Advertisment

ଆସାମରେ ବନ୍ୟାର କରାଳ ରୂପ, ପାଣି ଘେରରେ ୫ ଲକ୍ଷ ଲୋକ

ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ କ୍ୟାମ୍ପ କରାଯାଇଥିବା ବେଳେ ସେଠାରେ ବିପନ୍ନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି।

ଅଦ୍ୟତନ ହୋଇଛି
Assam flood

Assam flood

Advertisment

ଲଗାଣ ବର୍ଷାରେ ଉବୁଟୁବୁ ଆସାମ । ଭୟଙ୍କର ବନ୍ୟାରେ ରାଜ୍ୟର ୨୦ ଜିଲ୍ଲା ପ୍ରଭାବିତ ହୋଇଛି । ଦେଢ଼ ହଜାରରୁ ଅଧିକ ଗାଁ ପାଣି ଘେରରେ ଥିବା ବେଳେ ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବଜାଲି, ନାଲବରି, ବାରପେଟ ଓ ଲକ୍ଷ୍ମୀପୁର ଜିଲ୍ଲାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି । ବନ୍ୟାରେ ଅନେକ ଘର ଦ୍ୱାର ଭାସିଯାଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ଉପରେ ଲହଡ଼ି ଭାଙ୍ଗୁଛି ପାଣି ।

Advertisment

ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ନଦୀକୂଳିଆ ଲୋକଙ୍କ ମନରେ ଭୟ ଲାଗି ରହିଛି । ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ କ୍ୟାମ୍ପ କରାଯାଇଥିବା ବେଳେ ସେଠାରେ ବିପନ୍ନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି । ଗତକାଲି ଆସାମର ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରଂଜିତ କୁମାର ଦାସ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି । ଏଥିସହ ରିଲିଫ କ୍ୟାମ୍ପରେ ବିପନ୍ନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ବିଭିନ୍ନ ଜିଲ୍ଲାରେ ୧୫୦ଟି ରିଲିଫ କ୍ୟାମ୍ପ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ...

Advertisment

ଏପଟେ ବନ୍ୟା ସ୍ଥିତିକୁ ଦେଖି କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବନ୍ୟା କବଳରୁ ଜୀବଜନ୍ତୁଙ୍କୁ କିଭଳି ଭାବେ ସୁରକ୍ଷା ଦେଇ ହେବ ସେଥିଲାଗି ବ୍ୟବସ୍ଥା କରାଯାଇଥିବା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ...

Assam Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ