Advertisment

ଥରାଉଛି ଜାଡ଼: ରାଜ୍ୟରେ ଜାରି ରହିଛି ଶୀତ ଲହରୀ...

ଆଗାମୀ ୪ ରୁ ୫ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗର ସୂଚନା.. ଆଜି ୯ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା...

ଅଦ୍ୟତନ ହୋଇଛି
cold wave

cold wave

Advertisment

ରାଜ୍ୟରେ ଜାରି ରହିଛି ଶୀତ ଲହରି। ଆଗାମୀ ୪ ରୁ ୫ଦିନ ଯାଏଁ ପାଗ ଶୁଖିଲା ପାଗ ସହ ରାତ୍ରିକାଳୀନ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି ।

Advertisment

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଗତକାଲି ରାଜ୍ୟର ୧୦ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି। କନ୍ଧମାଳ ଜି ଉଦୟଗିରି ଏବଂ ସୁନ୍ଦରଗଡ଼ କିରେଇରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଛି।

କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି। ଆଜି ମଧ୍ୟ କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ...

Advertisment

ସେପଟେ ଶୀତଲହରୀକୁ ନଜରରେ ରଖି କଟକରେ ଖୋଲିଲାଣି ଶୀତବସ୍ତ୍ର ବଜାର । ତିବ୍ଦତିଆନ୍ ରିଫ୍ୟୁଜି ଓ ରାଜସ୍ଥାନ ବ୍ୟବସାୟୀ ମାନେ କଟକ ହାଡ଼ିଆପଠାରେ ଶୀତବସ୍ତ୍ର ବଜାର ଖୋଲିଥିବା ବେଳେ , କିଣାକିଣି କରିବାକୁ ଜମୁଛି ଗ୍ରାହକଙ୍କ ଭିଡ଼ ।...

Advertisment
Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ