Cyclone Michaung triggers water logging in several parts of Chennai
ଚେନ୍ନାଇରେ ଜାରି ରହିଛି ବନ୍ୟା ଦୁର୍ଦ୍ଦଶା । ରାସ୍ତାରେ ଲହଡ଼ି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି । ଏବେବି ସହରର ତଳିଆ ଅଞ୍ଚଳରେ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଘରେ ପାଣି ପଶିଥିବାରୁ, ବର୍ଷା ଓ ପବନ କମିବା ପରେ ଲୋକେ ସପରିବାର ସୁରକ୍ଷିତ ସ୍ଥାନକୁ ପଳାଉଥିବା ଦେଖିବାକୁ ମିଳିଛି ।
କିଏ ଛୋଟଛୋଟ ପିଲାଙ୍କୁ ଧରି ଡଙ୍ଗାରେ ପାଣି ପାର୍ ହେଉଛନ୍ତି ତ ଆଉ କିଏ ଜୀବଜନ୍ତୁଙ୍କୁ ସାଥିରେ ନେଇ ଯାଉଛନ୍ତି । ତେବେ ଚିନ୍ତାଜନକ କଥା ହେଉଛି, ବର୍ଷା ଓ ପବନ କମିବା ପରେ ବି ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଚେନ୍ନାଇରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1701841285.jpg)