Advertisment

ଦିନେ ଥିଲେ ପୋଖତ ଖେଳାଳି, ହେଲେ ଆଜି ଅବହେଳିତ...ନା ତାଙ୍କୁ କେହି ଚିହ୍ନନ୍ତି ନା କେହି ଜାଣନ୍ତି

ଗୋଟିଏପଟେ ଆଜି ସାରା ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳୁଥିବା ବେଳେ ଅନ୍ୟପକ୍ଷେ, ପୋଖତ୍ ଖେଳାଳି କିନ୍ତୁ ଅବହେଳିତ। କୋରାପୁଟ ଜିଲ୍ଲା ପଦ୍ମପୁର ପଞ୍ଚାୟତ ବଡ଼ଦେଉଳାନୂଆ ଗାଁର ଦୃଷ୍ଟିବାଧିତ ଜାତୀୟ ଫୁଟବଲ୍ ଖେଳାଳି ସମରା ନନ୍ଦୀବାଡିଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି।

ଅଦ୍ୟତନ ହୋଇଛି
Visually impaired international footballer now battles for acute poverty in Koraput

Visually impaired international footballer now battles for acute poverty in Koraput

Advertisment

ଗୋଟିଏପଟେ ଆଜି ସାରାଦେଶ ଜାତୀୟ କ୍ରୀଡ଼ା ଦିବସ ପାଳୁଥିବା ବେଳେ ଅନ୍ୟପକ୍ଷେ, ପୋଖତ୍ ଖେଳାଳି କିନ୍ତୁ ଅବହେଳିତ। ଜାତୀୟ ଅନ୍ତର୍ଜାତୀୟ ସ୍ତରର ଫୁଟବଲ୍ ପ୍ଲେୟାର ଆଜି ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ। ନା ତାଙ୍କୁ କେହି ଚିହ୍ନନ୍ତି ନା ତାଙ୍କୁ କେହି ଜାଣନ୍ତି।

Advertisment

କୋରାପୁଟ ଜିଲ୍ଲା ପଦ୍ମପୁର ପଞ୍ଚାୟତ ବଡ଼ଦେଉଳାନୂଆ ଗାଁର ଦୃଷ୍ଟିବାଧିତ ଜାତୀୟ ଫୁଟବଲ୍ ଖେଳାଳି ସମରା ନନ୍ଦୀବାଡିଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି। ଏକଦା ଜାତୀୟ ଦୃଷ୍ଟିବାଧିତ ଟିମ୍‌ରେ ସାମିଲ ହୋଇ ଜାପାନ ଭଳି ଦେଶକୁ ଧୂଳି ଚଟେଇ ଆସିଥିଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏହି ଫୁଟବଲ୍‌ ବଏ ସମରା। ହେଲେ ଆଜି କିନ୍ତୁ ସେ ଅତ୍ୟନ୍ତ ଅବହେଳିତ।

ସରକାରୀ ପ୍ରୋତ୍ସାହନ ଅଭାବରୁ ନିଜ ଭାଗ୍ୟକୁ ଆଦରି ସେ ଆଜି ଘରେ ବସିଛନ୍ତି। ଖେଳିବାର କୌଣସି ସୁଯୋଗ ପାଉ ନାହାନ୍ତି। ଦିନେ ଯେଉଁ ସମରା କୋଲକାତା, କେରଳ, ଝାଡଖଣ୍ଡ, ଛତିଶଗଡ଼ ଭଳି ଏକାଧିକ ରାଜ୍ୟ ସହ ଓଡିଶାରୁ କମ୍ପିଟ୍ କରିଥିଲେ ଆଜି ସେ ଦୟନୀୟ ଅବସ୍ଥାରେ ଜୀବନ ବଞ୍ଚୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ