Heavy rainfall to lash in several parts of Odisha till July 27
ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୬ କିମ୍ବା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଲଘୁଚାପ ଥିବାରୁ ବହୁତ ସ୍ଥାନରେ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏହାପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏନେଇ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।
ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି। ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି। କୌଣସି ସ୍ଥାନରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।
ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ମହାନଦୀର ଜଳସ୍ତର। ଛତିଶଗଡ଼ର କଲମା ବ୍ୟାରେଜରୁ ୬୬ ଗେଟ୍ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି। ଚଳିତ ମୌସୁମୀ ଋତୁରେ ଛତିଶଗଡ଼ କଲମା ବ୍ୟାରେଜ ପ୍ରଥମ କରି ଗତ ଜୁନ୍ ୧୬ରେ ବନ୍ୟା ଜଳ ଛାଡ଼ିଥିଲା। ପ୍ରଥମେ ୫ଟି ଗେଟ୍ ଓ ପରେ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲି ଦେଇଛି ଛତିଶଗଡ଼।
ଖରା ଦିନେ ଛତିଶଗଡ଼ ପାଣି ନଛାଡ଼ିବାରୁ ମହାନଦୀର ଓଡ଼ିଶା ପାର୍ଶ୍ୱ ଟାଙ୍ଗରା ଭୂଇଁ ପାଲଟିଥିଲା। ଏବେ ପାଣି ଆସିବାରୁ ଦୀର୍ଘଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀର ଲଖନପୁର ବ୍ଲକ ଶୁଖାସୋଢା, ଶରଧା ଘାଟ ଆଦି ସ୍ଥାନରେ ପାଣି ପ୍ରବାହିତ ହେଉଛି। କେବଳ କଲମା ବ୍ୟାରେଜ ନୁହେଁ କେଲୋ ନଦୀର ଲାଖାଠାରେ ଥିବା କେଲୋ ଡ୍ୟାମରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1689931401.jpg)