Advertisment

Low Pressure: ଦଶ'ରାକୁ ପାଣିଚିଆ କରିବ ଲଘୁଚାପ ! ଧୋଇଯାଇପାରେ ଷଷ୍ଠୀ-ସପ୍ତମୀ ମଉଜ

ଦଶହରାକୁ ପାଣିଚିଆ କରିବ ବି ଲଘୁଚାପ ବର୍ଷା । ଫିକା ପଡ଼ିଯିବ ବି ଷଷ୍ଠୀ ଆଉ ସପ୍ତମୀ ମଉଜ। ପୁଣି ରାଜ୍ୟକୁ ମୁହାଁଇଛି ବଡ଼ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟିହେବାକୁ ଯାଉଛି ଆଉ ଏକ ଲଘୁଚାପ । ପ୍ରଭାବରେ ୨୬ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏପଟେ ସମ୍ଭାବ୍ୟ ଲଘୁଚାପକୁ ନେଇ ପୂଜା ମଣ୍ଡପ କର୍ମକର୍ତ୍ତାମାନେ ସତର୍କ ହୋଇଥିବାବେଳେ କୌଣସି ବାତ୍ୟା ଭୟ ନାହିଁ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ।....

Low Pressure

Low Pressure

Advertisment

ଫିକା ପଡ଼ିଯିବ କି ପ୍ରାରମ୍ଭିକ ପୂଜା ମଉଜ ! ବଙ୍ଗୋପସାଗରରେ ପୁଣି ଲଘୁଚାପ ।ଷଷ୍ଠୀ, ସପ୍ତମୀରେ ଛେଚିବ । ଦଶହରା ବେଳକୁ କମିବ ।
ପୁଣି ଓଡ଼ିଶାକୁ ମୁହାଁଇଛି ବଡ଼ ବର୍ଷା। ଆସନ୍ତା ୨୬ ତାରିଖରୁ ବଦଳିଯିବ ପାଗ ମିଜାଜ୍। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ୨୫ ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ମଧ୍ୟ ସମୁଦ୍ର ନିକଟସ୍ଥ ମିଆଁମାର-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର। ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପ୍ରଭାବରେ ୨୩ ଓ ୨୪ ତାରିଖରୁ କେତେକ ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା ।

Advertisment

୨୬ରୁ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧିପାଇବ। ଉପକୂଳ, ଦକ୍ଷିଣ ସମେତ ଉତ୍ତର ଓଡ଼ିଶାରେ ବି ବର୍ଷିବ। ବିଶେଷ କରି ୨୬ ଓ ୨୭ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମଣ୍ଡପରେ ଷଷ୍ଠୀ ଓ ସପ୍ତମୀ ପୂଜା ଦିନ ବେଶୀ ବର୍ଷା ହୋଇପାରେ। ତେବେ ଦଶହରା ବେଳକୁ ସମ୍ଭବତଃ ବର୍ଷାର ପ୍ରକୋପ କମି ପାଗ ଶୁଖିଲା ରହିବ।
ପାଣିପାଗ ବିଜ୍ଞାନୀଙ୍କ ମତରେ, ୨୬ରୁ ୨୯ ତିନିଦିନ ବଡ଼ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଚୀନ ସାଗରରୁ ଏକ ବାତ୍ୟାର ଅବଶିଷ୍ଟାଂଶ ଆସି ସୃଷ୍ଟି ହେଉଥିବା ଲଘୁଚାପ ସହିତ ମିଶି ଏହାକୁ ଶକ୍ତିଶାଳୀ କରିବ। ୨୭ ଅପରାହ୍ନରେ ଅବପାତ ଓ ପରେ ଅଧିକ ବଳ ଗୋଟାଇ ଗଭୀର ଅବପାତ ହେବ। ତେବେ ବାତ୍ୟାର କୌଣସି ସୂଚନା ନାହିଁ। ଏପଟେ ପାର୍ବଣ ବେଳେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ବିଭିନ୍ନ ପୂଜାମଣ୍ଡପ କର୍ମକର୍ତ୍ତା।
ଏବେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାବେଳେ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ ଗରମ ଓ ଗୁଳୁଗୁଳି । କେତେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହିତ ବର୍ଷା ବି ହୋଇପାରେ ।

ଅଧିକ ପଢ଼ନ୍ତୁ: ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯାତନାର ସଂଗୀନ ତଥ୍ୟ, ଗୁମର ଫିଟାଇଲା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର

Advertisment
Low Pressure Alert Dussehera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ