Advertisment

କମୁଛି ବନ୍ୟା ଜଳ, ତଥାପି ରୁହନ୍ତୁ ସତର୍କ

ଜଳସ୍ତର ବି ଧୀରେ ଧୀରେ କମିବାରେ ଲାଗିଛି। ତଥାପି ସମସ୍ତେ ସତର୍କ ରହିବାକୁ SRC ପ୍ରଦୀପ ଜେନା କହିଛନ୍ତି। ମହାନଦୀରେ ଏଯାଏ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।

Odisha Flood

Odisha Flood

Advertisment

କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକରେ ପିକ୍ ଫ୍ଲଡ୍ କମିବାରେ ଲାଗିଛି। ଜଳସ୍ତର ବି ଧୀରେ ଧୀରେ କମିବାରେ ଲାଗିଛି। ତଥାପି ସମସ୍ତେ ସତର୍କ ରହିବାକୁ SRC ପ୍ରଦୀପ ଜେନା କହିଛନ୍ତି। ମହାନଦୀରେ ଏଯାଏ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ତେବେ ଘଳିଆ ପଡ଼ିଥିବା ସ୍ଥାନକୁ ମରାମତି କରାଯାଉଥିବା SRC ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି।

Advertisment

ଚଳିତ ବନ୍ୟାରେ ଏଯାଏ ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିପାରେ। ବନ୍ୟାରେ ୧୭୫୭ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ସେଥିରୁ ୪୨୫ ଗାଁ ଜଳଘେରରେ ରହିଛି। ପ୍ରାୟ ୬୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିବା SRC କହିଛନ୍ତି।  IAS ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି.ରଘୁଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।  ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦର ୪୦ ଗେଟ୍ ଖୋଲା ରହିବ ଏବଂ ବର୍ଷା ସ୍ଥିତିକୁ ନେଇ ହୀରାକୁଦ ଗେଟ୍ ବନ୍ଦ ନେଇ ବିଚାର କରାଯିବ ବୋଲି SRC ସୂଚନା ଦେଇଛନ୍ତି। 

ମହାନଦୀରେ ବନ୍ୟା ଫଳରେ କଟକ ଜିଲ୍ଲା ଆଠଗଡ଼ର ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି। ବହୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଶହ ଶହ ହେକ୍ଟର ଚାଷ ଜମିରେ ପାଣି ଜମି ରହିଥିବାରୁ ଫସଲହାନୀ ଆଶଙ୍କା ରହିଛି। ବନ୍ୟାଜଳ ଗାଁରେ ପଶିବା ଫଳରେ ତିଗିରିଆ ବ୍ଲକର କୋଇଲିକନ୍ୟା, ରଘୁରାମପୁର, କଣ୍ଠିପୁର, ଗଦାଧରପୁରର ଚାଷୀମାନେ ଗୋରୁଗାଈଙ୍କୁ ଧରି ବିନ୍ଧାଣିମା ସ୍କୁଲ ପରିସରରେ ଆଶ୍ରୟ ନେଇଛନ୍ତି। ଘର ଛାତ ଓ ସ୍କୁଲ ବାରଣ୍ଡାରେ ବିତୁଛି ଜୀବନ।

Advertisment

ଅନ୍ୟପକ୍ଷେ, ଦକ୍ଷିଣ ମିଆଁମାର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଧୀରେ ଧୀରେ ଏହା ସକ୍ରିୟ ହେବାରେ ଲାଗିଛି। ଏହାର ପ୍ରଭାବରେ ୧୯ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆଜି ଠାରୁ ରାଜ୍ୟରେ ବିସ୍ତୃତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 

Odisha Flood Fury Weather In Odisha Rain In Odisha Odisha Flood Flood In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ