Advertisment

ରେସଲିଂ ମହିଳା କ୍ୟାମ୍ପରେ କଣ ଚାଲିଛି ? ଜବାବ ମାଗିଲା କ୍ରୀଡ଼ା ମନ୍ତ୍ରଣାଳୟ

ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ଅଲମ୍ପିଆନ୍

ଅଦ୍ୟତନ ହୋଇଛି
 Wrestlers Protest Against Wrestling Federation Of India

wrestlers to join protest against Wrestling Federation of India

Advertisment

ଭାରତୀୟ କୁସ୍ତି ମହାସଂଘ ନାଁରେ ଅଲମ୍ପିଆନଙ୍କ ଅଭିଯୋଗ ଘଟଣାକୁ ଗୁରୁତ୍ୱ ସହ ନେଇଛି ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ-SAI। ୭୨ ଘଣ୍ଟା ମଧ୍ୟରେ ଜବାବ ଦେବାକୁ କୁସ୍ତି ମହାସଂଘକୁ ନିର୍ଦ୍ଦେଶ ହୋଇଛି। ଯଦି, ଏହି ସମୟ ଭିତରେ ଜବାବ ନଆସେ ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନିଆଯିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

Advertisment

କୁସ୍ତି ଯୋଦ୍ଧାଙ୍କ ଅଭିଯୋଗର ଭିତ୍ତି କଣ? ଏତେ ବଡ଼ ଅଭିଯୋଗ କେମିତି ଆସିଲା? ମହିଳା କ୍ୟାମ୍ପରେ କଣ ଚାଲିଛି ? ସେ ସବୁ ବିଷୟରେ ରିପୋର୍ଟରେ ଉଲ୍ଲେଖ କରିବାକୁ କୁହାଯାଇଛି। ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ଅଲମ୍ପିଆନ୍। ମହିଳା ଖେଳାଳିଙ୍କ ସହ ଯୌନ ନିର୍ଯାତନା ହେଉଥିବା ଅଭିଯୋଗ ଆଣିଛନ୍ତି ଷ୍ଟାର ରେସଲର ଭିନେଶ ଫୋଗଟ୍।

ଦେଶର ପ୍ରଥମ ମହିଳା ଭାବେ ଉଭୟ କମନେଓ୍ବଲଥ ଏବଂ ଏସିଆନ ଗେମ୍ସ ପଦକ ଜିତିଥିବା ଭିନେଶଙ୍କ ଏଭଳି ଅଭିଯୋଗ ପରେ କେବଳ ରେସଲିଂ ନୁହେଁ, କ୍ରୀଡା ଜଗତରେ ହଇଚଇ ସୃଷ୍ଟି ହୋଇଛି। ଗତକାଲି ଦିଲ୍ଲୀରେ ଭିନେଶଙ୍କ ସମେତ ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆଙ୍କ ସମେତ ଅନେକ ରେସଲର୍ ଧାରଣା ଦେଇଥିଲେ।

Advertisment
SAI Protests Wrestling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ