Advertisment

Monsoon Arrived: ହସିବ ପ୍ରକୃତି ରାଣୀ: ଓଡ଼ିଶା ଛୁଇଁଲା ମୌସୁମୀ

ଏଥର ସଅଳ ଓଡ଼ିଶା ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଥିବା ଜଣାପଡ଼ିଛି।୧୯୯୯ମସିହା ୨୮ ମେ’ରେ ସଅଳ ମୌସୁମୀ ଓଡ଼ିଶା ଛୁଇଁଥିଲା

ଅଦ୍ୟତନ ହୋଇଛି
monsoon

monsoon

Advertisment

ଏଥର ସଅଳ ଓଡ଼ିଶା ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଥିବା ଜଣାପଡ଼ିଛି।୧୯୯୯ମସିହା ୨୮ ମେ’ରେ ସଅଳ ମୌସୁମୀ ଓଡ଼ିଶା ଛୁଇଁଥିଲା । ସେହିପରି  ୨୦୦୯ରେ ମେ’ ୨୫ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ଏଥର ପାଗ ଅନୁକୂଳ ଥିବାରୁ ଶୀଘ୍ର ମୌସୁମୀ ଓଡ଼ିଶା ଛୁଇଁଥିବା ଜଣାଯାଇଛି। 

Advertisment

ସୂଚନାଯୋଗ୍ୟ,  ୨୪ ମେ’ରେ କେରଳ ଛୁଇଁଥିଲାଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଥିଲା ମୌସୁମୀ । ସାଧାରଣତଃ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ । କିନ୍ତୁ ଏଥର ୧୬ ବର୍ଷ ପରେ ମୌସୁମୀ ସଅଳ କେରଳ ଛୁଇଁଥିଲା ।

କାହିଁକି ଏଥର ସଅଳ ଆସିଲା ମୌସୁମୀ?

ମୌସୁମୀ ଆଗମନ ପାଇଁ..

ପ୍ରକୃତରେ ମୌସୁମୀ ଏବଂ ବର୍ଷା ପାଇଁ ଦୁଇଟି ସ୍ଥିତି (ପ୍ରକୃତି) ଦାୟୀ। ଏଥିମଧ୍ୟରୁ ଗୋଟିଏ ହେଉଛି ଏଲ୍ ନିନୋ ଏବଂ ଅନ୍ୟଟି ହେଉଛି ଲା ନିନା। ଏଲ୍ ନିନୋରେ ସମୁଦ୍ରର ତାପମାତ୍ରା ତିନିରୁ ଚାରି ଡିଗ୍ରୀ ବୃଦ୍ଧି ପାଏ। ସାଧାରଣତଃ ଏହି ଅବସ୍ଥାର ପ୍ରଭାବ ୧୦ ବର୍ଷରେ ଦୁଇଥର ଦେଖାଯାଏ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେଉଥିବା ଅଞ୍ଚଳରେ କମ୍ ବର୍ଷା ହୁଏ ଏବଂ କମ୍ ବର୍ଷା ହେଉଥିବା ଅଞ୍ଚଳରେ ଅଧିକ ବର୍ଷା ହୁଏ। ଅନ୍ୟପକ୍ଷରେ ଲା ନିନା ସମୁଦ୍ର ଜଳକୁ ଦ୍ରୁତ ଗତିରେ ଥଣ୍ଡା କରିଥାଏ, ଯାହା ସାରା ବିଶ୍ୱର ପାଣିପାଗ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଆକାଶଳରେ ମାଳ ମାଳ ମେଘ ଦେଖାଯାଏ ଏବଂ ଭଲ ବର୍ଷା ସୃଷ୍ଟି କରେ।

Advertisment

ଏଥର ଶୀଘ୍ର କାହିଁକି ?

ଏଥର ଭାରତରେ ମୌସୁମୀ ଶୀଘ୍ର ଆସିବାର ମୁଖ୍ୟ କାରଣ ହେଉଛି ଆରବ ସାଗର ଏବଂ ବଙ୍ଗୋପସାଗରରେ ଆର୍ଦ୍ରତା ବୃଦ୍ଧି। ଏହି ସମୟ ମଧ୍ୟରେ ସମୁଦ୍ରର ତାପମାତ୍ରା ସ୍ୱାଭାବିକ ଅପେକ୍ଷା ଅଧିକ ରହିଥିଲା, ଯାହା ଫଳରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଥିଲା। ତା’ପରେ ପଶ୍ଚିମ ପବନ ବହିବା ଆରମ୍ଭ ସହ ଘୂର୍ଣ୍ଣିବଳୟ କାର୍ଯ୍ୟକଳାପ ଯୋଗୁଁ ମଧ୍ୟ ମୌସୁମୀକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା। ଏହା ବ୍ୟତୀତ ସାରା ବିଶ୍ୱରେ ହେଉଥିବା ଜଳବାୟୁ ପରିବର୍ତ୍ତନ ମଧ୍ୟ ଏହି ପାଣିପାଗ ଢାଞ୍ଚାରେ ପରିବର୍ତ୍ତନର ଏକ ପ୍ରମୁଖ କାରଣ ।

ଶୀଘ୍ର ଆସି ଶୀଘ୍ର ଚାଲିଯିବ କି ?

ମୌସୁମୀ କେରଳ ଛୁଇଁବା ପରେ ପରେ ଏହା ଧୀରେ ଧୀରେ ଉତ୍ତର ଆଡକୁ ଗତି କରେ। ତା’ପରେ ଜୁନ୍ ଶେଷ ସୁଦ୍ଧା ଏହା ଦେଶର ଅଧିକାଂଶ ଅଞ୍ଚଳକୁ ପ୍ରବେଶ କରେ। ସାଧାରଣତଃ ଜୁଲାଇ ମଧ୍ୟଭାଗ ସୁଦ୍ଧା ଦେଶର ସମସ୍ତ ସ୍ଥାନରେ ମୌସୁମୀ ପହଞ୍ଚିଥାଏ। ତଥାପି ମୌସୁମୀର ଶୀଘ୍ର ଆଗମନ ହୋଇଥିବାର ମୌସୁମୀ ଶୀଘ୍ର ଚାଲିଯିବାର କୌଣସି ସମ୍ଭାବନା ନିାହଁ । ଏସବୁ ପାଗର ବିଭିନ୍ନ ଜଟିଳ ପ୍ରକ୍ରିୟା ଉପରେ ନିର୍ଭର କରେ। ଏଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆରବ ସାଗର ଏବଂ ବଙ୍ଗୋପସାଗରରେ ସମୁଦ୍ରର ତାପମାତ୍ରା, ବାୟୁର ଚାପ ଏବଂ ବିଶ୍ୱର ପାଣିପାଗ ଢାଞ୍ଚା।

Advertisment

ବର୍ଷାର ନିର୍ଭରଶୀଳତା

ସମୟ ପୂର୍ବରୁ ମୌସୁମୀ ଦେଶରେ ପହଞ୍ଚିବା ସହ ଏହାର ଗତି ଭଲ ରହିଲେ ସମଗ୍ର ଦେଶରେ ସ୍ୱାଭାବିକ କିମ୍ବା ଭଲ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ମୌସୁମୀ ଶୀଘ୍ର ଆସି ଧୀର କିମ୍ବା ଦୁର୍ବଳ ଗତି ରହିଲେ ବର୍ଷା ହ୍ରାସ ହୋଇପାରେ। ତେଣୁ ମୌସୁମୀର ଶୀଘ୍ର ଆଗମନ ଭଲ ବର୍ଷାର ସୂଚନା ନୁହେଁ କିମ୍ବା ବିଳମ୍ବରେ ଆଗମନ କମ୍ ବର୍ଷାର ସୂଚନା ନୁହେଁ। ଅନେକ ସମୟରେ ମୌସୁମୀ ବିଳମ୍ବରେ ପହଞ୍ଚେ। ଏହା ସତ୍ତ୍ୱେ ସ୍ଥିତି ଭଲ ରହିଲେ, ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ଭଲ ବର୍ଷା ହୁଏ।

ଭଲ ଅମଳ ସମ୍ଭାବନା

ମୌସୁମୀର ଶୀଘ୍ର ଆଗମନ ଲାଭଦାୟକ ହେବ ବୋଲି ସୂଚିତ କରେ ନାହିଁ କିମ୍ବା କ୍ଷତି କରିବ ବୋଲି ସୂଚିତ କରେ ନାହିଁ। ତଥାପି ମୌସୁମୀ ବର୍ଷା ଯୋଗୁଁ ଚାଷୀକୂଳ କ୍ଷେତରେ ଶୀଘ୍ର ବିହନ ବୁଣିପାରିବେ । ଯଦି ମୌସୁମୀ ବର୍ଷା ଜାରି ରହେ, ତେବେ ଫସଲ ପର୍ଯ୍ୟାପ୍ତ ପାଣି ପାଇବ ଏବଂ ଅମଳ ଭଲ ହେବ। ଏଥର ଏପ୍ରିଲ ମାସରେ ହିଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା, ୨୦୨୫ ମସିହାର ମୌସୁମୀ ଋତୁରେ କୌଣସି ପ୍ରକାରର ଏଲ୍ ନିନୋର ସମ୍ଭାବନା ନାହିଁ। ଏପରି ସ୍ଥିତିରେ ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଦେଶରେ ବର୍ଷା କମିବାର ପ୍ରାୟ କୌଣସି ସମ୍ଭାବନା ନାହିଁ। ୨୦୨୩ ମସିହାରେ ଏଲ୍ ନିନୋ ସକ୍ରିୟ ଥିବାରୁ ମୌସୁମୀ ଋତୁରେ ସ୍ୱାଭାବିକ ଅପେକ୍ଷା ଛଅ ପ୍ରତିଶତ କମ୍ ବର୍ଷା ହୋଇଥିଲା।

Weather Weather Update Monsoon Odisha Monsoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ