Advertisment

BJP ରୁ ଲଢ଼ିବେ କି ଯୁବରାଜ ? କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟଘାଟ ପରେ ବଢ଼ିଲା ଚର୍ଚ୍ଚା..

ମୈଦାନରେ ହେବ ଚୌକା ଓ ଛକାର ବର୍ଷା। କ୍ରିକେଟ ମୈଦାନରେ ନୁହେଁ, ରାଜନୀତି ମୈଦାନରେ। କାରଣ ରାଜନୀତିକୁ ଓହ୍ଲାଇପାରନ୍ତି କ୍ରିକେଟର ଯୁବରାଜ ସିଂ।

ଅଦ୍ୟତନ ହୋଇଛି
Yuvraj Singh

Yuvraj Singh

Advertisment

ଲୋକସଭା ନିର୍ବାଚନ ଲଢ଼ିବେ କି ଟିମ୍‌ ଇଣ୍ତିଆର ପୂର୍ବତନ କ୍ରିକେଟର ଯୁବରାଜ ସିଂ? ଏନେଇ ଚର୍ଚ୍ଚା ଜୋର୍‌ ଚାଲିଛି। ମୈଦାନରେ ହେବ ଚୌକା ଓ ଛକାର ବର୍ଷା। କ୍ରିକେଟ ମୈଦାନରେ ନୁହେଁ, ରାଜନୀତି ମୈଦାନରେ। କାରଣ ରାଜନୀତିକୁ ଓହ୍ଲାଇପାରନ୍ତି କ୍ରିକେଟର ଯୁବରାଜ ସିଂ। ଖୁବଶୀଘ୍ର ସେ ପଲିଟିକ୍ସକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମୁଣ୍ତ ଉପରେ ନିର୍ବାଚନ ଥିବାରୁ ଦଳ ନିଜ ଟିମ୍‌ରେ ହେଭିୱେଟ୍‌ ନେତାଙ୍କୁ ସାମିଲ କରିବାରେ ଲାଗି ପଡ଼ିଲେଣି।

Advertisment

ଭାରତୀୟ ଜନତା ପାର୍ଟିରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ତନ କରିଛନ୍ତି ଖୋଦ୍‌ ଯୁବରାଜ ସିଂ। ସେ ସ୍ପଷ୍ଟ କରିଛନ୍ତି ଯେ, ନିଜ ଫାଉଣ୍ତେସନ୍‌ ଜରିଆରେ ସେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି। ରାଜନୀତି ମୈଦାନକୁ ଓହ୍ଲାଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୁବରାଜଙ୍କୁ ଗୁରୁଦାସପୁର ଆସନରୁ ଲୋକସଭା ନିର୍ବାଚନ ପାଇଁ ଟିକେଟ୍‌ ଦେଇପାରେ ବିଜେପି। ୨୦୧୯ ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ ଅଭିନେତା ସନ୍ନି ଦେଓଲ। ସେ ବିଜୟ ମଧ୍ୟ ହୋଇଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ଦଳ ସନ୍ନିଙ୍କ ବଦଳରେ ଯୁବରାଜ ସିଂଙ୍କୁ ଟିକେଟ୍‌ ଦେବ ବୋଲି ଚର୍ଚ୍ଚା ହେଉଛି।

ନିକଟରେ ଯୁବରାଜ ଓ ତାଙ୍କ ମାଆ ସବନମ୍‌ ସିଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟିଥିଲେ। ସେବେଠୁ ଯୁବରାଜ ବିଜେପିରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଏକ୍ସ ରେ ଏକ ପୋଷ୍ଟ ସେୟାର କରି ଯୁବରାଜ ଗୁରଦାସପୁରରୁ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି।

Advertisment
BJP Yuvraj Singh General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ