Advertisment

ଜଳୁଛି ସାରା ଓଡ଼ିଶା; ୪୦ ଉପରେ ୬ ସହର, ଭୁବନେଶ୍ୱରରେ ସର୍ବାଧିକ ୪୧.୯

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Heat Wave In Odisha

Temperature

Advertisment

ଜଳୁଛି ସାରା ଓଡ଼ିଶା। ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ। ଆଜି ଦିନ ସାଢ଼େ ୨ ସୁଦ୍ଧା ଭୁବନେଶ୍ୱର ସମେତ ୬ ସହରରେ ପାରଦ ୪୦ ଡିଗ୍ରୀ ପାର କରିଛି। ଭୁବନେଶ୍ୱରରେ ସର୍ବାଧିକ ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୪୧.୬, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ୱର ୪୦.୫ ଡିଗ୍ରୀ, ସମ୍ବଲପୁରରେ ୪୦.୩, କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Advertisment

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି। ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଏନେଇ ସୂଚନା ଦେଇଛନ୍ତି। ଜୁନରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। ମୌସୁମୀ ପ୍ରାରମ୍ଭରେ ଏଲ୍‌-ନିନୋ କ୍ରମେ ଦୁର୍ବଳ ହେବା ସମ୍ଭାବନା ଅଛି। ମୌସୁମୀ ଦ୍ୱିତୀୟାର୍ଦ୍ଧରେ ଲା-ନିନା ସକ୍ରିୟ ହେବା ଆକଳନ କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟବାପୀ ଅଗ୍ନିବର୍ଷା; ସକାଳୁ ସକାଳୁ ପ୍ରବଳ ଗୁଳୁଗୁଳି

ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଲୋକେ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସପ୍ତାହେ ହେଲାଣି ଏଭଳି ଅବସ୍ଥା ଜାରି ରହିଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୧୮ଟି ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରେକର୍ଡ କରାଯାଇଥିଲା। ବାରିପଦାରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ଥିଲା। ଏହା ତଳକୁ ଭୁବନେଶ୍ୱର,ଚାନ୍ଦବାଲି ଓ ନୂଆପଡ଼ା ଥିଲା। ଏହି ତିନୋଟି ସହରର ତାପମାତ୍ରା ୪୧.୨ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ବେଳେ ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ଥିବା କୁହାଯାଇଛି।

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ