Advertisment

ଲଗାଣ ବର୍ଷାରେ ବେହାଲ୍ କୋରାପୁଟ; ବୁଡ଼ିଛି ପୋଲ, ଅଣ୍ଟାଏ ପାଣିରେ ଚାଷ ଜମି

୨୪ ଘଣ୍ଟାରେ ଗଭୀର ଅବପାତ, ୭ ଜିଲ୍ଲାକୁ ରେଡ୍ ଆଲର୍ଟ । ଲଗାଣ ବର୍ଷାରେ ବେହାଲ୍ କୋରାପୁଟ । କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍ ପ୍ରଭାବିତ । ବୁଡ଼ିଛି ପୋଲ, ଅଣ୍ଟାଏ ପାଣିରେ ଚାଷ ଜମି ।

ଅଦ୍ୟତନ ହୋଇଛି
undefined

Heavy rain

Advertisment

କେଉଁଠି ବ୍ରିଜ୍ ଉପରେ ପାଣି ଚାଲିଛି ତ କେଉଁଠି ରାସ୍ତା ଦେଖାଯାଉନି । ଏକର ଏକର ଚାଷ ଜମିରେ ଅଣ୍ଟାଏ ପାଣି। ଲଗାଣ ବର୍ଷାରେ ବେହାଲ କୋରାପୁଟ । ଜିଲ୍ଲାର କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି । ସେପଟେ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପ୍ରଭାବରେ ଅତି ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ଜାରି ହୋଇଛି ରେଡ ଆଲର୍ଟ।

Advertisment

କାଲିଠୁ ଲଗାତର ବର୍ଷୁଛି । କେତେବେଳେ ଝିପ୍ ଝିପ୍ ତ କେତେବେଳେ ଛେଚୁଛି । ଥମିବାର ନାଁ ନେଉନି ବର୍ଷା। ଯେଉଁଥିରେ ଅଧିକ ପ୍ରଭାବିତ ହୋଇଛି କୋରାପୁଟର କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍। ମୁଖ୍ୟ ରାସ୍ତାରେ ଚାଲିଛି ଆଣ୍ଠୁଏ ଉଚ୍ଚର ପାଣି । ବୁଡିଯାଇଛି ବ୍ରିଜ୍। ଏକର ଏକର ଚାଷ ଜମିରେ ପାଣି ମାଡିଯାଇଛି। ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି। ଲଗାଣ ବର୍ଷାରେ କୁନ୍ଦ୍ରା ବ୍ଲକର ଦିଗାପୁର, ନଡିଆଲପାଲି ଓ ପ୍ରଧାନୀପୁଟରେ ଲୋକଙ୍କ ହାଲ୍ ବେହାଲ। ଦିଗାପୁର ଗାଁରେ ପାଣି ପଶିଥିବା ବେଳେ ୬ଟି ଘର ଭୁଶୁଡି ପଡିଛି। କୋଲାବ ନଦୀ ଫୁଲୁଥିବାରୁ ତଳିଆ ଅଞ୍ଚଳରେ ପଶିଛି ପାଣି। ଲୋକଙ୍କୁ ପଞ୍ଚାୟତ ଘରକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଜଳସ୍ତର ବଢୁଥିବାରୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଦୁଇଟି ଗେଟ୍ ଖୋଲାଯାଇଛି। 

ଲଘୁଚାପ ଅବପାତର ରୂପ ନେବା ପରେ ପଡୋଶୀ ଆନ୍ଧ୍ରରେ ବି ଜାରି ରହିଛି ବର୍ଷା ବିତ୍ପାତ। ୨୪ ଘଣ୍ଟା ହେଲାଣି ଲାଗି ରହିଛି ନନଷ୍ଟପ୍ ବର୍ଷା ବିଶାଖାପାଟଣା, ଶ୍ରୀକାକୁଲମ, ବିଜୟନଗରମ୍, ପଶ୍ଚିମ ଓ ପୂର୍ବ ଗୋଦାବରୀ ଏବଂ କ୍ରିଷ୍ଣା ଜିଲ୍ଲାକୁ ଜାରି ହୋଇଛି ରେଡ୍ ଆଲର୍ଟ। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପୂର୍ବରୁ ବିଜୟୱାଡାର ୨୦ରୁ ଅଧିକ ଗାଁ ପାଣି ଘେରରେ ଥିବା ବେଳେ ବର୍ତ୍ତମାନର ବର୍ଷା ଚିନ୍ତା ବଢାଇଦେଇଛି । ବିଶାଖାପାଟଣାର ମାଦିଲା ପାଲେମ ନିକଟରେ ଧସୁଛି ପାହାଡ଼। ତେଣୁ ପ୍ରଶାସନ ପକ୍ଷରୁ ଉପରେ 
ଥିବା ଅନେକ ଘର ଖାଲି କରାଯାଇଛି । 

Advertisment

ଏପଟେ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ସୁଦୃଶ୍ୟ ଲଘୁଚାପ। ଅଧିକ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମକୁ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁଇବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ 
୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

Odisha Weather Rain Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ