Advertisment

ଶୀତ ପାଇଁ ପ୍ରସିଦ୍ଧ ଦିଲ୍ଲୀରୁ ଥଣ୍ଡା ଗାଏବ୍, ୭୩ ବର୍ଷ ପରେ ଆସିଲା ଉଷ୍ଣ ଅକ୍ଟୋବର

ଦେଶର ରାଜଧାନୀ ଦିଲ୍ଲୀ, ଯାହା ସବୁବେଳେ ରାଜନୀତି ପାଇଁ ସରଗରମ ହୋଇ ରହିଥାଏ ଓ ସାରା ଦେଶର ନଜର ଏହା ଉପରେ ଥାଏ, ଏବେ ସେହି ରାଜନୈତିକ ମହାନଗରୀ ପାଇଁ ସବୁଠାରୁ ବଡ଼ ଖବର ହେଲା ଏହାର ପାଣିପାଗ ପରିବର୍ତ୍ତନ।

ଅଦ୍ୟତନ ହୋଇଛି
Delhi Heat In October

Delhi Heat In October

Advertisment

ଦିଲ୍ଲୀର ରାତି ସବୁରେ ଆଉ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉନାହିଁ। ଅକ୍ଟୋବର ସରି ନଭେମ୍ୱର ହେଲା, କିନ୍ତୁ ପାଣିପାଗର ଉଷ୍ମତା କମୁନାହିଁ। ଏହା ଭିତରେ ପାଣିପାଗ ବିଜ୍ଞାନୀ ଦେଇଛନ୍ତି ଏକ ନୂଆ ଖବର।

Advertisment

ଯେଉଁ ସମୟରେ ଲୋକେ ଗରମ ପୋଷାକ ପିନ୍ଧି ବୁଲିବା କଥା କିମ୍ବା ଥୁରୁଥୁରୁ ସକାଳୁ ଉଠି ବିରକ୍ତିଭରା ମନରେ ନିତ୍ୟକର୍ମ ସାରିବା କଥା, ସେହି ସମୟରେ ଦେହରୁ ଝାଳ ବହୁଛି, ଶୀତ ବୋଲି ଟିକିଏ ନାହିଁ। ଏହା ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପାଣିପାଗ ଅପଡେଟ୍। ଅକ୍ବୋବର ମାସରେ ଦିଲ୍ଲୀର ଅସ୍ୱାଭିକ ପାଣିପାଗ ଏଥର ପାଣିପାଗ ବିଜ୍ଞାନୀଙ୍କୁ ହତଚକିତ କରିଦେଇଛି। ଦିଲ୍ଲୀର ସଫଦରଜଙ୍ଗଠାରେ ଥିବା ଦିଲ୍ଲୀର ମୁଖ୍ୟ ପାଣିପାଗ କେନ୍ଦ୍ର ଆଜି ଅକ୍ଟୋବର ମାସର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ଥିଲା ୩୫.୧ ଡିଗ୍ରୀ ସେଣ୍ଟିଗ୍ରେଡ, ଯେତେବେଳେକୁ ସର୍ବନିମ୍ନ ତାପମାତ୍ରା ଥିଲା ୨୧.୨ ଡିଗ୍ରୀ ସେଣ୍ଟିଗ୍ରେଡ। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୫୧ ମସିହା ଅକ୍ବୋବର ମାସରେ ଥରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିଲା ୩୬.୨ ଡିଗ୍ରୀ ସେଣ୍ଟିଗ୍ରେଡ଼।

Advertisment

ସେହିପରି ତା ପୂର୍ବରୁ ଆଉ କେତେକ ବର୍ଷରେ ମଧ୍ୟ ଅକ୍ଟୋବର ମାସ, ଯେତେବେଳେ କି ଶୀତ ଆରମ୍ଭ ହୋଇଯିବା କଥା, ସେତେବେଳେ ଗରମ ହେବା ଦେଖାଯାଇଛି। ଯେପରିକି ୧୯୪୧ ମସିହା ଅକ୍ଟୋବର ମାସରେ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ଥିଲା ୩୫.୮ ଡିଗ୍ରୀ ସେଲସିୟସ, ୧୯୦୭ରେ ମଧ୍ୟ ପାଣିପାଗ ଅସ୍ୱଭାବିକ ଦେଖାଦେଇଥିଲା। ସେହିବର୍ଷ ସର୍ବୋଚ୍ଚ ତାପମାତ୍ରା ଥିଲା ୩୫.୫ ଡିଗ୍ରୀ ସେଲସିୟସ। ସେହିପରି ୧୯୩୦ ଓ ୧୯୩୮ରେ ଅକ୍ଟୋବର ମାସର ତାପମାତ୍ରା ମଧ୍ୟ ୩୫ ଛୁଇଁଥିଲା।

ସେହିପରି ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ଅକ୍ଟୋବରର ସର୍ବନିମ୍ନ ତାପମାତ୍ରା ଦେଖିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ୧୯୧୫ ଓ ୧୯୫୧ ମସିହାରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨୨.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ୧୯୨୨ ମସିହା ଅକ୍ଟୋବର ମାସରେ ସର୍ବନିମ୍ନ ତାପମାତ୍ରା ଥିଲା ୨୨.୧ ଡିଗ୍ରୀ ସେଲସିୟସ। ଯାହାକି ସୂଚାଇ ଦେଉଛି କି, ମଝିରେ ମଝିରେ ଶୀତଦିନ ଆରମ୍ଭରୁ ଦିଲ୍ଲୀର ରାତିଗୁଡ଼ିକରେ ମଧ୍ୟ ଉଷ୍ଣତା ଅନୁଭୂତ ହୋଇଥାଏ।

Advertisment

ଦେଶର ରାଜଧାନୀ ଦିଲ୍ଲୀ, ଯାହାକୁ ସବୁବେଳେ ରାଜନୀତି ପାଇଁ ସରଗରମ ହୋଇ ରହିଥାଏ ଓ ସାରା ଦେଶର ନଜର ଏହା ଉପରେ ଥାଏ, ଏବେ ସେହି ରାଜନୈତିକ ମହାନଗରୀ ପାଇଁ ସବୁଠାରୁ ବଡ଼ ଖବର ହେଲା ଏହାର ପାଣିପାଗ ପରିବର୍ତ୍ତନ। କିଛିବର୍ଷ ଧରି ଦିଲ୍ଲୀର ବାୟୂମଣ୍ଡଳ ଏତେ ଅଧିକ ପରିମାଣରେ ପ୍ରଦୂଷିତ ହୋଇଯାଇଛି ଯେ, ତାହା ସାଧାରଣ ଜନଜୀବନକୁ କେବଳ ପ୍ରଭାବିତ କରିନି, ଆତଙ୍କିତ ମଧ୍ୟ କଲାଣି। କିଛିଦିନ ତଳେ ଦିଲ୍ଲୀର ଲାଇଫ୍ ଲାଇନ୍ ଯମୁନା ନଦୀର ଅବସ୍ଥା ଆପଣ ଜାଣିଥିବେ ଓ ଟିଭିରେ ଦେଖିଥିବେ। ଭୟଙ୍କର ଭାବେ ଫେଣ ଯମୁନାର ଜଳକୁ ଆଚ୍ଛାଦିତ କରି ରଖିଛି।

ସେହିପରି ଦିଲ୍ଲୀର ବାୟୁମଣ୍ଡଳ ଏତେ ପରିମାଣରେ ପ୍ରଦୂଷିତ ହୋଇଯାଇଛି ଯେ, ଏଠାକାର ବାସିନ୍ଦା ନିଃଶ୍ୱାସ ନେବାକୁ କଷ୍ଟ ଅନୁଭବ କରୁଛନ୍ତି। ପରିବେଶ ବିଜ୍ଞାନୀ କହୁଛନ୍ତି, ଏହା ହେଉଛି ଗ୍ଲୋବାଲ ଓ୍ୱାର୍ମିଂର ପ୍ରଭାବ। ଆଗାମୀ ଦିନରେ ଏହି ପ୍ରଭାବ ଆହୁରି ଦେଖିବାକୁ ମିଳିବ। ଏବେ କେବଳ ବାୟୁ ଓ ଜଳରେ ଆମେ ପ୍ରଦୂଷଣର ପ୍ରତିଫଳନ ଦେଖୁଛନ୍ତି, ଆଗକୁ ଆହୁରି ସମସ୍ୟା ଆସିବ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଦୀପାବଳି ପାଳନ ଓ ବାଣ ଫୁଟା ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଏବେ ମଧ୍ୟ ଦିଲ୍ଲୀର ବାୟୁମଣ୍ଡଳର ମାନ ‘ଅତ୍ୟନ୍ତ ଖରାପ’ ସ୍ତରରେ ରହିଛି। ଦିଲ୍ଲୀ ସହର, ଯାହା ହାଡ଼ଭଙ୍ଗା ଶୀତ ପାଇଁ ପ୍ରସିଦ୍ଧ ଥିଲା, ହୁଏତ ଆଗକୁ ଏହି ମହାନଗରୀରେ ଶୀତ ଏକ ଆଶ୍ଚର୍ଯ୍ୟ ଅନୁଭବ ହୋଇ ରହିଯିବ। ଏବଂ ଦିଲ୍ଲୀର ଲୋକମାନେ ଶୀତର ଅନୁଭବ ନେବାକୁ ଅନ୍ୟ ଶିତୁଆ ସ୍ଥାନକୁ ଯିବାକୁ ପଡ଼ିପାରେ।

Winter Delhi Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ