲି ସେ କହିଛନ୍ତି। 

The Business Standard ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କିଛିଦିନ ପୂର୍ବେ ସମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରାଯାଇଥିଲା। ସେହି ସମୟରେ ଜଣାପଡ଼ିଥିଲା, ବାଂଲାଦେଶ ଓ ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା ଲ୍ୟାଣ୍ଡ୍‌ଫଲ୍‌ କରିପାରେ। ତେବେ ରବିବାର ଦିନ ହୋଇଥିବା ପୂର୍ବାନୁମାନ ଅନୁସାରେ, ଏହା ଆନ୍ଧପ୍ରଦେଶ ଉପୂକଳରେ ଲ୍ୟାଣ୍ଡ୍‌ଫଲ୍‌ କରିପାରେ। 

Advertisment

ସମ୍ପୃକ୍ତ ପିଏଚ୍‌ଡି ଗବେଷକ The Business Standard କୁ ସୂଚନା ଦେଇ କହିଛନ୍ତି ଯେ, ‘ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ମଧ୍ୟରେ କିମ୍ବା ପଶ୍ଚିମବଙ୍ଗର ସୁନ୍ଦରବନ ଉପକୂଳର କୌଣସି ସ୍ଥାନରେ ଏହି ଶକ୍ତିଶାଳୀ ବାତ୍ୟା ଲ୍ୟାଣ୍ଡ୍‌ଫଲ୍‌ କରିପାରେ।’ GFSର ଆକଳନ ଅନୁସାରେ, ଏହି ବାତ୍ୟା କ୍ରମଶଃ ଶକ୍ତିଶାଳୀ ହୋଇ ମହାବାତ୍ୟା(Super Cyclone)ରେ ପରିଣତ ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୨୦ କି.ମି.ରୁ ୨୫୦ କି.ମି. ହୋଇପାରେ। ଉପକୂଳ ଅଞ୍ଚଳରେ ବଡ଼ ଜୁଆର ଆସିପାରେ। ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁଠାରେ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବ ସେଠାରେ ସମୁଦ୍ରରେ ୧୫-୨୦ ଫୁଟ୍‌ ଉଚ୍ଚ ଜୁଆର ଆସିପାରେ। 

Cyclone Super Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ