ଆସୁଛି ଲଘୁଚାପ ! ପୂଜାକୁ ଭସାଇବା ନେଇ ଆଶଙ୍କା ବଢ଼ିଲା..

୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରାଯାଇଛି ।

Weather Update

ଏଥର ଦଶହରାକୁ ଫିକା କରିବ କି ଲଘୁଚାପ ବର୍ଷା ? କାରଣ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସଦ୍ୟତମ ସୂଚନାରେ ଏପରି ପୂର୍ବାନୁମାନ କରାଯାଇଛି । ଲଘୁଚାପ କ୍ଷେତ୍ର ପରବର୍ତ୍ତି ସମୟରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି ।

୨୦ ତାରିଖରେ ଷଷ୍ଠୀ ପୂଜା ତେଣୁ ଏବର୍ଷ ପୂଜାକୁ ଲଘୁଚାପ ବର୍ଷା ଭିଜାଇପାରେ । ୨୪ ତାରିଖରେ ଦଶହରା ଥିବାରୁ ବର୍ଷାର ପରିମାଣ କେତେ କଣ ରହିବ ତା ଉପରେ ସମସ୍ତଙ୍କ ନଜର ।