Advertisment

ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ; କ’ଣ ରହିଛି ଏହା ପଛର କାରଣ

ମହାନଦୀରେ ବଡ଼ ବନ୍ୟା। କ’ଣ ହୋଇପାରେ ଏହା ପଛର କାରଣ ? ଛତିଶଗଡ ଏକାଧିକ ବ୍ୟାରେଜ୍ ନିର୍ମାଣ ? ନା ହୀରାକୁଦ ଡ୍ୟାମ୍ ପଙ୍କରେ ପୋତି ହୋଇପଡୁଥିବାରୁ ସୃଷ୍ଟି ହେଉଛି ସମସ୍ୟା? ଆସନ୍ତୁ ଜାଣିବା…

undefined

Flood situation due to heavy rains

Advertisment

ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି। ହୀରାକୁଦ ଜଳଭଣ୍ଡାର ପଛୁଆ ପାଣିରେ ବରଗଡ ଜିଲ୍ଲାର ଅନେକ ଗାଁରେ ପାଣି ପଶିଥିବା ବେଳେ ତଳମୁଣ୍ଡରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୂର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳଗମ୍ନ ହୋଇଛି। ପୂର୍ବରୁ ୧୯୮୨, ୨୦୦୧, ୨୦୦୬, ୨୦୦୮, ୨୦୧୧, ୨୦୨୦ରେ ମହାନଦୀ ଅବବାହିକାରେରେ ବି ବଡ ବନ୍ୟା ଆସିଥିଲା।

Advertisment

ଏଥର କମ୍ ପାଣି ଆସିଥିଲେ ବି ସ୍ଥିତି ଅଧିକ ଜଟିଳ ହୋଇଛି। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଜଳସଂପଦ ବିଭାଗ ନିକଟରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ୧୯୬୨ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ହୀରାକୁଦ ଡ୍ୟାମ୍ ପରେ ତଳମୁଣ୍ଡରେ ଆଉ ବନ୍ୟା ନିୟନ୍ତ୍ରଣ ଲାଗି କୌଣସି ବ୍ୟବସ୍ଥା ନ ଥିବାରୁ ଜଳଗମ୍ନ ହେଉଛି କି ତଳି ଅଞ୍ଚଳ? ଡ୍ୟାମ୍ ତଳମୁଣ୍ଡରେ ୭ଟି ବ୍ୟାରେଜ୍ ନିର୍ମାଣ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର। ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି କାର୍ଯ୍ୟକାରୀ ହୋଇ ନାହିଁ। ଫଳରେ ମହାନଦୀ ଉପରମୁଣ୍ଡରେ ବର୍ଷା ହେଲେ ପ୍ରତିଥର ତଳମୁଣ୍ଡରେ ଥିବା ଜିଲ୍ଲାବାସୀଙ୍କୁ ବନ୍ୟା କଷ୍ଟ ଭୋଗିବାକୁ ପଡୁଛି।

ତେଣେ ହୀରାକୁଦ ମାଟିବନ୍ଧକୁ ୬୪ ବର୍ଷ ପୂରିଲାଣି। ଏହାସତ୍ତ୍ୱେ ତଳି ଅଞ୍ଚଳକୁ ବଢିରୁ ବଞ୍ଚାଇବାକୁ ଯାଇ ଅନେକ ସମୟରେ ଜଳଭଣ୍ଡାରରେ ଅଧିକ ଜଳ ରଖିବାକୁ ପଡୁଛି। ଯେମିତିକି ଏଥର ୬୨୭ ଫୁଟ ଜଳ ରଖିବାକୁ ପଡିଛି। ଯାହାକି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ବି ରହିଛି। ତେଣୁ ବର୍ଷା ଦିନେ ବନ୍ୟା ଜଳର ସ୍ଥିତି ସଂପର୍କରେ ଜାଣିବା ପାଇଁ ଡ୍ୟାମ୍‌ର ଉପର ମୁଣ୍ଡରେ ଗେଜ୍ ଷ୍ଟେସନ୍ ପ୍ରତିଷ୍ଠାର ଆବଶ୍ୟକତା ଥିବା କୁହାଯାଉଛି।

Advertisment

ମହାନଦୀ ବନ୍ୟା ପରିଚାଳନାରେ ଅନେକ ସମୟରେ ମାନବୀୟ ତ୍ରୁଟି ବି ନଜରକୁ ଆସୁଛି। ରୁଲ୍ କର୍ଭରେ ସଂଶୋଧନ ହୋଇ ନଥିବାରୁ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହେଉଛି। କେଉଁ ସମୟରେ ଡ୍ୟାମ୍‌ରେ କେତେ ପାଣି ରହିବ ତାହା ରୁଲ୍ କର୍ଭ ଅନୁସାରେ ହିଁ ହୋଇଥାଏ। ତେବେ ଭୌଗୋଳିକ ସ୍ଥିତି ଓ ବର୍ଷା ପାଟର୍ଣ୍ଣରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ୧୯୮୮ରୁ ରୁଲ୍ କର୍ଭରେ ସଂଶୋଧନ କରାଯାଇନି। ଫଳରେ ବନ୍ୟା ପରିଚାଳନାରେ ଅସୁବିଧା ହେଉଥିବା କୁହାଯାଉଛି।

କେମିତି ସୁରକ୍ଷିତ ରହିବ ହୀରାକୁଦ୍ ଜଳଭଣ୍ଡାର, କେମିତି ଦକ୍ଷତାର ସହ କରାଯାଇପାରିବ ବନ୍ୟା ନିୟନ୍ତ୍ରଣ। ସ୍ଥିତି ବିଗିଡିବା ପୂର୍ବରୁ ରାଜ୍ୟ ସରକାର ଏଦି ଗରେ ଠୋସ୍ ପଦକ୍ଷେପ ନେବାର ସମୟ ଆସିଛି।

Advertisment

ରାଜ୍ୟରେ ଆଉ ୪ ଦିନ ଏମିତି ବନ୍ୟା ପରିସ୍ଥିତି ଲାଗି ରହିବ। ତେବେ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ମହାନଦୀରେ ପିକ୍ ଫ୍ଲୋ ମୁଣ୍ଡଳି ଅତିକ୍ରମ କରିସାରିଛି। ଏହା ସମୁଦ୍ରକୁ ଯିବାକୁ ଆହୁରି ୨୪ ଘଣ୍ଟା ଲାଗିବ। ତେଣୁ ଏହି ୨୪ ଘଂଟା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ।

ଅନ୍ୟପ‍କ୍ଷରେ ଏସ୍ଆର୍‌ସି କହିଛନ୍ତି, ୨୦୧୧ ପରେ ଏହା ସବୁଠୁ ବଡ଼ ବନ୍ୟା। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲା ଏହି ବନ୍ୟାରେ ପ୍ରଭାବିତ ହୋଇଛି। ଜଗତସିଂହପୁର ଓ ପୁରୀ ଜିଲ୍ଲା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ପୁରୀ ଓ କେନ୍ଦ୍ରାପଡ଼ାକୁ ଆଜି ଅତିରିକ୍ତ ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବାହୀନିର ଅତିରିକ୍ତ ଟିମ୍ ପଠାଯାଇଛି। ମଧ୍ୟମ ଧରଣର ବନ୍ୟା ହୋଇଥିବା ବେଳେ ଘାଇ ଏବଂ ଘଳିଆ ମରାମତି କରାଯାଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

Flood Situation Flood Situation In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ