Advertisment

ମାତ୍ର ୫୬ ସେକେଣ୍ଡରେ କୋଟି କୋଟି ଫ୍ୟାନ୍ସଙ୍କ ଆଖିରେ ଲୁହ ଆଣିଦେଲେ ସାନିଆ, ନିଜେ ବି ଭୋ ଭୋ ହୋଇ କାନ୍ଦିଲେ...

ଭାରତୀୟ ଟେନିସ ଜଗତରେ ଏକ ଯୁଗର ଅବସାନ। ଗ୍ରାଣ୍ଡସ୍ଲାମ୍‌ ଟେନିସରୁ ଟେନିସ୍‌ ତାରକା ସାନିଆ ମିର୍ଜା ଅବସର ନେଇଛନ୍ତି।

ଅଦ୍ୟତନ ହୋଇଛି
Sania Mirza Crying

Indian Tennis Legend Sania Mirza Crying

Advertisment

ମେଲବର୍ଣ୍ଣରେ ଆରମ୍ଭ, ମେଲବର୍ଣ୍ଣରେ ଶେଷ। ଭାରତୀୟ ଟେନିସ ଜଗତରେ ଏକ ଯୁଗର ଅବସାନ। ଗ୍ରାଣ୍ଡସ୍ଲାମ୍‌ ଟେନିସରୁ ଟେନିସ୍‌ ତାରକା ସାନିଆ ମିର୍ଜା ଅବସର ନେଇଛନ୍ତି। ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା ଅଷ୍ଟ୍ରେଲିଆନ ଓପନ। ଏହାର ମିକ୍ସଡ ଡବଲ୍ସରେ ରୋହନ ବୋପନ୍ନାଙ୍କ ସହିତ ସେ ରନର୍ ଅପ୍ ହୋଇଛନ୍ତି। ବ୍ରାଜିଲର ଯୋଡ଼ି ଲୁଇସା ଷ୍ଟେଫାନି ଓ ରାଫେଲ ମାଟୋସଙ୍କଠାରୁ ୭-୬, ୬-୨ ସିଧାସଳଖ ସେଟ୍‌ରେ ସାନିଆ ଓ ରୋହନଙ୍କୁ ପରାସ୍ତ କରିଛନ୍ତି।

Advertisment

ତେବେ ବିଦାୟୀ ମ୍ୟାଚ୍‌ ପରେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ସାନିଆ ମିର୍ଜା। ସଂଯୋଗର ବିଷୟ ଯେ, ୧୭ ବର୍ଷ ପୂର୍ବେ ୨୦୦୫ରେ ଏହି ମେଲବର୍ଣ୍ଣରେ ନିଜର ଗ୍ରାଣ୍ଡସ୍ଲାମ୍‌ କ୍ୟାରିୟର ଆରମ୍ଭ କରିଥିଲେ ସାନିଆ।  କିମ୍ବଦନ୍ତୀ ଟେନିସ ତାରକା ସେରେନା ୱିଲିୟମ୍ସଙ୍କ ସହ ସାନିଆଙ୍କ ପ୍ରଥମ ମ୍ୟାଚ୍‌ ଥିଲା। ଭାରତର ଟେନିସ ଜଗତ ଏପରିକି ମୋଟାମୋଟି ଭାବେ କ୍ରୀଡ଼ା ଜଗତରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା।

ଅଧିକ ପଢ଼ନ୍ତୁ: ସରିଯିବ ଭାରତୀୟ ଟେନିସ୍‌ରେ ସାନିଆଙ୍କ ଯୁଗ

Advertisment


 
 
 
 
 
 
 
 
 
 
 
 
 
 

A post shared by Sania Mirza (@mirzasaniar)

ଜଣେ ଝିଅ ହେବା ସତ୍ତ୍ୱେ ସବୁ ପ୍ରତିବନ୍ଧକ ଆଡ଼େଇ ସାନିଆ ମିର୍ଜା ଟେନିସ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସବୁ କ୍ରୀଡ଼ାବିତ୍ ବିଶେଷ କରି ଝିଅମାନଙ୍କୁ ପ୍ରୋତ୍ସାହିତ କରିପାରିଥିଲେ ସାନିଆ। ସେ ତାଙ୍କ କ୍ୟାରିୟରରେ ୧୧ଟି ଗ୍ରାଣ୍ଡସ୍ଲାମ୍‌ ଫାଇନାଲ ଖେଳିଛନ୍ତି। ୬ଟି ଗ୍ରାଣ୍ଡସ୍ଲାମ୍‌ ସମେତ ସେ ୪୩ଟି ଡବଲ୍ସ ଟାଇଟଲ୍‌ ଜିତିଛନ୍ତି। ମହିଳା ଡବଲ୍ସ କ୍ୟାଟେଗୋରୀରେ ୯୧ ସପ୍ତାହ ଧରି ନମ୍ବର ୧ରେ ରହିଥିଲେ ସାନିଆ ମିର୍ଜା। ପେସାଦାର ଜୀବନର ଶେଷ ଟୁର୍ଣ୍ଣାମେଣ୍ଟ ଆସନ୍ତା ମାସ ଦୁବାଇରେ WTA 1000 ଖେଳିବେ ସାନିଆ। 

Advertisment


 
 
 
 
 
 
 
 
 
 
 
 
 
 

A post shared by Sania Mirza (@mirzasaniar)

Sania Mirza
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ