Advertisment

ଆଜି IPL ଫାଇନାଲ୍: ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ-ଗୁଜରାଟ ଟାଇଟନ୍ସ

ଆଜି ଆଇପିଏଲ୍‌ ୨୦୨୨ର ଫାଇନାଲ ମୁକାବିଲା । ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍ ଟିମ୍ ।

ଅଦ୍ୟତନ ହୋଇଛି
Who Will Win Today’s IPL Match Between Gujarat Titans And Rajasthan Royals, IPL 2022 Final

Who Will Win Today’s IPL Match Between Gujarat Titans And Rajasthan Royals, IPL 2022 Final

Advertisment

ଆଜି ଖେଳାଯିବ ଆଇପିଏଲ୍‌ର ଫାଇନାଲ ମୁକାବିଲା । ଆମ୍ନାସାମ୍ନା ହେବେ ଚଳିତ ଥରର ଦୁଇ ହେଭିୱେଟ୍ ଟିମ୍ । ପ୍ରଥମ ଆଇପିଏଲ୍ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ ନୂଆକରି ସାମିଲ ହୋଇଥିବା ଟିମ୍ ଗୁଜରାଟ ଟାଇଟନ୍ସ । ଆଜି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଏହି ମହା ମୁକାବିଲା ଖେଳାଯିବ ।

Advertisment

ଏଥର ପଏଣ୍ଟ ତାଲିକାର ଶୀର୍ଷରେ ଗୁଜରାଟ ରହିଛି । ପ୍ରଥମରୁ ହିଁ ଆଟାକିଂ ଥିବା ସହ ଗୁଜରାଟ ପାଖରେ ମିଡିଲ୍ ଅଡର ବେଶ୍ ଶକ୍ତିଶାଳୀ ରହିଛି । ସେହିପରି ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସର ସବୁଠୁ ସଫଳ ବ୍ୟାଟ୍ସ ମ୍ୟାନ୍ ଜୋସ୍ ବଟଲରଙ୍କ ଉପରେ ବିଶେଷ ନଜର ରହିବ ।

ତେବେ ଏହି ମ୍ୟାଚ୍‌ରେ ବିଜୟୀ ଟିମ୍‌କୁ ୨୦ ଲକ୍ଷ ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯିବ । ଏହାସହ ଫାଇନାଲ୍‌ରେ ହାରିବା ଟିମ୍‌କୁ ଗତ ବର୍ଷ ୧୨. ୫ କୋଟି ଟଙ୍କା ଦିଆଯାଉଥିବାବେଳେ ଚଳିତ ବର୍ଷ ଏହି ରାଶିରେ ବୃଦ୍ଧି ହୋଇ ୧୩ କୋଟି ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯିବ । ତେବେ ଚଳିତ ବର୍କିଷ ଆଇପିଏଲ୍‌ରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । 

Advertisment
IPL 2022 Final
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ