Advertisment

ଲ୍ୟାଣ୍ଡଫଲ୍‌ ପୂର୍ବରୁ ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’: ଭାଙ୍ଗିଲା ଗଛ, ଭୁଶୁଡ଼ିଲା କାନ୍ଥ...୯୫ ଟ୍ରେନ୍‌ ବାତିଲ୍‌

ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ତାଣ୍ଡବ ରଚିଛି। ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି।ସୌରାଷ୍ଟ୍ର ଓ କଚ୍ଛରେ ବାତ୍ୟାର ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
cyclone Biparjoy likely to hit Gujarat on June 15

cyclone Biparjoy likely to hit Gujarat on June 15

Advertisment

ଆରବ ସାଗରରେ ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି। ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୪ କି.ମି. ବେଗରେ ଗତି କରୁଛି।ଗୁଜରାଟ ପୋରବନ୍ଦର ଠାରୁ ଏହା ୨୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ସେହିପରି ଜଖୌ ବନ୍ଦର ଠାରୁ ୩୬୦ କି.ମି. ଦୂରରେ ରହିଛି। ଜୁନ୍ ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ସୌରାଷ୍ଟ୍ର ଓ କଚ୍ଛ ନିକଟ ଜଖୌ ବନ୍ଦର ନିକଟରେ ବାତ୍ୟା ଳ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। 

Advertisment

ତେବେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ତାଣ୍ଡବ ରଚିଛି। ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି।ସୌରାଷ୍ଟ୍ର ଓ କଚ୍ଛରେ ବାତ୍ୟାର ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି। ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ପ୍ରଶାସନର ତତ୍ପରତା ଦେଖାଇଛି। ଏହାସହ କଚ୍ଛ ଉପକୂଳରେ ‘ଅରେଞ୍ଜ୍ ଆଲର୍ଟ’ ଜାରି କରାଯାଇଛି।

Advertisment

ସେପଟେ ବାତ୍ୟା ପ୍ରଭାବରେ ଅଶାନ୍ତ ରହିଛି କଚ୍ଛ ଅଞ୍ଚଳର ମାଣ୍ଡଭି ଉପକୂଳ। ନଭସାରି ଏବଂ ଦ୍ୱାରକା ଅଞ୍ଚଳରେ ମଧ୍ୟ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି। ବାତ୍ୟା ପାଇଁ ଗୁଜରାଟରେ ୧୫ ତାରିଖ ଯାଏ ୯୫ଟି ଟ୍ରେନକୁ ବାତିଲ୍‌ କରାଯାଇଛି। ଭାରତୀୟ ତଟ୍ଟରକ୍ଷୀ ବାହିନୀର ଜାହାଜ ଏବଂ ବିମାନ ସତର୍କ କରାଉଛନ୍ତି। ଏନଡିଆରଏଫର ୧୨ ଟିମ୍ ସଜାଗ ରହିଛନ୍ତି। ଏଯାଏ ୭ ହଜାର ୫ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Advertisment

ଅନ୍ୟପକ୍ଷେ, ବାତ୍ୟା ‘ବିପର୍ଯ୍ୟୟ’ର ମୁକାବିଲା ଲାଗି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ଫୋନ୍‌ ଯୋଗେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହେବା ସହ ବାତ୍ୟାର ସ୍ଥିତି ଏବଂ ମୁକାବିଲା ଲାଗି ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ। ଯାହା ସହଯୋଗ ଆବଶ୍ୟକ କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶ୍ୱାସନା ଦେଇଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବାତ୍ୟା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଏକ ବୈଠକ ମଧ୍ୟ କରିଥିଲେ।

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ