Advertisment

Vastu Tips: ଆପଣଙ୍କ ଶିଳ୍ପାନୁଷ୍ଠାନରେ ବାରମ୍ବାର କ୍ଷତି ହେଉଛି କି… ଜାଣନ୍ତୁ ଏହାର କାରଣ କ’ଣ…

ଆପଣ କୌଣସି ଏକ ଶିଳ୍ପାନୁଷ୍ଠାନ ଚଳାଉଛନ୍ତି ଆଉ ଏଥିରେ ଲାଭ ତ ଦୂରର କଥା ବାରମ୍ବାର କ୍ଷତି ହେଉଛି। ଏହା ପଛରେ କିଛି ବାସ୍ତୁ କାରଣ ମଧ୍ୟ ଥାଇପାରେ। ଜାଣନ୍ତୁ ଶିଳ୍ପାନୁଷ୍ଠାନରେ ବାସ୍ତୁର କେଉଁସବୁ ମୁଖ୍ୟ ନିୟମ ନ ମାନିଲେ ବ୍ୟବସାୟରେ ହୁଏ କ୍ଷତି…

ଅଦ୍ୟତନ ହୋଇଛି
Why are there losses in factories, what are their vastu defects

Why are there losses in factories, what are their vastu defects

Advertisment

ଗୃହଟିଏ ନିର୍ମାଣ କଲାବେଳେ ଆମେ ବାସ୍ତୁର ବହୁତ ନିୟମ ମାନି ଗୃହ ନିର୍ମାଣ କରିଥାଉ। ଏହି ବାସ୍ତୁର ନିୟମ ଯେତିକି ଗୃହନିର୍ମାଣ ପାଇଁ ଜରୁରୀ ସେତିକି ଶିଳ୍ପାନୁଷ୍ଠାନ ନିର୍ମାଣ କଲାବେଳେ ମଧ୍ୟ ଜରୁରୀ। ଶିଳ୍ପାନୁଷ୍ଠାନର ଅର୍ଥ ଏଠି ଫ୍ୟାକ୍ଟ୍ରୀ କଥା ବୁଝିବାକୁ ହେବ ଅର୍ଥାତ୍ ଯେଉଁ ସ୍ଥାନରେ ବହୁଳମାତ୍ରାରେ ଜିନିଷ ସବୁ ଉତ୍ପାଦନ କରାଯାଇଥାଏ। ଯେଉଁଠାରେ ବହୁତ ବଡ ବଡ ମେସିନ୍ ସବୁ ଲାଗିଥାଏ ଏବଂ ଅନେକ ଶ୍ରମିକ କାମ କରିଥାନ୍ତି।

Advertisment

ଏହି ପ୍ରକାର ଶିଳ୍ପାନୁଷ୍ଠାନରେ ଯଦି ବାସ୍ତୁଦୋଷ ଥାଏ ତେବେ ମେସିନ୍ ସବୁ ବାରମ୍ବାର ଖରାପ ହୋଇଥାଏ। ଶ୍ରମିକମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରୁହେ ନାହିଁ ଫଳରେ ଭଲ ଭଲ ଶ୍ରମିକମାନେ ବାରମ୍ବାର ଚାକିରି ଛାଡି ଚାଲି ଯାଇଥାନ୍ତି, ଫଳରେ ଉତ୍ପାଦନରେ ବାଧା ସୃଷ୍ଟି ହୋଇଥାଏ ଏବଂ ଶିଳ୍ପାନୁଷ୍ଠାନର ମାଲିକଙ୍କୁ କ୍ଷତି ସହିବାକୁ ପଡିଥାଏ।

କାହିଁକି ହୁଏ ବାରମ୍ବାର କ୍ଷତି:

ଏଭଳି ପରିସ୍ଥିତି ତ ସବୁ ଶିଳ୍ପାନୁଷ୍ଠାନରେ ବେଳେ ବେଳେ ହୋଇଥାଏ କିନ୍ତୁ ଯେଉଁ ଶିଳ୍ପାନୁଷ୍ଠାନରେ ବାରମ୍ବାର ଏହି ପରିସ୍ଥିତି ହେଉଥାଏ ତେବେ ଜାଣିବା ନିଶ୍ଚୟ ହିଁ ଏହା ବାସ୍ତୁଦୋଷର ଲକ୍ଷଣ। ଏଣୁ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ବାସ୍ତୁଦୋଷର ସମାଧାନ କଲେ ଏହି ସବୁ ସମସ୍ୟାର ସମାଧାନ ହୋଇଯାଇଥାଏ। ସେଥିପାଇଁ ଶିଳ୍ପାନୁଷ୍ଠାନ ଆଦି ନିର୍ମାଣ ପୂର୍ବରୁ ଯଦି ନିମ୍ନଲିଖିତ ନିୟମକୁ ମାନନ୍ତି ତେବେ ବାସ୍ତୁଦୋଷରୁ ନିଜର ଶିଳ୍ପାନୁଷ୍ଠାନକୁ ଦୂରେଇ ରଖିପାରିବେ ଏବଂ ଲାଭବାନ ମଧ୍ୟ ହେବେ। ତେବେ ଆସନ୍ତୁ ଜାଣିବା ସେସବୁ ନିୟମ ବିଷୟରେ…

Advertisment
  • ଶିଳ୍ପାନୁଷ୍ଠାନ ପାଇଁ ଭୂମି ଚୟନ କଲାବେଳେ ଭୂଖଣ୍ଡର ଆକାର ଆୟତାକାର କିମ୍ବା ବର୍ଗାକାର ହେବା ବହୁତ ଭଲ। ଏହାର କୋଣ ୯୦ ଡିଗ୍ରୀ ହେବା ବହୁତ ଶୁଭ। ଯଦି ଏହିପରି ଜାଗା ନ ଥାଏ ତେବେ ବାସ୍ତୁନିୟମ ହିସାବରେ ଭୂମିକୁ ସଂଶୋଧନ କରି ଶିଳ୍ପାନୁଷ୍ଠାନ କରିବା ଦରକାର।
  • ଶିଳ୍ପାନୁଷ୍ଠାନ ପାଇଁ ଜଳ ଉତ୍ସ ଅର୍ଥାତ୍ କୂଅ, ନଳକୂଅ, ଭୂମିଗତ ପାଣିଟାଙ୍କି ଆଦି ବ୍ୟବସ୍ଥା ସଦାସର୍ବଦା ଭୂଖଣ୍ଡର ପୂର୍ବଭାଗ, ଉତ୍ତର ଭାଗ କିମ୍ବା ପୂର୍ବ-ଉତ୍ତର କୋଣ ଅର୍ଥାତ୍ ଐଶାନ୍ୟ ଭାଗର ପୂର୍ବକୁ କିମ୍ବା ଉତ୍ତରକୁ କରିବା ଭଲ। ଜଳର ଉତ୍ସରେ ଯଦି ବାସ୍ତୁଦୋଷ ଥାଏ ତେବେ ଶିଳ୍ପାନୁଷ୍ଠାନରେ ଧନ ଆଗମନରେ ସମସ୍ୟା ଦେଖାଦେଇଥାଏ।
  • ଟ୍ରାନ୍ସଫର୍ମର ଶିଳ୍ପାନୁଷ୍ଠାନ ଭୂଖଣ୍ଡର ଦକ୍ଷିଣ-ପୂର୍ବ ଅର୍ଥାତ୍ ଆଗ୍ନେୟ କୋଣରେ କରିଲେ ଅନେକ ଶୁଭ ଫଳ ମିଳିଥାଏ।
  • ବଡ ବଡ ମେସିନ୍ ଆଦି ସବୁ ଦକ୍ଷିଣ-ପଶ୍ଚିମ କୋଣ ଅର୍ଥାତ୍ ନୈଋତ କୋଣରେ କରିବା ଶୁଭ।
  • ଶିଳ୍ପାନୁଷ୍ଠାନ ପାଇଁ ବ୍ୟବହୃତ କଞ୍ଚାମାଲ ସବୁ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଭାଗରେ ରଖିବେ ଏବଂ ବିକ୍ରି ପାଇଁ ଉତ୍ପାଦିତ ଦ୍ରବ୍ୟ ସବୁ ଉତ୍ତର-ପଶ୍ଚିମ ଅର୍ଥାତ ବାୟବ୍ୟ କୋଣରେ ରଖିଲେ ଶୁଭ ଫଳ ମିଳିଥାଏ।
  • ପାର୍କିଂ ବ୍ୟବସ୍ଥା ଉତ୍ତର କିମ୍ବା ପୂର୍ବ ପଟରେ କଲେ ଶୁଭ।
  • ଓଭର୍‌ହେଡ୍ ପାଣିଟାଙ୍କି ଦକ୍ଷିଣ-ପଶ୍ଚିମ ଅର୍ଥାତ୍ ନୈଋତ କୋଣରେ କିମ୍ବା ପଶ୍ଚିମ ଭାଗରେ ରଖିଲେ ଶୁଭଫଳ ମିଳିଥାଏ।

ଏହିସବୁ ଉପରୋକ୍ତ ନିୟମ ପ୍ରତି ଧ୍ୟାନଦେଲେ ନିଶ୍ଚିତ ଭାବରେ ନିଜର ଶିଳ୍ପାନୁଷ୍ଠାନକୁ ବାସ୍ତୁଦୋଷରୁ ମୁକ୍ତ ରଖିପାରିବେ ଏବଂ ଶୁଭଫଳ ପାଇବେ।

Advertisment

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ