ଖରାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୨୫ରୁ ବନ୍ଦ ରହିବ ସ୍କୁଲ

ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ରୁ ସ୍କୁଲ ଛୁଟି କରିଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

School

ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ରୁ ସ୍କୁଲ ଛୁଟି କରିଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ନିଷ୍ପତ୍ତି ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହୋଇଛି ।

ଅସହ୍ୟ ହେଉଛି ଖରା ତାତି । ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବା ବେଳେ ରାଜ୍ୟରେ କିନ୍ତୁ ଖୋଲା ରହିଛି ଅଙ୍ଗନବାଡି କେନ୍ଦ୍ର । ଯାହାକୁ ନେଇ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଅଭିଭାବକମାନେ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା ପାଇଁ ଦାବି କରିଛନ୍ତି ।

କିଛି ସ୍ଥାନରେ ପିଲାମାନେ ଅଙ୍ଗନବାଡି କେନ୍ଦ୍ର ଆସୁଥିବା ବେଳେ କେଉଁଠି ଖରାକୁ ଦୃଷ୍ଟିରେ ରଖି ସେମାନଙ୍କର ପିଲାଙ୍କୁ ଛାଡୁ ନାହାନ୍ତ ଅଭିଭାବକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଘାସୀ ସାହି ଅଙ୍ଗନବାଡି କେନ୍ଦ୍ରକୁ ପିଲାଙ୍କୁ ପଠାଉ ନାହାନ୍ତି ଅଭିଭାବକ । ଗତ କିଛିଦିନ ତଳେ ଗ୍ରୀଷ୍ମ ଲହରିକୁ ଦୃଷ୍ଟିରେ ରଖି ରାଜ୍ୟରେ ସରକାରୀ ସ୍କୁଲକୁ ୩ଦିନ ଛୁଟି ଘୋଷଣା କରାଯାଇଥିଲା । କିନ୍ତୁ ଖୋଲା ରହିଥିଲା ଅଙ୍ଗନବାଡି କେନ୍ଦ୍ର ।

ସେପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।