Advertisment

ଘଣ୍ଟାପ୍ରତି ୧୮ କି.ମି. ବେଗରେ ଗତି କରୁଛି ଗଭୀର ଅବପାତ, ଝାରସୁଗୁଡ଼ାଠୁ ୨୨୦ କି.ମି. ଦୂରରେ...

ଗଭୀର ଅବପାତ ଗତକାଲି ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ଉପକୂଳ ଅତିକ୍ରମ କରିଥିଲା। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ଉତ୍ତର ଛତିଶଗଡ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେଉଛି।

Deep Depression to weaken says meteorological department

Deep Depression to weaken says meteorological department

Advertisment

ଗତ ୬ ଘଣ୍ଟାରେ ଗଭୀର ଅବପାତ ଘଣ୍ଟାପ୍ରତି ୧୮ କି.ମି. ବେଗରେ ଗତିକରି ଦକ୍ଷିଣ ଝାଡ଼ଖଣ୍ଡ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଅଞ୍ଚଳରେ ଝାରସୁଗୁଡା ଠାରୁ ପୂର୍ବଉତ୍ତରପୂର୍ବ ଦିଗରେ ୨୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ଉତ୍ତର ଛତିଶଗଡ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେଉଛି। ଗଭୀର ଅବପାତ ଗତକାଲି ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ଉପକୂଳ ଅତିକ୍ରମ କରିଥିଲା। 

Advertisment

ଦକ୍ଷିଣ ଝାଡ଼ଖଣ୍ଡ, ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରିବା ସହ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ତଥା ଉତ୍ତର ଛତିଶଗଡ ଦେଇ ମଧ୍ୟପ୍ରଦେଶ ମୁହାଁ ହେବା ସହ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି। ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଜି ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଏଥିପାଇଁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 

Advertisment

ବନ୍ୟା ଆଁରେ ରାଜ୍ୟର ୧୨ ଜିଲ୍ଲା ଗାଁ। ଗାଁରେ ଏବେବି ପାଣିର ସୁଅ ଚାଲିଛି। ଶହ ଶହ ଗାଁ ଜଳବନ୍ଦୀ ଥିବାବେଳେ ଅହରହ ବର୍ଷା ଉପୁଜାଇଛି ହାହାକାର ସ୍ଥିତି। କିଏ ଛାତ ଉପରେ ତ ଆଉ କିଏ ରାସ୍ତା ଉପରେ ପଲିଥିନ ଟାଣି ଅପେକ୍ଷା କରିଛନ୍ତି ପାଣି କମିବାକୁ। ଏଭଳି ସ୍ଥିତିରେ ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ୍‌ ବନ୍ଦ ଘୋଷଣା ହୋଇଛି।

Advertisment

Heavy Rainfall Alert Weather In Odisha Rain In Odisha Odisha Flood Deep Depression Odisha Flood Fury Flood In Odisha IMD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ