Advertisment

ଏ କି ଦୁର୍ଦ୍ଦଶା ! ଉପରୁ ବର୍ଷା ଛେଚୁଛି, ତଳେ ବନ୍ୟା ପାଣି...ଛାତରେ ପାଲ ଟାଣି ରହୁଛି ମଣିଷ

ଆଉ ବଢ଼ିରେ ବୁ଼ଡିଥିବା ସବୁ ଗାଁ ଭିତରର ଦୁର୍ଦ୍ଦଶାର ଦୃଶ୍ୟ ହିଁ ବୟାନ କରୁଛି ବନ୍ୟା ବିପନ୍ନଙ୍କ କଷ୍ଟ। ଘରେ ପାଣି ପଶିଯିବା ପରେ ପାଲଟାଙ୍ଗି ଯିଏ ଛାତ ଉପରେ ରହୁଥିଲେ, ବର୍ଷା ପରଠୁ ଏବେ ଖଟ ଉପରେ ବସିଛନ୍ତି। ତାହାରି ଉପରେ ଷ୍ଟୋଭ୍ ଆଉ ବାସନକୁସନ ବି ରହୁଛି।

ଅଦ୍ୟତନ ହୋଇଛି
undefined

Rain

Advertisment

ତଳେ ପାଣି...ଉପରେ ପାଣି...ମଝିରେ ଦହଗଞ୍ଜ ହେଉଛି ବନ୍ୟା ବିପନ୍ନଙ୍କ ଜୀବନ। ବଢ଼ି ସାଙ୍ଗକୁ ଗଲାକାଲି ରାତିରୁ ଅହରହ ଝଡ଼ି ଉପୁଜାଇଛି ହାହାକାର ସ୍ଥିତି। ଜୀବନ ଖାଲି ବଞ୍ଚିଛି, କିନ୍ତୁ ଦଇବ ଦିଆ ଦୁର୍ଦ୍ଦଶା ସାଙ୍ଗକୁ ବ୍ୟବସ୍ଥାର ଅବ୍ୟବସ୍ଥା ବେଡ଼ି ଉପରେ କୋର଼ଡ଼ା ସାଜିଛି ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସ୍ଥିତି।

Advertisment

ଗଲା ମଙ୍ଗଳବାର ବଢ଼ି ମାଡ଼ି ଆସିବା ପରଠୁ ଖଣ୍ଡେ ଖଣ୍ଡେ ପଲିଥିନ୍ ଟାଣି କେନାଲ ବନ୍ଧରେ ଆଶ୍ରା ନେଇଥିବା ବିପନ୍ନଙ୍କ ସ୍ଥିତି ହିଁ ବଖାଣୁଛି ବର୍ଷା ପରଠୁ କଷଣ ଏଠି କେତେ ଦୁର୍ବିସହ। ଯେଉଁଠି ମଣିଷ ସେଇଠି ପଶୁ ବି ରହୁଛନ୍ତି।

ଆଉ ବଢ଼ିରେ ବୁ଼ଡିଥିବା ସବୁ ଗାଁ ଭିତରର ଦୁର୍ଦ୍ଦଶାର ଦୃଶ୍ୟ ହିଁ ବୟାନ କରୁଛି ବନ୍ୟା ବିପନ୍ନଙ୍କ କଷ୍ଟ। ଘରେ ପାଣି ପଶିଯିବା ପରେ ପାଲଟାଙ୍ଗି ଯିଏ ଛାତ ଉପରେ ରହୁଥିଲେ, ବର୍ଷା ପରଠୁ ଏବେ ଖଟ ଉପରେ ବସିଛନ୍ତି। ତାହାରି ଉପରେ ଷ୍ଟୋଭ୍ ଆଉ ବାସନକୁସନ ବି ରହୁଛି।

Advertisment

ବଢ଼ି ଗର୍ଜୁଛି, ବର୍ଷା ବି ଛେଚୁଛି। ସହିବେ ତ କେତେ ସହିବେ? ରହିବେ ତ କେମିତି ରହିବେ ? ଯିବେ ତ କୁଆଡ଼େ ଯିବେ? ଖୋର୍ଦ୍ଧା ଜିଲ୍ଲା ବ୍ରଜମୋହନପୁର ବ୍ଲକର ବି ଶରଧାପୁର ଗାଁର ସ୍ଥିତି ସଙ୍ଗୀନ ହେଲାଣି। ପୂରା ଗାଁରେ ଅଥଳ ପାଣି। ସବୁ ଘର ଅଧାରୁ ଅଧିକ ବୁଡ଼ିରହିଛି। ଡଙ୍ଗା କି ଟ୍ୟୁବ୍ ଭେଳା ଛଡା ଯିବାର ବାଟ ହିଁ ନାହିଁ। ତା ଭିତରେ ବର୍ଷା ପରେ ଘର ଛାଡ଼ି ଛାତ ଉପରେ ଜରି, ପଲିଥିନ୍ ଟଣା ଟୁଙ୍ଗିରେ ଆଶ୍ରା ନେଇଛନ୍ତି ଶହଶହ ଲୋକ।

ଜଗତସିଂହପୁର କି ଖୋର୍ଦ୍ଧା ନୁହେଁ କଟକରୁ ନେଇ ପୁରୀ, କେନ୍ଦ୍ରାପଡ଼ାଠୁ ଯାଜପୁର..ସବୁଠି ବିପନ୍ନଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ଲଗାଣ ବର୍ଷା। ଏ ଭିତରେ ବନ୍ୟାପ୍ରଭାବିତ ପ୍ରାୟ ସବୁ ଅଞ୍ଚଳରେ ଦୁଇ ଦିନ ଯାଏଁ ବର୍ଷାରୁ ନିସ୍ତାର ମିଳିବାର ସମ୍ଭାବନା ନଥିବାରୁ, ଲମ୍ବା ହୋଇଚାଲିଛି ବିପନ୍ନଙ୍କ ଦୁର୍ଦ୍ଦଶାର ଦିନ।

Advertisment
Rain Flood In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ